
ଭୁବନେଶ୍ୱର (ବ୍ୟୁରୋ)- ରାଜ୍ୟ ବିକୁ ଜନତା ଦଳ (ବିଜେଡି)ରେ ଗୋଷ୍ଠୀ କନ୍ଦଳ ପିଛା ଛାଡୁନାହିିଁ।
କେତେବେଳେ ପାଣ୍ଡିଆନଙ୍କୁ ନେଇ ଦଳରେ
ବିବାଦ ଦେଖାଦେଉଛି ତ ପୁଣି କେତେବେଳେ ସଂଗଠନ ପଦାଧିକାରୀ ନିଯୁକ୍ତି ନେଇ ଗୋଟିଏ
ଗୋଷ୍ଠୀ ଖପ୍ପା ହେଉଛନ୍ତି। ନିକଟରେ
ଛାତ୍ର ଓ ଯୁବ
ସଭାପତି ନିଯୁକ୍ତି ପରଠାରୁ ନୂଆ ବିବାଦ ଆରମ୍ଭ ହୋଇଛି। ଏହି ଦୁଇ ସଂଗଠନ ନିଯୁକ୍ତିରେ
ଯୁବ ଓ ଛାତ୍ର ନେତାମାନେ ଯେତିକି କ୍ଷୁବ୍ଧ
ହୋଇନାହାଁନ୍ତି ତା’ଠାରୁ ଅଧିକ ଅସନ୍ତୁଷ୍ଟ
ହୋଇଛନ୍ତି ବରିଷ୍ଠ ନେତାମାନେ।
ଯେ କୌଣସି ରାଜନୈତିକ ଦଳ ପାଇଁ
ଯୁବ, ଛାତ୍ର ଓ ମହିଳା ସଂଗଠନ ହେଉଛି
ମେରୁଦଣ୍ଡ ଭଳି। ଏହି ତିନୋଟି ଛାମୁଆ
ସଂଗଠନ ଯେତିକି
ଶକ୍ତିଶାଳୀ
ଓ ସକ୍ରିୟ ରହିବ ଦଳ
ସେତିକି ଦୃଢ ହେବ। ଯେଉଁଥିପାଇଁ
ସବୁ ଦଳ ଛାମୁଆ ସଂଗଠନ ପାଇଁ ବଛାବଛା ସଂଗଠକଙ୍କୁ ନେଇଥାନ୍ତି।
ଈପ୍ସିତା ସାହୁଙ୍କୁ ଛାତ୍ର ଓ ଚିନ୍ମୟ ସାହୁଙ୍କୁ ଯୁବ ବିଜୁ ଜନତା ଦଳର ସଭାପତି ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ତେବେ କେଉଁ ଦୃଷ୍ଟିକୋଣରୁ ଏହି ଦୁଇ ଜଣଙ୍କୁ ବଛା ଯାଇଛି ତାହା
ଦଳର ସୁପ୍ରୀମୋଙ୍କୁ ହିଁ
ଜଣ।। କିନ୍ତୁ
ତେବେ ଏହି ନୂଆ ନେତାଙ୍କୁ ନେଇ
ବହୁ ଛାତ୍ର
ନେତା ଖୁସି ନ।ହାଁନ୍ତି। ପୂର୍ବତନ
ଛାତ୍ର ଓ
ଯୁବ ସଭାପତି ଉପରେ
ଖୁସି କହୁଥିଲେ ମଧ୍ୟ ଭିତରେ ବଡ଼ ଅସନ୍ତୋଷ ଯେ ରହିଛି ତାହା ତାଙ୍କ
ଆଚରଣରୁ ହିଁ ଦେଖିବାକୁ ମିଳୁଛି। ସେମାନଙ୍କ
ଭିନ୍ନ ଦଳରେ ଆହୁରି ଅନେକ ଛାତ୍ର ଓ
ଯୁବ ନେତା ଥିଲେ ଯେଉଁମାନେ ଏହି
ଦୁଇଟି ଗରୁତ୍ୱପୂର୍ଣ୍ଣ
ପଦ ହାତେଇବା ଲକ୍ଷ୍ୟ ରେ ଥିଲେ। ନୂଆ ସଭାପତି ଘୋଷଣା ହେବ। ପରେ ସେମାନେ ଏକ ପ୍ରକାର ଅସହଯୋଗ
ଘୋଷଣା କରିସାରିଛନ୍ତି। ତେବେ ସେମାନଙ୍କୁ ମନେଇବାପାଇଁ
ଶଙ୍ଖ ଭବନ ଡାକି
ଦଳର ବରିଷ୍ଠ ନେତାମାନେ ଆଲୋଚନା
କରିଥିବା ଜଣା ପଡ଼ିଛି।
ସେହିଭଳି ଏହି ଦୁଇ ନେତା କାହା
ସୁପାରିସରେ ଦାୟିତ୍ଵ ନେଇଛନ୍ତି ତାକୁ
ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ରାଜ୍ୟ ରାଜନୀତି ସହ ଜଡିତ ନେତାମାନେ
ଜାଣନ୍ତି ଏହି ଦୁଇ ନେତା କାହାର ଶିସ୍ୟ। ତେଣୁ ସେମାନଙ୍କୁ ମାର୍ଗ ଦର୍ଶନ ମିଳିବାରେ ସମସ୍ୟା ହେବ ନାହିଁ। କାରଣ ସେମାନେ ଯାହାର ଶିଷ୍ୟ ଓ ଶିଷ୍ୟ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଅନ୍ୟ ପକ୍ଷରେ ବ୍ୟୋମକେଶ ରାୟଙ୍କୁ ଯୁବବ୍ୟପାର ବିଭାଗର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଅ। ଯାଇଥିବା ବେଳେ ବରିଷ୍ଠ ନେତା ରାଜେନ୍ଦ୍ର ସାହୁଙ୍କୁ
ଯୁବବ୍ୟପା ର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ଵ ମିଳିଛି।
ଏଥିସହିତ ପ୍ରଣବ ବଳବନ୍ତ ରାୟଙ୍କ ଭଳି ଯୁବ ନେତାଙ୍କୁ ଯୁବ
ସଂଗଠନ ଦାୟିତ୍ଵ ଦିଆନଯିବା ମଧ୍ୟ କିଛି ଯୁବ ନେତାଙ୍କୁ
କ୍ଷୁବ୍ଧ କରିଛି। ତେଣୁସେମାନଙ୍କ ସହ ବରିଷ୍ଠ ଉପସଭାପତି
ପ୍ରତାପ ଜେନା ଅନ୍ୟତ୍ର ଆଲୋଚନା କରିଥିବା ଜଣାପଡିଛି।
ତେବେ ଅସନ୍ତୁଷ୍ଟଙ୍କୁ ଏହାଦ୍ୱାରା ଦଳ କେତେ ମନେଇବାରେ
ସଫଳ ହୋଇଛି ତାହା ଭବିଷତ କହିବ।