
ତାରିଣୀ ପୀଠର ହେବ ନବ କଳେବର
ପ୍ରସ୍ତୁତ ହେଲା ୨୧୫ କୋଟିର ଡିପିଆର
ଖୁବଶିଘ୍ର କାମ ଆରମ୍ଭ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରର ନବୀକରଣ ଓ ବିକାଶ ହେବ। ବଦଳିବା ଏହାର କଳେବର। ମନ୍ଦିର ଚାରିପାଖର ବିକାଶ ହେବ। ସୌନ୍ଦ୍ୟଜିକରଣ ସହ ଶ୍ରଦ୍ଧାଳୁମାନଙ୍କ ରହଣି ପାଇଁ ସୁବନ୍ଦୋବସ୍ତ କରାଯିବ। ଏଥି ପାଇଁ ରାଜ୍ୟ ସରକାର ୨୧୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ସୋମ ବାର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷ ଉପଲକ୍ଷେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣ ମାଧ୍ୟମ କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ସଂପୂଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହୋଇ ସାରିଛି । ମନ୍ଦିରର ସମ୍ପୂର୍ଣ୍ଣ ବିକାଶ ସହ ଆନୁସଙ୍ଗିକ ବିକାଶ ହେବ । ଏହି ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।