ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
ଭୁବନେଶ୍ୱର, ରାଜ୍ୟରେ ଗତ କିଛିି ଦିନ ହେବ ନାବାଳିକା, ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱରରୁ ଆରମ୍ଭ କରି ମାଲକାନଗିରି, ଯାଜପୁର, ଜଗତସିଂହପୁର, ପୁରୀ ପର୍ଯ୍ୟନ୍ତ ଏଭଳି ଘଟଣା ଘଟି ଚାଲି ଛି । ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ପଶ୍ନ ଉଠାଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ବରୋଧୀ କଂଗ୍ରେସ ଓ ବିଜେଡି ସରକାରଙ୍କୁ ହଲାପଟ୍ଟା କରିବାରେ ଲାଗିଛନ୍ତି । ଆଗାମୀ ମୌସୁମୀ ଅଧିବେଶନରେ ମଧ୍ୟ ବିରୋଧୀ ଦଳ ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇ ସାରିଛି । କେବଳ ନିର୍ଯ୍ୟାତନା ନୁହେଁ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ମଧ୍ୟ ବ୍ରେକ ଲାଗୁ ନାହଁ । ଗତ ୫ ବର୍ଷର ରେକର୍ଡକୁ ଯଦି ଦେଖା ଯାଏ ତେବେ ଲଗାଗତର ବଳାତ୍କାର ମାମଲା ବଢିଚାଲିଛି । ବିଜେଡି ସରକାର ସମୟରେ ବଳାତ୍କାର ମାମଲାରେ ମଧ୍ୟ ବ୍ରେକ ଲାଗି ନ ଥିଲା । Y
୨୦୧୯ରୁ ୨୦୨୩ ମଧ୍ୟରେ ରାଜ୍ୟରେ ୧୮ ହଜାର ୩୯୮ ବଳାତ୍କାର ମାମଲା ପଞ୍ଜିକୃତ କରାଯାଇଛି । ୨୦୧୯ରେ ୨୯୫୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨୯୮୪, ୨୦୨୧ରେ ୩୩୨୭, ୨୦୨୨ରେ ୩୧୮୪ ଏବଂ ୨୦୨୩ରେ ୨୮୨୬ ଟି ମାମଲା ରୁଜୁ ହୋଇଛି । ତେବେ ଏହି ସମୟରେ ବଳାତ୍କାର ମାମଲାରେ ଜଡିତ ୧୩ ହଜାର ୩୨୩ ଜଣ ପୁରୁଷ ଏବଂ ୩୪୬ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ତେବେ ବଳାତ୍କାର ମାମଲାରେ ଦଣ୍ଡବିଧାନ ହାର ମାତ୍ର ନୈରାଶ୍ୟଜନକ ରହିଛି । ୧୦୧୯ରେ ଦଣ୍ଡ ବିଧାନ ହାର ମାତ୍ର ୧୭.୯୦ ପ୍ରତିଶତ ରହିଥିବା ବେଳେ ୨୦୨୦ରେ ଏହି ହାର ମାତ୍ର ୯.୪ ପ୍ରତିଶତ ଥିଲା । ସେହିପରି ୨୦୨୧ରେ ୧୩ ପ୍ରତିଶତ ରହିଥିବା ବେଳେ ୨୦୨୨ରେ ୧୧.୧ ଏବଂ ୨୦୨୩ରେ ୧୫.୩ ପ୍ରତିଶତ ରହିଛି । ତେବେ ନୂଆ ସରକାର ଆସିବା ପରେ ରାଜ୍ୟରେ ବଳାତ୍କାର ବୃଦ୍ଧି ପାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ନେତା ନ ବୀନ ପଟ୍ଟନାୟକ କହି ଛନ୍ତି ଯେ ଜଗତସିଂହପୁର, ମାଲକାନଗିରିରେ ଗଣ ଦୁଷ୍ମର୍ମ ଓ ପୁରୀରେ ଯୌନ ନିର୍ଯ୍ୟାତନା ଆମକୁ ମର୍ମାହତ କରିଛି । ରାଜ୍ୟରେ ମହିଳାଙ୍କ ବିରୋଧରେ ଦିନକୁ ଦିନ ବଢୁଥିବା ହିଂସା ବିଚଳିତ କରିଛି । ମହିଳାଙ୍କ ପାଇଁ ଉଭୟ ସହର ଓ ଗାଁର ରାସ୍ତା ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବିରୋଧରେ ହିଂସା କରାଯାଉଛି । ଜଣେ ଯୁବଛାତ୍ରୀ ଯେତେବେଳେ ସ୍କୁଲ, କଲେଜ ଏବଂ ଟ୍ୟୁସନରୁ ଘରକୁ ଫେରୁଛି ସେ ନିଜକୁ ସୁରକ୍ଷିତ ମନେ କରୁ ନାହିଁ । ସେମାନେ ପ୍ରତିଦିନ ବିପଦର ସମ୍ମୁଖିନ ହେବାକୁ ପଡୁଛି । ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଯୌନ ନିର୍ଯ୍ୟାତନା ମାମଲା ବଢିବାରେ ଲାଗିଛି । ଗତ ଜୁନ ମାସରେ ଆମେରିକା ସରକାର ଲେଭେଲ-୨ ଯାତ୍ରା ପରାମର୍ଶ ଜାରି କରିଥିଲେ । ଏଥିରେ ଓଡିଶା ସମେତ ୬ଟି ରାଜ୍ୟର ନାମ ଉଲ୍ଲେଖ କରିଥିଲେ । ଏହି ସବୁ ରାଜ୍ୟକୁ ଯାଉଥିଲେ ସ୍ୱତନ୍ତ୍ର ଅନୁମୋଦନ ନେବାକୁ ନିଜର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆମେରିକା ସରକାର କହିଥିଲେ ଯେ ମାଓବାଦୀ, ଆତଙ୍କବାଦୀ ହ୍ରାସ ପାଉଥିବା ବେଳେ ମହିଳାଙ୍କ ଉପରେ ହିଂସା ବୃଦ୍ଧି ପାଉଛି । ଗତ ୧୭ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ସନ୍ଧ୍ୟା ୫ଟା ପରେ କୌଣସି ମହିଳା କର୍ମଚାରୀ କାର୍ଯ୍ୟାଳୟରେ ରହିବେ ନାହିଁ । ଏହାକୁ ସାଧାରଣରେ ତୀବ୍ର ବିରୋଧ କରିବା ପରେ ପ୍ରଶାସନ ପୁଣି ନିଷ୍ପତି ବଦଳାଇଥିଲା । ପୋଲିସର ନିଷ୍କ୍ରିୟତା ଏବଂ ରାଜନୈତିକ ଇଛାଶକ୍ତି ଅଭାବରୁ ଏଭଳି ଘଟଣା ଘଟୁଛି । ରାଜନୈତିକି ନେତୃବୃନ୍ଧଙ୍କୁ ଏହା ହୃଦୟଙ୍ଗମ କରିବାକୁ ହେବ ଯେ ପୋଲିସ ଷ୍ଟେଶନରେ ସ୍ଥାନୀୟ ଦଳୀୟ ନେତାଙ୍କ ହସ୍ତକ୍ଷେପକୁ ଅନୁମତି ଦେବା ଦ୍ୱାରା ରାଜ୍ୟ ସାରା ହିଂସା ବିଶେଷ କରି ଲିଙ୍ଗଭିତିକ ହିଂସା ସାଧାରଣ ହେବ ବୋଲି ନବୀନ କହିଛନ୍ତି।