ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ରାଜ୍ୟ ଯୋଗାଣ ବିଭାଗ ବୋତଲରେ ପେଟ୍ରୋଲ କିମ୍ବା ଡିଜେଲ ନ ବିକିବାକୁ ନିଷ୍ପତି ନେଇଥିଲା । ଏଥିରେ କୁହାଯାଇଥିଲା ଯେ କୌଣସି ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ବୋତଲରେ ତେଲ ଦେଇ ପାରିବେ ନାହିଁ । ହେଲେ ଦୁଇଦିନ ପରେ ଯୋଗାଣ ବିଭାଗ ଏହି ନିର୍ଦ୍ଦେଶନାମାରେ ପୁଣି ପରିବର୍ତନ କରିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପେଟ୍ରୋଲ ପମ୍ପଗୁଡିକ ପ୍ଲାଷ୍ଟିକ ବୋତଲ ନୁହେଁ କାଚ ବୋତଲରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇ ପାରିବେ । ପମ୍ପଗୁଡିକରେ ପ୍ଲାଷ୍ଟିକ ବୋତଲରେ ତେଲ ଦିଆଯାଇ ପାରିବ ନାହିଁ । ଯେଉଁମାନେ ନୀତି ବିରୋଧରେ ଯିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାରେ ବିକ୍ରିି ରୋକିବା ଉପରେ ଚଢାଉ ହେବ । ପେଟ୍ରୋଲ ପମ୍ପ ସଂଘ ଏବଂ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରିି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।