ବିଦାୟ ନେଲା ୨୦୨୫। ବାର୍ଷିକ ଭିତରେ ଅନେକ ରାଜନୈତିକ ଉତ୍ଥାନ ପତ୍ତନ ହୋଇଛି। ଶାସକ ଭାଜପାକୁ ବିଧାୟକଙ୍କ ଦରମା ବୃଦ୍ଧି ଶକ୍ତ ଧକ୍କା ଦେଇଛି। ବିଭିନ୍ନ ଆଡ ସରକାରଙ୍କୁ କଡା ସମାଲୋଚନା ର ସମ୍ମୁଖୀନ ହେବାକୁ ପଡ଼ିଛି। ସେହିପରି
ରାଜ୍ୟ ସଭା ଏମ୍ପି ଭାଜପା ରେ ମିଶିବା ବିଜେଡିକୁ ଜୋର ଝଟକା ଦେଉଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ବିଦା ଦଳର ମନୋବଳକୁ ଭାଙ୍ଗି ଦେଇଛି।ରାଜ୍ୟ ଶାସନରେ ଲଗାତାର ୯ ବର୍ଷଭାଜପା ସହିତ ମିଶି ଶାସନ କରିବା ଏବଂ
ଅବଶିଷ୍ଟ ୧୬ ବର୍ଷ ଏକାକୀ ଶାସନ କରିଥିବା
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରକୁ ରାଜ୍ୟବାସୀ ଦେଖିବା ପରେ ଏକ ଭିନ୍ନ ସ୍ୱାଦ ପାଇଁ ଭାଜପାକୁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ତେବେ ଦୀର୍ଘଦିନ ପରେ ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ଶକ୍ତ ବିରୋଧୀଦଳ ଗଠନ ହୋଇଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୫୦ ଜଣ ହେଉଛନ୍ତି ବିଜେଡି ସଦସ୍ୟ। ତେଣୁ ବିରୋଧୀ ଦଳ ଭାବେ ନବୀନଙ୍କ ଠାରୁ ରାଜ୍ୟବାସୀ ଢେର କିଛି ଆଶା କରିବା ସ୍ୱାଭାବିକ। ହେଲେ ବିରୋଧୀ ଦଳରେ ବସିବାର ୧୮ ମାସ ପରେ ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣରେ ନବୀନ ସେଭଳି ସଫଳ ହୋଇଥିବା ରାଜ୍ୟବାସୀ ଅନୁଭବ କରିପାରୁ ନାହାନ୍ତି। କୌଣସି ଗୋଟିଏ ହେଲେ ପ୍ରସଙ୍ଗରେ ସରକାରଙ୍କୁ ଆଖିଦୃଶିଆ ବିରୋଧ ବିଜେଡି କରିଥିବା ନଜର ନାହିଁ । ବିଧାନସଭା ଭିତରେ ଓ ବାହାରେ ସମାନ ସ୍ଥିତି। ଗୋଟିଏ ଦୁଇଟି ହାତଗଣତି ପ୍ରସଙ୍ଗରେ ଲୋକ ଦେଖାଣିଆ ଭାବେ ରାସ୍ତାକୁ ଆସି ପୁଣି ତାକୁ ଦଳ ଭୁଲିଯାଇଛି। ରାଜ୍ୟର ନୂଆ ସରକାର ଧିରେଧିରେ ତା’ର ପାଦ ସଶକ୍ତ କରିବାର ଏହା ଅନ୍ୟତମ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛିାକେବଳ ସରକାରଙ୍କୁ ବିରୋଧ ନୁହେଁ,
ନିଜ ଦଳକୁ ମଝବୁତ କରିବାରେ ନବୀନ ସକ୍ଷମ ହୋଇପାରୁ ନାହାନ୍ତି। ବିରୋଧିଦଳ ନେତା ହିସାବରେ ପ୍ରଥମଥର କରି ନୂଆପଡ଼ା ଉପନିର୍ବାଚନକୁ ସାମ୍ନା କରିଥିଲେ ମଧ୍ୟ ନିଜ ଦଳର ଏହି ଆସନକୁ ବଞ୍ଚାଇବାରେ ସଫଳ ହୋଇନାହାନ୍ତି। ବିଜେଡି ଏଠାରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ତୃତୀୟ ସ୍ଥାନରେ ରହି ପରାଜୟ ବରଣ କରିଛି। ଏହା ପରଠାରୁ ଦଳ ଭିତରେ ଦାୟିତ୍ୱ ହସ୍ତାନ୍ତରକୁ ନେଇ ମହାଭାରତ ଆରମ୍ଭ ହୋଇଯାଇଛି। ସଭାରେ ଦଳୀୟ ନେତୃତ୍ୱକୁ ଆହ୍ୱାନ ଦେବା ଆରମ୍ଭ ହୋଇଯାଇଛି । ଏହି ୧୮ମାସ ମାସରେ ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ଓ ଜଣେ ପୂର୍ବତନ ରାଜ୍ୟସଭା ସାଂସଦ ଭାଜପାରେ ସାମିଲ ହେବା ଦଳ ପାଇଁ କଠିନ ସ୍ଥିତି ସୃଷ୍ଟିକରିଛି। ସେହିଭଳି ନିଜକୁ ଅସଲ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସରେ ମଧ୍ୟ ଅସ୍ଥିରତା ଲାଗି ରହିଛି
। ଭକ୍ତଙ୍କ ନେତୃତ୍ୱରେ ଦଳ ଭାଜପାକୁ ଯେଭଳି ମୁକାବିଲା କରିବା କଥା, ତାହା କରିପାରୁନାହିଁ। ନିଜ ଦଳ ଭିତରେ ଚାଲି ଥିବା ଶୀତଳ ଯୁଦ୍ଧକୁ ମୁକାବିଲା କରିବାରେଭକ୍ତଙ୍କର ଅଧିକାଂଶ ସମୟ ଯାଉଛି। ବରିଷ୍ଠ ନେତା ମହମ୍ମଦ ମୋକିମ ଦଳରୁ ବିଦା ହୋଇ ନୂଆ ଦଳ ଗଠନ ପାଇଁ ଲାଗିପଡ଼ିଛନ୍ତି। ବହୁ ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନକୁ ଯିବାକୁ ପଛାଉଛନ୍ତି। ବରିଷ୍ଠମାନେ ବି ଭକ୍ତଙ୍କ ସହ ନ ଥିବା ଲକ୍ଷ୍ୟ କରାଯାଉଛି
। ଦଳର ଯୁବ, ଛାତ୍ର ଓ ମିଡିଆ ଶାଖାରପ୍ରଦର୍ଶନ ମଧ୍ୟ ସେଭଳ ଉତ୍ସାହନଜନକ ନୁହେଁ।
। କଂଗ୍ରେସରେ ସାମିଲ ପାଇଁ ଯେଉଁମାନେ ପୂର୍ଣ୍ଣପ୍ରସ୍ତୁତ ଥିଲେ, ସେମାନେ ଏବେ ନିଜର ଯୋଜନାକୁ ବାତିଲ କରିଦେଇଛନ୍ତି। ଶାସକ ଭାଜପା ରେ ମଧ୍ୟ ଅସନ୍ତୋଷ ରହିଛି। ଦଳ କ୍ଷମତାକୁ ଆସିବା ପରେ ବିଭିନ୍ନ ପଦପଦବୀ ପାଇଁ ଚାହିଁ ବସିଥିବା ଦଳୀୟ
ନେତା ଓ କର୍ମୀମାନେ ଏଠାରେ ଅସନ୍ତୁଷ୍ଟ। ସେମାନଙ୍କୁ ସରକାର ଗଠନର ଦେଢ ବର୍ଷ ପରେ ମଧ୍ୟ କିଛି ପଦପଦବୀ ମିଳୁନାହିଁ। ନିଗମ, ସମବାୟ ସଂସ୍ଥା, ଯୋଜନା ବୋର୍ଡ ପଦବୀ ପୂରଣ ହୋଇପାରୁ ନଥିବା
ବେଳେ ଖାଲି ପଡ଼ିଥିବା ୬ଟି ମନ୍ତ୍ରୀ ପଦବୀକୁ ଅନେକ ଚାତକ ଭଳି ଚାହିଁବସିଛନ୍ତି। ବିଧାନସଭାରେ ସରକାର ପାରିତ କରିଥିବା ଦରମା ବୃଦ୍ଧି ବିଲ୍କୁ ନେଇସାଧାରଣରେ ଅସନ୍ତୋଷ ପ୍ରକଟ ପରେ ସରକାର ପଛଘୁଞ୍ଚାଦେବା ସହ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ସରକାରଙ୍କ ଏହା ପ୍ରଥମ ଝଟ୍କା ବୋଲି କହିଲ ଅତ୍ୟୁକ୍ତି ହେବ ନାହିଁ। ଦଳରେ ଏବେ ସମସ୍ତଙ୍କୁ ମନାଇବା ସହ ତଳ ସ୍ତରରେ ଶକ୍ତିବୃଦ୍ଧି ପାଇଁ ଯୋଜନା ଚାଲିଛି।
ହେଲେ ପଦପଦବୀ ଆଶାୟୀମାନେ କେତେ ଦିନ କ୍ଷମତା ବାହାରେ ରହିଦଳକୁ ବଳ ଦେବେ, ତାହା ବଡ଼ ପ୍ରଶ୍ନବାଚୀ।
ଏଭଳି ସ୍ଥିତିରେ ରାଜ୍ୟରେ ଏବେ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରସ୍ତୁତି ଚାଲିଛି। କଂଗ୍ରେସରୁ ବିଦା ହୋଇଥିବା ମହ
ମ୍ମଦ ମୋକିମ ଏହଯୋଜନାର ମୂଳଦୂଆ ପକାଇଥିବାବେଳେ ବିଜୟ ମହାପାତ୍ର, ଅମର ଶତପଥୀ, ବ୍ରଜ ତ୍ରିପାଠୀଙ୍କ ଭଳିପ୍ରମୁଖ ନେତାମାନେଖୋଲାଖୋଲି ଅଭିଯାନ ସପକ୍ଷରେ ମତ ରଖୁଛନ୍ତି। ବିଭିନ୍ନ ଦଳର ଆହୁରି ଅନେକ ନେତା ପରଦା ପଛରେ ରହି ଏହାକୁ ସମର୍ଥନ ବି ଦେଉଛନ୍ତି। ଯଦି ଏହା ବାସ୍ତବ ରୂପ ନେବ, ତେବେ ରାଜ୍ୟର ୩ ପ୍ରମୁଖ ଦଳକୁ ଏହା ଦୋହଲାଇ ଦେବ ବୋଲି ରାଜନୈତିକବିଶ୍ଲେଷକମାନେ ଆକଳନ କରୁଛନ୍ତି। ଆଉ କିଛିଦିନ ପରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ସହ ସୀମା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣର ଯୋଜନା ରହିଛି। ଏସବୁ କାର୍ଯ୍ୟକୁ ନେଇଏବେଠାରୁ ୩ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇବା ଆରମ୍ଭ କରିଛନ୍ତି। ୨୦୨୬ରେ ଅନେକ ନେତାଙ୍କ ଭାଗ୍ୟ ଓ ଭବିଷ୍ୟତର ମୂକସାକ୍ଷୀ ହେବ ବୋଲି ଚର୍ଚ୍ଚା ହେଉଛି ।