ଭୁବନେଶ୍ୱର; ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହ ଦୀର୍ଘ ବର୍ଷ ଧରି ରହିଥିବା ନେତାମାନେ ଆଉ ବିଜେଡିରେ ନାହାନ୍ତି । ବିଜୁଙ୍କ ଦେହାନ୍ତ ପରେ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ମଧ୍ୟ କିଛି ବର୍ଷ ପରେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ବରିଷ୍ଠ ନେତାଙ୍କୁ କଣ ଠେସା କରିଦିଆଯାଇଛି । ଏପରିକି ଦଳ ପ୍ରତି ଆନୁଗତ୍ୟ ଥିବା ବିଜୁ ଲିଗାସି ନେତାମାନେ ପରିବର୍ତ୍ତୀତ ରାଜନୀତିର ଶିକାର ହୋଇ ପ୍ରତ୍ୟକ୍ଷ ରାଜନୀତିରୁ ଏକ ପ୍ରକାର ବିଦା ହୋଇଯାଇଛନ୍ତି । ରାମକୃଷ୍ଟ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଫୁଲ୍ଲ ସାମଲ, ଲାଲ ବିହାରୀ ହିିମିରିକା, ସୁରେନ୍ଦ୍ର ନାଥ ନାୟକ ଭଳି ନେତାଙ୍କୁ ପର୍ଯ୍ୟାୟ କ୍ରମେ କଣଠେସା କରିଦିଆଯାଇଛି । ବାଧ୍ୟ ହୋଇ ରାମକୃଷ୍ଣ ବିଜେଡିରୁ ଇସ୍ତଫା ଦେଇ ଥିଲେ । ବିଜେଡି ରାମକୃଷ୍ଣଙ୍କ ଝିଅ ଅନୀତା ପ୍ରିୟ ଦର୍ଶିନୀଙ୍କୁ ନିଜ ସାଙ୍ଗରେ ରଖି ପାରିଲା ନାହିଁ । ସେ ଏବେ ବିଜେଡି ପାଇଁ କଣ୍ଟା ହୋଇଛନ୍ତି । କେବଳ ସେ ନୁହଁନ୍ତି ସୁର ନାୟକଙ୍କ ଭଳି ନେତା ମଧ୍ୟ ନବୀନଙ୍କ ହାତାଦରର ଶିକାର ହୋଇଛନ୍ତି । ତାଙ୍କ ଠାରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଛଡାଇ ନିଆଯାଇଛି । ହେଲେ ସେ ଦଳ ବିରୋଧରେ ପଦୁଟିଏ ମଧ୍ୟ କହି ନାହାନ୍ତି । ହେଲେ ତାଙ୍କୁ ବିଜେଡି କୌଣସି ପଦ ପଦବୀରେ ଥଇଥାନ କଲା ନାହିଁ କିମ୍ବା ତାଙ୍କ ପୁଅକୁ ଗୁରୁତ୍ୱ ଦେଲା ନାହିଁ । ସେହିପରି ବିଜୁ ପ୍ରେମୀ ଦାମୋଦର ରାଉତଙ୍କୁ ମଧ୍ୟ ନବୀନ ହତାଦର କରିଛନ୍ତି । ତାଙ୍କୁ ମନ୍ତ୍ରୀ ପଦବୀରୁ ବିଦା କରିବା ପରେ ସେ ଭାଜପାରେ ଯୋଗ ଦେଇଥିଲେ । ହେଲେ ସେ ନିଜକୁ ଭାଜପାରେ ଖାପ ଖୁଆଇ ପାରିଲେ ନାହିଁ । ପୁଣି ବିଜେଡିକୁ ଫେରିଥିଲେ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଦାମଙ୍କୁ ବିଜେଡି ଯେତିକି ସମ୍ମାନ ଦେବା କଥା ଦେଲା ନାହିଁ । ତାଙ୍କ ପୁଅକୁ ଟିକେଟ ଦେଇଥଲେ ମଧ୍ୟ ଦାମଙ୍କୁ ଏକ ପ୍ରକାର ଅଣଦେଖା କରାଯାଇଛି । ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ରାଜନୈତିକ କ୍ୟାରିୟରକୁ ମଧ୍ୟ ଶେଷ କରି ଦିଆଗଲା । ଯଦିଓ ତାଙ୍କ ପୁଅ ଡ୍ୟାନି ଘଡାଇଙ୍କୁ ବିଜେଡି ଟିକେଟ ଦେଲା ତେବେ ପ୍ରଫୁଲ୍ଲ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଫେରି ପାରିଲେ ନାହିଁ । ସେହିପରି ଯୋଗେନ୍ଦ୍ର ବେହେରା, ନଳୀନି ମହାନ୍ତି, ଡାକ୍ତର କମଳା ଦାସ, ଅମର ଶତପଥି, ପ୍ରଭାତ ତ୍ରିପାଠୀ, ଦିଲ୍ଲୀପ ରାୟ ଭଳି ନେତାଙ୍କୁ ନବୀନ ଯେତେବେଳେ ଯାହା ଦରକାର ବ୍ୟବହାର କରିଛନ୍ତି ଓ ଡଷ୍ଟବିନକୁ ଫିଙ୍ଗି ଦେଇଛନ୍ତି ।
ଅନ୍ୟ ପକ୍ଷରେ ଇମ୍ପୋର୍ଟ(ଆମଦାନୀ) ନେତାଙ୍କ ପାଦୁଭାର୍ବ ବିଜେଡିରେ ବଢି ଚାଲିଛି । ଯାହାର କୁ ପରିଣାମ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭୋଗିବାକୁ ପଡୁଛି । ଦଳ୍ ପ୍ରତି ତିଳେମାତ୍ର ଆନୁଗତ୍ୟ ନ ଥିବା ସେହି ସୁବିଧାବାଦୀ ଇମ୍ପୋଟେର୍ଡ ନେତାମ।ନେ ବିଜେଡିକୁ ବୁଡାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଦଳ ଡେଇଁ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ତେବେ ଦଳରୁ ଅଲୋଡା କରାଯାଇଥିବା ବଜୁ ଆନଗୁତ୍ୟମାନେ ଏବେ ବିଜେଡି ଉପରେ ଭାରି ପଡିଛନ୍ତି । ବିଜେଡି ଗଠନ ହେବା ପ ରଠାରୁ ଏବେ ଯାଏ ୨୯ ବର୍ଷ ଧରି ସେହି ନେତାମାନଙ୍କୁ ଗୌଣ କରାଯାଇଥିବା ବେଳେ ଆମଦାନୀ ନେତାଙ୍କୁ ନବୀନ ମୁଣ୍ଡରେ ବସାଇଲେ । ଦଳ ପ୍ରତି ତିଳେ ମାତ୍ର ଆନୁଗତ୍ୟ ନ ଥିବା ନେତା ସସ୍ମିତ ପାତ୍ର, ପ୍ରମିଳା ବିଶୋଇ, ସୁଜିତ କୁମାର, ମମତା ମହାନ୍ତ, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର , ସୁଲତା ଦେଓ ଭଳି ନେତା ବିଜେଡିରେ ଯୋଗ ଦେଲେ ଓ ରାତାରାତି ଷ୍ଟାର ବନିଗଲେ । ସେମାନଙ୍କ ମଧ୍ୟରୁ ଅନେକ ବିଜେଡିକୁ ଛାଡି ଅନ୍ୟ ଦଳକୁ ଚାଲି ଯାଇଛନ୍ତି । ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ, ସୁଜିତ କୁମାର, ଅମର ପଟ୍ଟନାୟକ ଭଳି ନେତା ଗତ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଗୋଇଠା ମାରି ଚାଲି ଯାଇଛନ୍ତି । ତେବେ ଆଉ କିଛି ଇମ୍ପୋଟେଡ ନେତା ଅଛନ୍ତି ଯେକି ପଦ୍ମପୋଖରୀରେ ପହଁରିବା ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେଡିକୁ ଚଳାଉଥିବା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯିଏ ଭଲ ଲାଗିଲା ସେମାନେ ତାଙ୍କୁ ଟିକେଟ ଦେଲେ ।
ବରିଷ୍ଠ ନେତାମାନଙ୍କୁ ହତାଦର କରିବା ବିଜେଡି ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଭାତ ତ୍ରିପାଠୀ, ଭତୃହରୀ ମହାତାବ, ପ୍ରଭାତ ବିଶ୍ୱାଳ, ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ଅକାଶଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର ଭଳି ନେତା ଯେଉଁମାନେ ଦଳୀୟ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ସେମାନଙ୍କୁ ଦଳରୁ ବିଦା କରି ଦିଆଗଲା । ଯେଉଁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଥିଲା ଦେଖିବାକୁ ଗଲେ କାଁଭାଁ ଦୁଇ ଚାରିଜଣଙ୍କୁ ଛାଡି ଦେଲେ ପ୍ରକୃତ ବିଜୁ ପ୍ରେମୀ ଆଉ ବିଜେଡିରେ ନାହାନ୍ତି । ଗତ ନିର୍ବାଚନରେ ଦଳ ହାରିବା ପରେ ଏବେ ବିଜୁ ପ୍ରେମୀ ନେତାଙ୍କ ଅବର୍ତ୍ତମାନ ବିଜେଡିରେ ଅନୁଭୁତ ହେଉଛି । ତେବେ ସେମାନଙ୍କୁ ପୁଣି ଏକାଠି କରିବା ଏବେ ନବୀନଙ୍କ ପାଇଁ ସହଜ ନୁହେଁ ବୋଲି ରାଜନୀତି ବିଶାରଦଙ୍କ ମତ ଦେଉଛନ୍ତି ।