ଭୁବନେଶ୍ୱର ମହାନଗର ନିଗମ କର୍ପୋରେଟର ଅମରେଶ ଜେନା ବିଜୁଜନତା ଦଳର ବହିଷ୍କୃତ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ବିଜେଡି ଉପସଭାପତି (ହେଡକ୍ୱାଟର୍ସ) ପ୍ରତାପ ଜେନାଙ୍କ ଦସ୍ତଖତ ରେ ବିଜେଡି ପକ୍ଷରୁ ଏ ନେଇ ରବିବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ କିଛିଦିନ ପୂର୍ବରୁ ମହିଳା ଅଭିଯୋଗ କରିଥିଲେ। ଏଥି ସହିତ ସେ ଅନେକ ସମୟରେ ବିଜେଡି କାର୍ଯ୍ୟ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ