ସରକାର ଫେରା
ଭୁବନେଶ୍ୱର: ଓଡ଼ିଶା ବିଧାୟକଙ୍କ ପାଇଁ ନିରାଶାଜନକ ଖବର। ବଢ଼ିବନି ବିଧାୟକଙ୍କ ଦରମା। ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗୁରୁବାର ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି କରାଯାଇଛି।
ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ୍ ଆସିଥିବା ଜଣାଇଲେ ବିଧାନସଭା ସଚିବ ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ବିଲ୍ ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁଥିବା ସେ ଅବଗତ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୫ ପାରିତ ହୋଇଥିଲା। ଶାସକ ଦଳ ସହ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ବି ସମର୍ଥନ କରିଥିଲେ। ଦରମା ବୃଦ୍ଧିକୁ ନେଇ ବିଧାୟକମାନେ ଖୁସିଥିଲେ।
ସଂଶୋଧିତ ବିଲ୍ ଅନୁଯାୟୀ ଦରମା ଓ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଜଣେ ବିଧାୟକ ପ୍ରାୟ ୩ ଲକ୍ଷ ୪୫ ହଜାର ଟଙ୍କା ମାସିକ ଦରମା ପାଇଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ ଲକ୍ଷ୍ୟ , ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀ ୩.୬୭ ଲକ୍ଷ , ଉପବାଚସ୍ପତି ଓ ମନ୍ତ୍ରୀମାନଙ୍କୁ ୩.୫୬ ଲକ୍ଷ୍ୟ ଏବଂ ବିରୋଧୀ ଦଳ ନେତାଙ୍କୁ ମାସିକ ୩ ଲକ୍ଷ ୬୨ ହଜାର ଟଙ୍କା ମିଳିଥାନ୍ତା। ସେହିପରି ଜଣେ ପୂର୍ବତନ ବିଧାୟକ ୧.୧୭ ଲକ୍ଷ୍ୟ ଟଙ୍କା ପେନସନ ପାଇଥାନ୍ତେ।ସେଥିରେ ମେଡିକାଲ ପାଇଁ ୨୫ ହଜାର ଓ ପେନସନ ପାଇଁ ୮୦ ହଜାର ଟଙ୍କା ମିଳିଥାନ୍ତା। ଏଥିସହିତ ପ୍ରତେକ୍ ଟିମ୍ ପାଇଁ ଅତିରିକ୍ତ ପେନସନ ରେ ୩ ହଜାର ଟଙ୍କା ଯୋଗ ହୋଇଥାନ୍ତା।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ବର୍ଗର ଲୋକେ ଓ ସଂଗଠନ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଜେନା ଆକ୍ରୋଶ କୁ ଦୃଷ୍ଟିରେ ରଖି ସରକାର ବାଧ୍ୟ ହୋଇ ଉକ୍ତ ବିଲକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି