ଅନୁଗର୍ଗ ହେବେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଉନୟନ କମିଶନର ଅନୁଗର୍ଗ ହେବେ ରାଜ୍ୟର ପ୍ରଥମ ମହିଳା ଅଣ ଓଡିଆ ମୁଖ୍ୟ ଶାସନ ସଚିବ । ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୨୦୨୫ ଡିସେମ୍ବର ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେବ । ୨୦୨୬ ଜାନୁୟାରୀ ପହିଲାରୁ ଅନୁ ଗର୍ଗ ରାଜ୍ୟ ଅମଲାମାନଙ୍କର ମୁଖ୍ୟ ପଦବୀ ସମ୍ଭାଳିବେ । ଉନ୍ନୟନ କମିଶନର ଦାୟିତ୍ୱକୁ ସୂଚାରୁ ରୁପେ ସମ୍ପାଦନ କରିବାରୁ ରାଜ୍ୟ ସରକାର ଅନୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
୧୯୯୧ ବ୍ୟାଚ ଓଡିଶା କ୍ୟାର୍ଡର ଏହି ଆଇଏଏସ ଅଫିସର ୧୯୯୩ରେ ଝାରସୁଗୁଡା ଉପଜିଲାପାଳ ଭାବେ ନିଜର କ୍ୟାୟିୟର ଆରମ୍ଭ କରିଥିଲେ ।ସେ ସମ୍ବଲପୁର ଓ ବରଗଡ ଜିଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ପରେ ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଳ ସମ୍ପଦ ବିଭାଗ ଭଳି ଅନେକ ବିଭାଗର ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଜର ଦାୟିତ୍ୱ ସୂଚାରୁ ରୁପେ ନିର୍ବାହ କରିଛନ୍ତି । ୨୦୦୦ରୁ ୨୦୦୩ ଯାଏ ସେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । କେନ୍ଦ୍ରୀୟ ଡେପୁଟେଶନ ସମୟରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି । ସେ ୨୦୨୯ରେ ଅବସର ଗ୍ରହଣ କରିବେ । ମୋଟାମୋଟି ଭାବେ ଯଦି ତାଙ୍କର କାର୍ଯ୍ୟଶୈଳୀରେ ରାଜ୍ୟ ସରକାର ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆସନ୍ତା ଆସନ୍ତା ୩ ବର୍ଷ ପାଇଁ ଏହି ପଦବୀରେ ରହି ପାରିବେ ।