ଭୁବନେଶ୍ୱର, ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଭାଜପାରେ ଉତ୍ସୁକତା ଲାଗି ରହିଛି । କେବେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ସେ ନେଇ କାହା ପାଖରେ ସୂଚନା ନାହିଁ । ତେବେ ଆସନ୍ତା ସପ୍ତାହରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ଦିନିକିଆ ନୂଆ ଦିଲ୍ଲୀଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ସମ୍ପାଦକ ମାନଓ ମହାନ୍ତି ମଧ୍ୟ ଦିଲ୍ଲୀଗସ୍ତରେ ଯାଇଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବେ । ଏଥିସହିତ ରାଜ୍ୟର ସାମ୍ପ୍ରତିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି । ସେହିପରି ମନମୋହନ ରାଜ୍ୟ କମିଟି ଗଠନ, ବୋର୍ଡ ଓ ନିଗରେ ନିଯୁକ୍ତି ପ୍ରସଙ୍ଗ େ ନଇ ମଧ୍ୟ କେନ୍ଦ୍ର ନେତୃ ମଣ୍ଡଳୀଙ୍କ ସହ ଆଲୋଚନା କରି ପାରନ୍ତି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀଗସ୍ତରେ ଯାଉଥିବାରୁ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏବଂ ବୋର୍ଡ ଓ ନଗମରେ ଖାଲିଥିବା ପଦବୀଗୁଡିକ ପୂରଣ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରେ ।