ଭୁବନେଶ୍ୱର: ବିକଶିତ ଓଡିଶା ଭିଜନ-୨୦୩୬ ଏବଂ ୨୦୪୭କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ରରେ ଭିତିଭୁମିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ନାମରେ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୨୦୪୭ ସୁଦ୍ଧା ରାଜ୍ୟକୁ ୫କୋଟିରୁ ଅଧିକ ଘରୋଇ ଏବଂ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସହ ୨୫ ହଜାର ହୋଟେଲ ରୁମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୨୦୨୬-୨୭ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟୟ ବାରାଦ କରାଯାଇଛି ।