ଭୁବନେଶ୍ୱର:ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହନ୍ତି କି କ୍ଷମତା ଲୋଭ ଆଗରେ କେହି ମିତ୍ର ମଧ୍ୟ ନୁହନ୍ତି । ପୂର୍ବରୁ ଅନେକ ଥର ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଓଡ଼ିଶାରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ମଧ୍ୟ ସମାନ ଆଡକୁ ଢଳୁଛି । ଗୋଟିଏ ରାଜ୍ୟ ସଭା ଆସନ ପାଇଁ ଏବେ ନୀତି ଆଦର୍ଶ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବାକୁ ବ୍ୟଗ୍ର ରାଜନୈତିକ ଦଳ । ସମସ୍ତଙ୍କ ଆଖି ଏବେ ରାଜ୍ୟସଭାର ଚତୁର୍ଥ ଆସନ ଉପରେ ।
ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି , ରାଜନୈତିକ ଉଷ୍ମତା ସେତେ ଅଧିକ ବଢୁଛି । ଚତୁର୍ଥ ଆସନ ଅକ୍ତିଆର ପାଇଁ ଅଙ୍କ କଷି ଲେଣି ଶାସକ ଓ ବିରୋଧୀ । ଆବଶ୍ୟକ ସଂଖ୍ୟା ନ ଥାଇ ମଧ୍ୟ ଭାଜପାର ଜଣେ ପରେ ଜଣେ ନେତା ଚତୁର୍ଥ ଆସନ ହାତେଇବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଚତୁର୍ଥ ଆସନକୁ କଳେ ବଳେ କୌଶଳେ ହାତେଇବାକୁ ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେବାକୁ ପଛାଇ ନାହାନ୍ତି ଉଭୟ ଭାଜପା ଓ କଂଗ୍ରେସ । ୨୪ ବର୍ଷ ଧରି ନବୀନଙ୍କୁ ବିରୋଧ କରି ଆସୁଥିବା କଂଗ୍ରେସ ଏବେ ବିଜେଡି ସୁପ୍ରିମୋଙ୍କ ସହଯୋଗ ଚାହୁଁଛି । ଚତୁର୍ଥ ଆସନ ପାଇଁ ଭକ୍ତଙ୍କ ଗୁଗଲି ରାଜ୍ୟସଭା ନିର୍ବାଚନ ଗଣିତକୁ ଆହୁରି ରୋଚକ କରିଛି ।
ନବୀନଙ୍କ ସହଯୋଗ ପାଇଲେ ରାଜ୍ୟସଭାରେ ଖାତା ଖୋଲିବାକୁ ଅଙ୍କ କଷୁଛି ଦଳ । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡିବେ ବୋଲି ଭକ୍ତ କହିଛନ୍ତି। ୨ଟି ଆସନ ଅନାୟସରେ ଭାଜପା ହାତେଇବ । ବିଜେଡି ୩ ୟ ଆସନ ନେବା। ଚତୁର୍ଥ ଆସନ ପାଇଁ କଂଗ୍ରେସ ଓ ଭାଜପା ମଧ୍ୟରେ ଟଣ। ଓଟରା ଚାଲିଛି।
। ୨ ଟି ଆସନ ହଟେଇବା ପରେ ଶାସକ ଦଳକୁ ଚତୁର୍ଥ ଆସନର ଲୋଭ ମଧ୍ୟ ଛାଡିନି । ରାଜନୈତିକ ଶତ୍ରୁ ଥିବା ବିଜେଡି ସହ ଏବେ ମିତ ବସିବାକୁ କସରତ କରୁଛି ଭାଜପା । ଆବଶ୍ୟକ ପଡିଲେ ନବୀନଙ୍କ ସହଯୋଗରେ ଚତୁର୍ଥ ଆସନ ଦଖଲ ଅଭିଯାନ ପାଇଁ ଅଣ୍ଟା ଭିଡ଼ିବ ବୋଲି ଭାଜପା ସୂଚନା ଦେଇଛି । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ ଚନ୍ଦ୍ର ପାତ୍ର । ଯାହାର ଜବାବ ରଖିଛି ବିଜେଡି। ରାଜନୀତିରେ କେହି ଚିର ଶତ୍ରୁ କି ମିତ୍ର ନୁହନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ନବୀନ କାହାର ହେବେ ନା ନୀରବ ରହିବେ।
ରାଜ୍ୟସଭା ନିର୍ବାଚନ ଏହାର ସବୁଠୁ ବଡ ପ୍ରମାଣ ଦେବ।