* ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାଆସନରେ ଉପନିର୍ବାଚନହେବାକୁ ଯାଉଛି। ଏହି ଆସନ ଉପରେ ତିନି ପ୍ରମୁଖ ରାଜନୈତିକ ବିଜେଡି, କଂଗ୍ରେସ ଓ ଭାଜପାର ନଜର ରହିଛି। ଏ ନେଇ ରାଜନୈତିକ ଅଙ୍କ କଷା ଆରମ୍ଭ ହୋଇ ଗଲାଣି। ଯେକୌଣସି ସମୟରେ ନିର୍ବାଚନ କମିଶନ ଉପନିର୍ବାଚନପାଇଁ ତାରିଖ ମଧ୍ୟ ଘୋଷଣା କରିପାରନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରଂଭ ହୋଇଗଲାଣି। ତା ପୂର୍ବରୁତିନି ଦଳ ପ୍ରାର୍ଥୀ ଚୟନ ନେଇ ରଣନୀତି ଆରମ୍ଭ
କରିଦେଇଛନ୍ତି।
ରାଜେନ୍ଦ୍ର ଢୋଲକିଆ ଏହି ଆସନରୁ ୪ ଥର ବିଧାୟକ ହୋଇ ସାରିଛନ୍ତି। ୨୦୦୪ରେ ପ୍ରଥମ ଥର ପାଇଁ ଏହି ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୦୯, ୨୦୧୯ ଓ ୨୦୨୪ରେ ବି ସେ ଏହି ଆସନରୁ ଜିତିଥିଲେ। ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ରହିଥିଲେ। ତାଙ୍କ ମୃତ୍ୟୁ ପରେ ଏହି ଆସନରୁ ବିଜେଡି ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅଙ୍କୁ
ପ୍ରାର୍ଥୀ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ରବିବାର ତାଙ୍କ ଦଶାହ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଛି। ଏହି
କାର୍ଯ୍ୟକ୍ରମରେ ବିଜେଡିର ପ୍ରଶ୍ଚିମ ଓଡିଶାର ତୁଙ୍ଗ
ନେତା ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ। ଏପରି କି ବିଜେଡି ସଭାପତି ଦେବୀ
ମିଶ୍ର ଓ ଅନ୍ୟମାନେ ଢ଼ୋଲ୍ କିଆଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଖୋଦ ଦଳର ସଭାପତି ଦିଲ୍ଲୀରେ ଥିବାରୁ ସେ ଭିଡିଓକନଫରେନସିଂରେ ଯୋଗ ଦେଇଥିଲେ। ଦଳର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ବିଜେଡି ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସ୍ବାଭାବିକ।
ସେପଟେ ସୌଜନ୍ୟତା ଦୃଷ୍ଟିରୁ ନିଜର ଜଣେ
ସହଯୋଗୀ ବିଧାୟକଙ୍କୁ ହରାଇଥିବାରୁ ମୁଖ୍ୟମନ୍ତ୍ରୀ
ମୋହନ ମାଝୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ
ଦେଇଥିଲେ। ଆଉ ନିଜ ଭାଷଣରେ ସେ ନୂଆପଡ଼ା
ନିର୍ବାଚନମଣ୍ଡଳୀର ଦାୟିତ୍ବ ନିଜେ ନେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ଏହି
ଆସନରୁ କଂଗ୍ରେସରୁ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ। ତେବେ ଏହି ଆସନ ପାଇଁ କଂଗ୍ରେସ ପ୍ରାଥୀ ହେବାକୁ
ଆଗ୍ରହୀ ଥିବା ଘାସିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରି ନଥିଲା।
କିନ୍ତୁ ସେ ସଧୀନ ଭାବେ ଛିଡା ହୋଇ ଦୁଇ ନମ୍ବର ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ୧୫ ହଜାର
୫୦୧ଖଣ୍ଡଭୋଟପାଇଥିବା ବେଳେ ସ୍ଵଧୀନ ପ୍ରାର୍ଥୀ
ଘାସିରାମ ୫୦ ହଜାର ୯୦୪ଖଣ୍ଡ ଭୋଟ ପାଇଥିଲେ। ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ
ପାଇ ଜିତିଥିଲେ। ଏଥର ଭକ୍ତ ଦାସ ଘାସିରାମଙ୍କୁପ୍ରାର୍ଥୀ
କରିବାକୁ ଉଦ୍ୟମ ଚଳାଇଛନ୍ତି। ଘାସିରାମଙ୍କ ପାଖରେ ୫୦
ହଜାର ଆଦିବାସୀ ଭୋଟ ଥିବାରୁ ବିଜେଡି ମଧ୍ୟ ତାଙ୍କୁ ନିଜ ଶିବିରକୁ ଟାଣିବାକୁ ଯୋଜନା କରୁଛି।
୨୦୨୪ରେ ଭାଜପା ପ୍ରଥମ ଥର ପାଇଁ ଏକାକି ସରକାର କରିଛି। ସରକାର ଗଠନକୁ ଦେଢ ବର୍ଷ ପୂରିନ ଥିବା ବେଳେ ଦଳ ଏକ ଉପ ନିର୍ବାଚନର ସମ୍ମୁଖୀନ ହେବାକୁ
ଯାଉଛି। ଏହା ଭାଜପା ଓ ମୋହନଙ୍କ ପାଇଁ ଏସିଡୀ ଟେଷ୍ଟ ହେବ।
ଏଭଳି ସ୍ଥିତିରେ ଭାଜପା ଯଦି ହାରି ଯାଏ ତେବେ ସାଧାରଣରେ ଏକ ଭୁଲ ବାର୍ତ୍ତା ଯିବ। ଯେଉଁଥି ପାଇଁ ଖୋଦ ମୋହନ ମାଝୀ ଢୋଲକିଆଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ
ଭେଟିବା ସହ ନୂଆପଡ଼ା ପାଇଁ ତାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାର ଦାୟିତ ନେଇଛନ୍ତି।
ବିଜେପୁର ଉପନିର୍ବାଚନ
ସମୟରେ ବିଜେଡି ଯେଉଁ ରଣନୀତି ଆପଣେଇ ଥିଲା
ମୋହନ ସେଇ ରଣନୀତି ଆପଣେଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ସମୟରେ ମଧ୍ୟ ବିଜେପୁର କଂଗ୍ରେସର ଗଡ ଥିଲା। କିନ୍ତୁ ଆକସ୍ମିକ ଭାବେ ତତ୍କାଳୀନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡି ଅତି ଚତୁରତାର ସହ ତାଙ୍କ ପତ୍ନୀ ରୀତା
ସାହୁଙ୍କୁ ବିଜେଡିରେ ମିଶାଇ ତାଙ୍କୁ ଉପନିର୍ବାଚନରେ
ପ୍ରାର୍ଥୀ କରାଇ ଦେଲା। ପରେ ରୀତା ସାହୁ
ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଭାଜପା ମଧ୍ୟ ସେଭଳି କିଛି ଚାଲ ଖେଳିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।