
ଭୁବନେଶ୍ୱର: ରାଜ୍ୟରେ ଗତକିଛି ଦିନ ଧରି ଲଘୁଚାପ ବର୍ଷା ଜାରି ରହିଛି। ମେଘୁଆ ପାଗ ଏବଂ ପ୍ରବଳ ବର୍ଷା ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇ ପାରିନାହିଁ। ପାଗ ଖରାପ ଯୋଗୁ ବିମାନ କଲିକତା ଅଭିମୁଖେ ଯାତ୍ରା କରିଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀଗସ୍ତ ଶେଷ କରି ଶୁକ୍ରବାର ସକାଳୁ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲେ। ସକାଳ ୭.୩୦ରେ ତାଙ୍କ ବିମାନ ଅବତରଣ କରିବାର ଥିଲା ମାତ୍ର ପାଗ ଖରାପ ଯୋଗୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ କୋଲକାତା ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ। ପାଗ ଠିକ୍ ହେଲେ ପୁଣି ବିମାନ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ଅବତରଣ କରିବ।