ଭୁବନେଶ୍ୱର: ବେଳକୁ ବେଳ ଦୁର୍ବଳ ହୋଇ ଯାଉଛି ଜି ବିଜୁ ଜନତା ଦଳ(ବିଜେଡି)। ବିଜେଡିକୁ ଭଲ ପାଉଥିବା କର୍ମୀ ଓ ସାଧାରଣ ଜନତାଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରିଲାନି। ଗତ କିଛି
ଦିନ ହେବ ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ ଏଭଳି କିଛି ସୂଚାଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ କେହି ମୁଁହ ଖୋଲିବାକୁ ସାହସ କରୁ ନ ଥିଲେ। ନିର୍ବାଚନ ସରିବାର ୧୦ ମାସ ପରେ ଦଳରେ ସବୁ କିଛି ଓଲଟ ପାଲଟ ହେଉଛି। ଯେଉଁ ବରିଷ୍ଠ ନେତାମାନେ ଦଳ ସମ୍ପର୍କରେ ଏବଂ ଦଳର ମୁଖ୍ୟ ପରାମର୍ଶଦାତା ଭି . ପଣ୍ଡିୟ।ନ ଙ୍କ ସମ୍ପର୍କରେ ଭୁଲ ବସତ୍ ମୁଁହ ଖୋଲୁ ନ ଥିଲେ ନିର୍ବାଚନ ହାରିବା ପରେ ଜଣକ ପରେ ଜଣେ ଗଣ ମାଧ୍ୟମ ଆଗକୁ ଆସି କହିବାକୁ ପଛାଉ ନାହାନ୍ତି। ନିଜର ତଥା ନିଜ ପରିବାର ରାଜନୈତିକ ଭବିଷ୍ୟତ ପାଇଁ ମୁଁହ ପୋତି ସବୁ ସାହି ଯାଉ ଥିବା ନେତାଙ୍କର ଏଭଳି ଅକସ୍ମାତ ଅଭ୍ୟୁଦୟ ରାଜନୀତି ବିଶାରଦ ଙ୍କୁ ଚକିତ କରିଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ମଲ୍ଲିକ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡି ସଭା ପତି ନବୀନ ପଟ୍ଟନାୟକ ଏବଂ ପଣ୍ଡିୟନ୍ ଙ୍କୁ ଖୋଲା ଖୋଲି ବିରୋଧ କରିବାକୁ ପଛାଉ ନାହାନ୍ତି। ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପରୋକ୍ଷ ରେ ପଣ୍ଡିୟ।ନ ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ସାଂସଦ ମୁନା ଖାଁଙ୍କ ସମର୍ଥକମାନେ ନବୀନ ନିବାସରେ ପଣ୍ଡିୟନ ହଟାଅ ବିଜେଡି ବଞ୍ଚାଅ ନରା ଦେଇ ବିଜେଡି କନ୍ଦଳକୁ ଆହୁରି ଜଟିଳ କରିଛି। ଏପରି ସ୍ଥଳେ ସୋମବାର ଆଠଗଡ଼ ବିଧ୍ୟା ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଲେଖିଥିବା ଚିଠି ନବୀନଙ୍କ ଆଦୁଆକୁ ଆହୁରି ବଢାଇ ଦେଇଛି। ରଣେନ୍ଦ୍ର ଚିଠିରେ ବିଜେଡିର ଧର୍ମ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ବିଜେଡିକୁ କିଛି ନେତା ହାଇଯାକ (ଅପହରଣ) କରିନେଇଯିବାକୁ ଚାହୁଁଥିବା ନେଇ ନବୀନଙ୍କୁ ସତର୍କ କରିଛନ୍ତି। ଏହି ଚିଠି ଏବେ ଗଣ ମାଧ୍ୟମରେ ମୁଖ୍ୟ ଚର୍ଚ୍ଚା ପାଲଟିଛି। ସେ ଚୋଟିରେ ଲେକିଛନ୍ତି ଯେ ସଂଗଠନରେ ସବୁ ଅଞ୍ଚଳ, ବର୍ଗ ଓ ମହିଳାଙ୍କୁ ସମାନୁପାତିକ ପ୍ରତିନିଧିତ୍ୱ ଦଳରେ ମିଲୁ । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଜରୁରୀ ବୋଲି ସେ କହିଛନ୍ତି । କେବଳ ରାଜ୍ୟ ସ୍ତରରେ ନୁହେଁ, ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ। ଅର୍ଥାତ ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ ।ସେ ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆ ନଯାଉ । ୱକଫ୍ ବିଲ୍ ବିବାଦ ଆମ ଦଳର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।
ଦଳର ଆଭିମୁଖ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ଟିକସ ଓ ବକେୟା ଆଦାୟ କରାଯିବା, ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ପେସା ଆଇନ ଲାଗୁ କରାଯିବା, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବା ଉପରେ ପର୍ଯ୍ୟବେସିତ ହେଉ । କିଛି ଲୋକ ଦଳକୁ ହାଇଜାକ୍ ନକରନ୍ତୁ । ସାମାଜିକ ବନ୍ଧନ କ୍ଷୁର୍ଣ୍ଣ ନହେଉ କି ଆଞ୍ଚଳିକ ବୈଷମ୍ୟ ନବଢ଼ୁ ବୋଲି ସେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ରୋକଠୋକ୍ ଜଣାଇଛନ୍ତି ।