ବିଜୁ ଜନତା ଦଳ ଆଗାମୀ ଦିନରେ ଭାଙ୍ଗିଯିବା। ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବା। ବିଜେଡିକୁ ନେଇ ଭାଜପା ନେତାମାନେ ଅନେକ ସମୟରେ ବୟାନ ଦେଇ ଆସିଛନ୍ତି। ବିରୋଧୀଙ୍କ ଏଭଳି ହୱାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।
ବିଜେଡି ରହିଛି ଏବଂ
ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶୁକ୍ରବାର ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ଏଭଳି କଡ଼ା ମେସେଜ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ଶଙ୍ଖ ଭବନ ଠାରେ ଆୟୋଜିତ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀମାନଙ୍କ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ଦଳ। ଏହା ଏକ ଜନ ଆନ୍ଦୋଳନ। ଓଡିଶା ବାସୀଙ୍କ ସ୍ୱାଭିମାନ ଓ ଆଶା,ଆକାଂକ୍ଷା ସହ ବିଜେଡି ଜଡିତ।
ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ପରିଣତ କରିବାକୁ ସେ କ କର୍ମୀ ମାନଙ୍କୁ ପରାମର୍ଶ। ରାଜ୍ୟ ରେ ଏଵେ ସରକାର ଥିବା ପରି ଅନୁଭବ ହେଉ ନାହିଁ।
ଗଣତନ୍ତ୍ର ରେ ହାର ଜିତ ରହିଛି। କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳ କୁ ନେଇ ଅପପ୍ରଚାର କରୁଛନ୍ତି। ବିଜୁ ଜନତା ଦଳ ଭାଙ୍ଗି ଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରା ଯାଉଛି। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଜଣେ କିମ୍ବା ଦୁଇ ଜଣଙ୍କର ଦଳ ନୁହେଁ। ଏହା ଏକ ଜନ ଆନ୍ଦୋଳନ। ଓଡ଼ିଶାର ଗର୍ବ ଏବଂ ସମ୍ମାନ ପାଇଁ କାମ କରୁଛି। ବିଜେଡି ଓଡ଼ିଶା ବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ।
୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି. ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶା ର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ,କ୍ଷୁଧା,ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ। ସଫଳ ମଧ୍ୟ ହୋଇଛୁ। ଓଡିଶା କୁ ନୂଆ ପରିଚୟ ଦେଇଛୁ।ମା ମାନଙ୍କୁ ସଶକ୍ତ କରିଛୁ।ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟ କୁ ପୁଞ୍ଜି ଆଣିଛୁ। ଯୁବ ସମାଜ କୁ ନିଯୁକ୍ତି ଦେଇଛୁ। ଓଡିଶା କୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।
ରାଜ୍ୟ ରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି।କିନ୍ତୁ ବିକାଶ କାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏଵେ ଚାଷୀ କୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ମାନେ ହଇରାଣ। ଯୁବ ସମାଜ ହତାଶ।ଗତ ୧୮ ମାସ ରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନ ଶୃଙ୍ଖଳା କଥା ନ କହିବା ଭଲ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏପରିକି ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁହିଁନ୍ତି। ରାଜ୍ୟ ରେ ଏକ ସରକାର ଥିବା ପରି ଅନୁଭବ ହେଉ ନ ଥିବା ଖାହି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।
ଯୁବ ସମାଜ କୁ ଦଳ ର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ନବୀନ କହିଛନ୍ତି ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡି ର ମନ୍ତ୍ର। ବିକାଶ ଆମର ପରିଚୟ। ତେଣୁ ବିଜେଡି ର ଯୁବ ବନ୍ଧୁ ମାନେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପ ପ୍ରଚାର ର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ।
ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ । ଦଳ ର ଲକ୍ଷ ଲକ୍ଷ କର୍ମୀ ମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି।ତେଣୁ ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟ କ୍ରମରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇ ନବୀନଙ୍କ ନେତୃତ୍ୱରେ ବିଜେଡିକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରତିଷ୍ଠା ଦିବସରେ ବିଜେଡିର ମହିଳା, ଯୁବ ଏବଂ ଛାତ୍ର ସଂଗଠନ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।