ଭୁବନେଶ୍ୱର(ବ୍ୟୁରୋ)- ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ ଅଖିଳ ଭାରତ କଂଗ୍ରେସ କମିଟି (ଏ ଆଇ ସି ସି) ଅନୁମୋଦନ କରିଛି।
କିଛିଦିନ ତଳେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧୀଙ୍କୁ ଚିଠି ସେ ଲେଖିଥିଲେ। ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ।କଂଗ୍ରେସରୁ ବହିଷ୍କାର ପରେ ହେବ ପରେ ମୋକିମ୍ ଗଣ ମାଧ୍ୟମକୁ କହି ଛନ୍ତି ଯେ କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି।
କିନ୍ତୁ ମୋ ବିଚାର ଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି। ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦଳକୁ ଆଇନ୍ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ସେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ସେ ୨୪ ଘଣ୍ଟା ସମାଜ ପାଇଁ କାମ କରିବେ। ରାଜନୀତି ଗୋଟିଏ ପ୍ଲାଟଫର୍ମ। ଆଗକୁ ରାଜନୀତି ଜାରି ରହିବ। ଏଥିରେ ବିରାମ ନାହିଁ।
ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି। ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କାହାକୁ ଡରିବନି । ତେଣୁ ମୁଁ କାହାକୁ ନ ଡରି ଚିଠି ଲେଖିଲି, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ। ଶେଷ ନିଶ୍ବାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବି ବୋଲି ମୋକିମ୍ କହିଛନ୍ତି।ଇତିହାସ ସାକ୍ଷୀ ଅଛି ଯେଉଁମାନେ ସତ୍ୟ ପଥରେ ଚାଲନ୍ତି, ତାଙ୍କୁ ବହୁତ୍ କଷ୍ଟ ସହି ଆଗକୁ ଯିବାକୁ ପଡ଼ିଛି ଏବଂ ତାଙ୍କ ବଳିଦାନରେ ପରବର୍ତ୍ତୀ ଅବସ୍ଥାରେ ସୁଫଳ ମିଳିଛି ପୂରା ଭାରତବର୍ଷକୁ। ତେଣୁ ମୁଁ କୌଣସି ମତରେ ଚିନ୍ତାଗ୍ରସ୍ତ ନୁହେଁ ବୋଲି ମୋକିମ କହିଛନ୍ତି।
କଟକ ବାରବାଟି କଂଗ୍ରେସ ବିଧାୟୀକା ସୋଫିଆ ଫିର୍ଡୋଷ ଟଙ୍କା ଝିଅ। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ । ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ।
କଂଗ୍ରେସରୁ ମୋକିମଙ୍କ ବହିଷ୍କାରକୁ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏ ବାବଦରେ ସେ ଅଧିକ କିଛି କହିବେନି। କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ୍। ‘କଟକର ସେ ଜଣେ ମଜବୁତ୍ ନେତା ଥିଲେ, କଟକରେ ପ୍ରଭାବ ପଡ଼ିବ ବୋଲି ନରସିଂହ କହିଛନ୍ତି।