ନୂଆପଡ଼ା ଉପ ନିର୍ବଚନରେ ବିଜେଡି ତୃତୀୟ ସ୍ଥାନରେ ରହିଲା। ୨୦୨୪ ସାଧାରଣ ନିର୍ବାଚନର ନୂଆପଡ଼ା ବିଧାନସଭା ଆସନ ଦାଖଲ କରିଥିବା ବିଜେଡି ସମସ୍ତ କଳା କୌଶଳ ସତ୍ତ୍ୱେ ତୃତୀୟ ସ୍ଥାନକୁ ଖସିଲା କେମିତି। ମାତ୍ର ଦେଢ଼ ବର୍ଷରେ କଣ ନବୀନଙ୍କ ଭାବମୂର୍ତ୍ତି ମଳିନ ପଡ଼ିଗଲା। ବିଜେଡିର ଲୋକପ୍ରିୟତା କଂଗ୍ରେସ ତଳକୁ ଖସିଲା କେମିତି। ଏମିତି ଅନେକ୍ ପ୍ରଶ୍ନ ବିଜେଡି ସୁପ୍ରିମୋଙ୍କ ଠାରୁ ଆରମ୍ଭକରି ଦଳୀୟ କର୍ମୀଙ୍କ ମନରେ ଉଙ୍କି ମାରୁଛି। ନୂଆପଡ଼ା ଉପ ନିର୍ବାଚନ ପରାଜୟର ଦାୟିତ୍ୱରେ ଥିବା ନେତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ହିସାବ ମାଗିବେ ବୋଲି ସୂଚନା ମିଳିଛି।
ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ନବୀନନୂଆପଡ଼ା ଉପନିର୍ବାଚନ ଦାୟିତ୍ବରେ
ରହିଥିବା ଦଳୀୟ ନେତାଙ୍କଠାରୁ ହିସାବ ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି। ତେବେ ବୈଠକ କେଉଁଠାରେ
ହେବ ସେନେଇ ଅଦ୍ୟାବଧି କିଛିଚୂଡ଼ାନ୍ତ ହୋଇନାହିଁ। ଯଦି ଶଙ୍ଖ ଭବନରେ
ବୈଠକ ବସିବ, ତା’ହେଲେ ନବୀନ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ସମ୍ବୋଧନ
କରିବେ ବୋଲି କୁହାଯାଉଛି। ଏହି ବୈଠକ ପୂର୍ବରୁ ନବୀନ ଶନିବାର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଡାକି ଛନ୍ତି।
ନୂଆପଡ଼ାରେ ବିଜେଡି କେବଳ ହାରିନାହିଁ, କଂଗ୍ରେସ ପଛକୁ ତୃତୀୟ
ସ୍ଥାନରେ ରହିବା ଏବେ ଦଳ ସଭାପତିଙ୍କପାଇଁ ସବୁଠାରୁ ବଡ଼
ଚାଲେଞ୍ଜ ହୋଇଛି। ୨୫ବର୍ଷ ଧରି କ୍ଷମତାରେ
ରହିବା ଓ ନିଜେ ଦୁଇ ଦୁଇ ଥର ନିର୍ବାଚନ ପ୍ରଚାରକୁ ଯିବା ସେତ୍ତ୍ବ ବିଜେଡି କାହିଁକି
ତୃତୀୟ ସ୍ଥାନରେ ରହିଲା, ତା’ର ହିସାବସିଧାସଳଖ ନୂଆପଡ଼ାରେ ଡେରା ପକାଇ ନିର୍ବାଚନ ପରିଚାଳନା କରୁଥିବା
ନେତାଙ୍କଠାରୁ ମଗାଯିବ। ବିଶେଷକରି ନୂଆପଡ଼ାର ବିଭିନ୍ନ ଅଞ୍ଚଳ ଦାୟିତ୍ୱରେ
ଥିବା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ,
ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସବର୍ମା, ତୁଷାରକାନ୍ତି ବେହରା,ପ୍ରୀତି ରଞ୍ଜନ ଘଡ଼ାଇ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭଳି ମାଳ ମାଳନେତା ନବୀନଙ୍କ ଆଗରେ ନିର୍ବାଚନୀ ପରାଜୟର ହିସାବ ରଖିବେ।
ତେବେ ପ୍ରଣବଙ୍କ ଭଳି ନେତା କୋମନା ବ୍ଲକ ଦାୟିତ୍ୱରେ ଥିବା ବେଳେ
ସେଠାରେ କିଭଳି ବିଜେଡି ପଛରେ ପଡ଼ିଲା,
ସେ ଗଣିତକୁ ଏବେ ବିବିଜେଡି ନେତାମାନେ ବୁଝିପାରୁ ନାହାନ୍ତି।
ସେହିଭଳି ବିଜେଡି ନେତାମାନେ ଯେଉଁସବୁ ବ୍ଲକ ଓ ଏନଏସି ଦାୟିତ୍ୱରେ ରହିଥିଲେ, ସେଠାରେ ବିଜେଡିର ଭୋଟ ହାର ଢେର କମ୍
ରହିଛି। କୋମନା ଏନଏସିରେ ବିଜେଡିକୁ କଂଗ୍ରେସ ପଛକୁ
କେମିତି ଠେଲିଦେଲା, ତା’ର ହିସାବ ବି ସେମାନଙ୍କୁ ଦେବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା, ନିର୍ବାଚନ ପ୍ରଚାର ଅବଧି ଶେଷ ହେବ ପରେ
ସାଧାରଣତଃ ପ୍ରଚାର ଦାୟିତ୍ୱରେ ଥିବା
ନେତାମାନେ ଅଞ୍ଚଳ ଛାଡ଼ି ଦେଇଥାନ୍ତି ଓ
ନିର୍ବାଚନମଣ୍ଡଳୀ ସୀମାରେ ରହି ସେହିଠାରୁ
ପରିସ୍ଥିତି ଉପରେ ନଜର ରଖିଥାନ୍ତି।
ନୂଆପଡ଼ାରେ କିନ୍ତୁ ବିଜେଡି ନେତାଙ୍କ କ୍ଷେତ୍ରରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା। ଯାହାକି ପୂର୍ବ ନିର୍ବାଚନ ବେଳେ କେବେ ଦେଖିବାକୁ ମିଳି ନ ଥିଲା। ପ୍ରଚାର ପରେ ନିରବ ଅବଧି ଆରମ୍ଭ ହେବା ସଙ୍ଗେ ସଙ୍ଗେ ବିଜେଡି
ନେତାମାନେ ସିଧାସଳଖ ଭୁବନେଶ୍ୱର ପଳାଇ ଆସିଥିଲେ। କାହିଁକି
ସେମାନେ ସୀମାରେ
ରହି ପରିସ୍ଥିତି ଉପରେ
ନଜର ନ ରଖି
ଦାୟିତ୍ବହୀନ ଭାବେ ଭୁବନେଶ୍ବର ଚାଲିଆସିଲେ, ସେନେଇ ମଧ୍ୟ ବିଜେଡିନେତାଙ୍କୁ ନବୀନଙ୍କୁ ଉତ୍ତର ଦେବାକୁ ପଡ଼ିବ। ସେହିଭଳି ଭୋଟଗ୍ରହଣ ଦିନ ଅଧିକାଂଶ ବୁଥରେ ବିଜେଡି ଏଜେଣ୍ଟମାନେ
ମତଦାନର କିଛି ସମୟ ପରେ ଅଦୃଶ୍ୟ ହୋଇଯାଇଥିଲେ। ସେମାନେ କୁଆଡ଼େ ଓ କାହିଁକି ପଳାଇଗଲେ, ତା’ର ହିସାବ ବି ନବୀନ ନେବେ। ଆସନ୍ତା ପହିଲାରେ ପ୍ରଶ୍ନ ପଚାରିବାକୁ ନବୀନ ସଜବାଜ ହେଉଥିବା ବେଳେ କିଏ କାହାମୁଣ୍ଡକୁ ଦୋଷ ଠେଲି ଖସିବ, ସେଥିପାଇଁ ମାମଲତକାରମାନେ
ଏବେଠାରୁ ପ୍ରାକ୍ଟିସ ଆରମ୍ଭ କରିଦେଲେଣି। ଆପେବଞ୍ଚିଲେ ବାପର ନାଁ ନୀତିରେ କିଭଳି ଅନ୍ୟକୁ
ଖାଲରେ ପକାଇ ଖସିବେ, ସେଥିପାଇଁ ଆଗଧାଡିର ନେତାଙ୍କ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି।
ନବୀନଙ୍କ ଆଗରେ ଏହି ମାମଲତକାରମାନେ କିଭଳି ଅଭିନୟ କରିବେ ତାହା ଦେଖିବାକୁ ଦଳର ଅନେକ ନେତା ଓ କର୍ମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କୁହାଯାଉଛି ଯେ ନବୀନଙ୍କ ଭାବମୂର୍ତ୍ତି ନଷ୍ଟ କରି ବିଜେଡିକୁ ତଳିତଳାନ୍ତ କରିବାକୁ କୁଆଡେ କିଛି ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଭାଜପା ସହ ଭିତିରି ସୁତୁରା କରିଥିବା ଚର୍ଚ୍ଚା ହେଉଛି। ନବୀନ ଯଦି ଏଭଳି ବିଶ୍ୱାସଘାତକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ବିଜେଡିକୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନୀତି ବିଶାରଦ ମାନେ ସତର୍କ କରାଇ ଦେଇଛନ୍ତି।