ଭୁବନେଶ୍ୱର(ବ୍ୟୁରୋ)-ଆସନ୍ତା ଏପ୍ରିିଲରେ ରାଜ୍ୟ ସଭାର ୪ ଟି ଆସନ ଖାଲି ହେବ। ବିଜେଡି ରାଜ୍ୟ ସଭା ଏମ୍ପ ମୁନା ଖାଁ, ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମମତା ମୋହାନ୍ତ ଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖରେ ଶେଷ ହେବ ।
ଖାଲି ହେବାକୁ ଥିବା ଏହି ୪ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭାଜପା ଖାତାକୁ ୨ ଟି ଯିବାକୁ ଥିବା ବେଳେ ବିଜେଡି ହାତରେ ଗୋଟିଏ ରାଜ୍ୟ ସଭା ଆସନ ରହିବ । ସେହି ପଦକୁ ହାତେଇବା ପାଇଁ ବିଜେଡିରେ ଆରମ୍ଭ ହୋଇ ଯାଇଛି ବଳ କଷା କଷି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଦିଲ୍ଲୀ ଯିବାକୁ ମନ ବଳେଇ ଲେଣି । ୪ଟି ଆସନ ଉପରେ ଭାଜପା, ବିଜେଡି ଓ କଂଗ୍ରେସର ନଜର ରହିଛି । ତେବେ ବିଧାନସଭାର ସଂଖ୍ୟା ଗଣିତ ଅନୁସାରେ ଭାଜପା ୨ ଜଣଙ୍କୁ ବିଜେଡି ଜଣଙ୍କୁ ନିଜ ବଳରେ ରାଜ୍ୟ ସଭାକୁ ପଠାଇ ପାରିବେ । ତେବେ ଚତୁର୍ଥ ପ୍ରାର୍ଥୀଙ୍କୁ ଦିଲ୍ଲୀ ପଠାଇବାକୁ ହେଲେ ଯେ କୌଣସି ଦୁଇ ଦଳ ମଧ୍ୟରେ ସହମତି ନିହାତି ଜରୁରୀ ହୋଇ ପଡିଛି । ଏଭଳି ସ୍ଥିତିରେ ଗତ ନିର୍ବାଚନରେ ହାରି ରାଜ୍ୟ ରାଜନୀତିରେ ଏକ ପ୍ରକାର ବେକାର ହୋଇ ବସିଥିବା ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭାକୁ ଯିବା ପାଇଁ ସଜବାଜ ଆରମ୍ଭ କରି ଦେଇଛନ୍ତି । ବଣଭୋଜି ନାଁରେ ବିଭିନ୍ନ ସ୍ଥାନରେ ବିଜେଡି ନେତାମାନଙ୍କର ବସୁଥିବା ବୈଠକ ଏହାର ପରିଣାମ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି
। ସେହିଭଳି ଏବେ ବବି ନିଜେ ଯାଜପୁର ରାଜନୀତିରେ ସକ୍ରିୟ ହେବା ସହ ନିକଟରେ ଅବସ୍ଥିତ ପ୍ରକୃତିର ନିୟମ ଅନୁସାରେ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଘରେ
ଦଳୀୟ ବୈଠକର ଆୟୋଜନ କରିଛନ୍ତି।
ଏହା ପଛରେ ବବିଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଛିଆଉ ତାହାହେଲା ରାଜ୍ୟସଭାକୁ ଯାଇ ନିଜରରାଜ ନୈତିକ କ୍ୟାରିଅରକୁ ବଞ୍ଚାଇ ରଖିବା।
କାରଣ ଗତ ନିର୍ବାଚନରେ ଦଳର ମଙ୍ଗ ଧରିଥିବାପ୍ରଣବ ନିଜେ ସମ୍ବଲପୁର ଲୋକସଭା ଆସନରୁ ହାରିଯିବା ସହ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାତାଙ୍କ ମା’ ସନ୍ଧ୍ୟାରାଣୀଙ୍କୁ
ମଧ୍ୟ ଜିତାଇ ପାରିନାହାନ୍ତି।ଏଭଳି ସ୍ଥିତିରେ ରାଜ୍ୟସଭାକୁ ଯିବା ଛଡ଼ା ତାଙ୍କ ପାଇଁ ନିକଟ ଭବିଷ୍ୟତରେ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ଏହି
ଉଦ୍ଦେଶ୍ୟରେ ସଫଳ ହେବା ସକାଶେ ସେ ହାଇ କମାଣ୍ଡଙ୍କ
ଉପରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି।ଅନ୍ୟ ପଟେ ରାଜ୍ୟସଭା ନିର୍ବାଚନରେ ପୂର୍ବତନ
ପ୍ରଶାସିକା ସୁଜାତା କାର୍ତ୍ତିକେୟନ ପ୍ରାର୍ଥୀ ହେବେ ବୋଲିଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେଥିରେ କିଛି ପରିମାଣରେ ବିରାମ ଲାଗିଛି
। ବିଶ୍ୱସ୍ତ ସୂତ୍ରରୁ ମିଳିଥିବାସୂଚନା ଆନୁଯାୟୀ, ସୁଜାତା ଏତେ ଶୀଘ୍ର ରାଜନୀତିମଇଦାନକୁ ଆସିବାକୁ ଚାହୁଁ ନାହାନ୍ତି। ଏଭଳି ଖବର ଏବେ ବବିଙ୍କ ଶିବିରକୁ ଅହୁରି ଉତ୍ସାହିତ କରିଛି। ରାଜ୍ୟସଭାକୁ ଗଲେ ଦିଲ୍ଲୀରେ ବିଜେଡି ରାଜନୀତିକୁ ମଝବୁତ କରିବେ ବୋଲି କହି ହାଇକମାଣ୍ଡଙ୍କୁ ବବି
ପ୍ରଭାବିତ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଅନ୍ୟ ପଟେ ରାଜ୍ୟସଭା ପାଇଁ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ବିଜେଡି
ଏବେ ଠାରୁ ପ୍ରାର୍ଥୀ ସନ୍ଧାନରେ ଥିବା ସୂଚନା ମିଳୁଛି। ଜଣେ ଓଜନିଆ ନେତାଙ୍କୁ ପ୍ରାର୍ଥୀ କରି ଉଭୟ କଂଗ୍ରେସ ଓ ଭାଜପା ସମର୍ଥନରେ ରାଜ୍ୟସଭା ପଠାଇବାକୁ ବିଜେଡି ଅଣ୍ଟା ଭିଡ଼ିଛି।ତେବେ ହେଉଥିବା ଆଲୋଚନା ଅନୁଯାୟୀ, ବିଜେଡି ନଜରରେ ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବରିଷ୍ଠ ପୁଲିସ୍ ଅଧିକାରୀ ଅରୂପ ପଟ୍ଟନାୟକ, ନବୀନଙ୍କ ରାଜ ନୈତିକ ପରାମର୍ଶଦାତା
ସନ୍ତ୍ରୁପ୍ତ ମିଶ୍ର, ପୂର୍ବତନ ପ୍ରଶାସକ ମନୋଜ ମିଶ୍ରଙ୍କ ସମେତ ଆଉ କିଛି ନିର୍ବିବାଦୀୟ ବ୍ୟକ୍ତି ବିଶେଷ ବି ରହିଛନ୍ତି। ଏମାନଙ୍କୁ ପ୍ରାର୍ଥୀ କଲେ ଭାଜପା ଓ କଂଗ୍ରେସନିଶ୍ଚିତ ସମର୍ଥନ ଦେବେବୋଲି ବିଜେଡି ହାଇ କମାଣ୍ଡ ବିଚାର କରୁ ଛନ୍ତି। ଏହା ହେଲେ ଦୁଇ ସାଂସଦଙ୍କ ଦଳ ବଦଳ ପରେ ବିଜେଡିର ଯେଉଁ କ୍ଷତି ହୋଇଛି, ତାହାକୁ କିଛି ପରିମାଣରେ ଦଳ ଭରଣା କରିପାରିବ ବୋଲି କୁହାଯାଉଛି।