ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହାର ଜବାବରେ ଭାଜପା ବରିଷ୍ଠ ନେତା ତଥା ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି। କେବେ କାହାକୁ ତିଆରି କରି ନାହାନ୍ତି। ସେ ଆଜି ମନ୍ତ୍ରୀ ହୋଇଛନ୍ତି। ଦଳ ତାଙ୍କୁ ତିଆରି କରିଛି । ନବୀନଙ୍କୁ ବିତର୍କ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଆଇନ ଶୃଙ୍ଖଳା କଥା ଯଦି କହୁଛନ୍ତି ତେବେ ଏ ନେଇ ସେ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣନ୍ତୁ। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ଭାଜପା ଜନ ସେବାରେ ସବୁବେଳେ ବ୍ୟସ୍ତ ଅଛି। ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି।
ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ଭାଜପାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା।
କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ଭାଜପା ଯୋଗାଯୋଗରେ ଅଛନ୍ତ। ବିଜେଡି ନେତାଙ୍କୁ ରଖି ପାରୁନି ।କ୍ଷମତା ହେଉଛି ଫେଭିକଲ୍, ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ। ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି ବୋଲି ପୂଜାରୀ କହିଛନ୍ତି