ନୂଆପଡା ଉପ ନିର୍ବାଚନରେ ବାଜି ମାରି ନେଇଛି ଭାଜପା । ରେକର୍ଡ ସଂଖ୍ୟକ ଭୋଟରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କର ବିଜୟ ହୋଇଛି । ସେ ତାଙ୍କର ନିକଟତମ ଭାଜପା ପ୍ରାର୍ଥୀ ଘାସିରାମ ମାଝୀଙ୍କ ଠାରୁ ୮୩ ହଜାର ୭୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଭାଜପା ପ୍ରାର୍ଥୀଙ୍କୁ ୧,୨୩,୯୭୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୩୮,୪୦୮ ଖଣ୍ଡ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତୃତୀୟ ସ୍ଥାନରେ ରହିଛନ୍ତି ।
ନୂଆପଡା ଉପ ନିର୍ବାଚନର ଫଳାଫଳକୁ ତର୍ଜମା କଲେ ଜଣାଯାଏ ଯେ ଗତ ଦେଢ ବର୍ଷର ଭାଜପାକୁ ନୂଆପଡା ବାସୀ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ରାଜ୍ୟ ଭାଜପା ନେତାଙ୍କର ରଣ କୌଶଳ ସଫଳ ହୋଇଛି । ଏହି ବିଜୟ ରାଜ୍ୟ ଭାଜପାର ଆଗାମୀ ଭବିଷ୍ୟତ ନିର୍ବାଚନକୁ ମଧ୍ୟ ନିର୍ଦ୍ଧାରଣ କରିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଭାଜପା ସଭାପତି ମନମୋହନ ସମାଲଙ୍କର ଜାତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ଓଡିଶାରେ ଭାଜପା ସରକାର ଗ୍ରହଣୀୟ ହୋଇ ପାରିଛି ବୋଲି ଏହି ନିର୍ବାଚନ ଫଳାଫଳରୁ ତାହା ଦେଖିବାକୁ ମିଳିଛି । ଭାଜପା ପ୍ରାର୍ଥୀ ଜୟ ଢୋଲିକିଆଙ୍କ ଏହି ରେକର୍ଡ ବିଜୟ ତାଙ୍କ ପିତା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁର ଅନୁକମ୍ପା ସହ ଶାସକ ଦଳର ସୁଚିନ୍ତିତ ରଣନୀତି ଯୋଗୁ ସମ୍ଭବ ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି ।
ଅନ୍ୟ ପକ୍ଷରେ ଏହି ଉପ ନିର୍ବାଚନ ବିଜେଡିକୁ ଏକ ଝଟକା ଦେଇଛି । ଦୀର୍ଘ ୨୪ ବର୍ଷ ଧରି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଭାବମୂର୍ତ୍ତୀ ଧୂଳିସାତ ହୋଇ ହୋଇଯାଇଛି । ୨୦୨୪ ସାଧାରଣ ନିର୍ବାଚନ ବେଳେ ନବୀନ ପ୍ରଚାରକୁ ଯାଇ ନ ଥିଲେ । ନୂଆପଡା ଉପ ନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ସେ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ । ମାତ୍ର ଦେଢ ବର୍ଷ ପରେ ନବୀନଙ୍କ ସେହି ପୁରୁଣା କ୍ରେଜ ଆଉ ଭୋଟରେ ପ୍ରତିଫଳିତ ହୋଇ ପାରି ନାହିଁ । ବିଜେଡିର ସମସ୍ତ ବିଧାୟକ, ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ସମେତ ଛାମୁଆ ସଙ୍ଗଠନ ନେତାମାନେ ଏହି ନିର୍ବାଚନ ବେଳେ ଡେରାଇ ପକାଇ ରହିଥିଲେ । ଏସବୁ ସତ୍ୱେ ବିଜେଡିର ସମସ୍ତ ରଣନୀତି ଫେଲ ମାରିଛି ଓ ବିଜେଡି ପ୍ରାର୍ଥୀଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଛି । କହିବାକୁ ଗଲେ ବିଜେଡିକୁ ନୂଆପଡା ବାସୀ ଏକ ପ୍ରକାର ପ୍ରତ୍ୟାଖାନ କରି ଦେଇଛନ୍ତି । ଏହା ବିଜେଡି ଓ ନବୀନଙ୍କ ପାଇଁ ଆଗାମୀ ଦିନରେ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି ରାଜନୈିତିକ ବିଶ୍ଲେଷକମାନେ ଆକଳନ କରିଛନ୍ତି ।
ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ସେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଗତ ସାଧାରଣ ନିର୍ବାଚନରେ ଘାସି ସ୍ୱାଧୀନ ଭାବେ ଲଢି ୫୧ ହଜାର ଭୋଟ ପାଇ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ କଡା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ରହିଁଥିଲେ । ମାତ୍ର ଚଳିତ ନିର୍ବାଚନରେ କଂଗ୍ରେସରୁ ଲଢି ମାତ୍ର …, ଖଣ୍ଡ ଭୋଟ ପାଇଛନ୍ତି। ସେ ଦ୍ଵିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗତ ନିର୍ବାଚନ ଠାରୁ ତାଙ୍କର ଭୋଟ ହ୍ରାସ ପାଇଛି । ଉପ ନିର୍ବାଚନ ପୂର୍ବରୁ ଘାସିଙ୍କୁ ଆଗୁଆ ଟିକେଟ ଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି(ପିସିସି) ଭକ୍ତ ଚରଣ ଦାସ ଯେଉଁ ରଣ କୌଶଳ ଆପଣାଇ ଥିଲେ ତାହା ଫେଲ ମାରିଛି । ତେବେ ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ବୁଝାପଡୁଛି ଯେ ଦୀର୍ଘ ୨୫ ବର୍ଷ ପରେ ମଧ୍ୟ ରାଜ୍ୟବାସୀ କଂଗ୍ରେସକୁ ଗ୍ରହଣ କରିବା ମୁଡରେ ନାହାନ୍ତି । ଅନ୍ୟ ପକ୍ଷରେ ବିଜେଡିର ସ୍ଥାୟୀତ୍ୱକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।