ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ଏହି ଅତିରିକ୍ତ ବଜେଟରେ ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତିକରଣ ଆଦି ଉପରେ ଗୁରୁତ୍ୱ ଦଆଯାଇଛି । ଅତିରିକ୍ତ ବିଜେଟରେ ରାଜ୍ୟ ଓ ସରକାର ଶିକ୍ଷା କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରାଥମିକ ଏବଂ ଉଚ୍ଚ ଶିକ୍ଷାର ବିକାଶ ପାଇଁ ୨,୩୨୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୃଷି ଓ କୃଷକଙ୍କର ବିକାଶ ପାଇଁ ସରକାର ଅତିରକ୍ତ ବଜେଟରେ ୧୬.୭୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ଅତିରିକ୍ତ ବଜେଟରେ ୧,୫୫୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ବଜେଟରେ ସାମାଜିକ ସେବା ପାଇଁ ୫,୯୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଶିଳ୍ପ ଓ … ପାଇଁ ୩୩୭ କୋଟି ଟଙ୍କା, ମମତା ଯୋଜନା ପାଇଁ ୧୪୧ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୪୦ କୋଟି , ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ୯୯୪ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି, ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି, ପ୍ରଶାସନିକ ଖର୍ଚ୍ଚ ପାଇଁ ୩,୩୮୯ କୋଟି ସାମାଜିଗ ସେବା ପାଇଁ ୫, ୯୪୮ କୋଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୧୬୪ କୋଟି ଟଙ୍କା, ପଞ୍ଚାୟତିରା ବିଭାଗ ପାଇଁ ୬୧୬ କୋଟି, ଓଡିଆ ଭାଷା ସାହିତ୍ୟ ବିଭାଗ ପାଇଁ ୩୬୩ କୋଟି, ସୁଭଦ୍ରା ଯୋଜନା ପାଇଁ ୬୧୬ କୋଟି, ନନ୍ଦନ କାନନ ବିକାଶ ପାଇଁ ୮୦ କୋଟି ଟଙ୍କା, ପରିବେଶ, ପର୍ଯ୍ୟଟନର ବିକାଶ ପାଇଁ ୮୦ କୋଟି , ବନ୍ୟ ପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ୨୫ କୋଟି , ସହରୀ ବିକାଶ ପାଇଁ ୩୦୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା ପାଇଁ ୯୧ କୋଟି, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ପାଇଁ୧୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।