editor – ଓଡ଼ିଶା ସ୍ୱର https://odishaswara.com odishaswara.com Thu, 30 Apr 2026 13:33:35 +0000 en-US hourly 1 https://wordpress.org/?v=6.7.5 ତଡା ଖାଇଛନ୍ତି ବିଜୁ ପ୍ରେମୀ https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/ https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/#respond Thu, 30 Apr 2026 13:33:34 +0000 https://odishaswara.com/?p=8976 ଭୁବନେଶ୍ୱର;  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ  ସହ ଦୀର୍ଘ ବର୍ଷ ଧରି ରହିଥିବା ନେତାମାନେ ଆଉ ବିଜେଡିରେ ନାହାନ୍ତି । ବିଜୁଙ୍କ ଦେହାନ୍ତ ପରେ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ମଧ୍ୟ  କିଛି ବର୍ଷ ପରେ ସେମାନଙ୍କ  ମଧ୍ୟରୁ  ଜଣଙ୍କ ପରେ ଜଣେ ବରିଷ୍ଠ ନେତାଙ୍କୁ କଣ ଠେସା କରିଦିଆଯାଇଛି । ଏପରିକି  ଦଳ ପ୍ରତି ଆନୁଗତ୍ୟ ଥିବା ବିଜୁ ଲିଗାସି ନେତାମାନେ  ପରିବର୍ତ୍ତୀତ ରାଜନୀତିର ଶିକାର ହୋଇ ପ୍ରତ୍ୟକ୍ଷ ରାଜନୀତିରୁ  ଏକ ପ୍ରକାର ବିଦା ହୋଇଯାଇଛନ୍ତି । ରାମକୃଷ୍ଟ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଫୁଲ୍ଲ ସାମଲ, ଲାଲ ବିହାରୀ ହିିମିରିକା, ସୁରେନ୍ଦ୍ର ନାଥ ନାୟକ ଭଳି ନେତାଙ୍କୁ ପର୍ଯ୍ୟାୟ କ୍ରମେ କଣଠେସା କରିଦିଆଯାଇଛି ।  ବାଧ୍ୟ ହୋଇ ରାମକୃଷ୍ଣ ବିଜେଡିରୁ ଇସ୍ତଫା ଦେଇ ଥିଲେ ।  ବିଜେଡି ରାମକୃଷ୍ଣଙ୍କ  ଝିଅ  ଅନୀତା ପ୍ରିୟ ଦର୍ଶିନୀଙ୍କୁ ନିଜ ସାଙ୍ଗରେ ରଖି ପାରିଲା ନାହିଁ । ସେ ଏବେ ବିଜେଡି ପାଇଁ କଣ୍ଟା ହୋଇଛନ୍ତି । କେବଳ ସେ ନୁହଁନ୍ତି ସୁର ନାୟକଙ୍କ  ଭଳି ନେତା ମଧ୍ୟ  ନବୀନଙ୍କ ହାତାଦରର ଶିକାର ହୋଇଛନ୍ତି ।  ତାଙ୍କ ଠାରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଛଡାଇ ନିଆଯାଇଛି । ହେଲେ ସେ ଦଳ ବିରୋଧରେ ପଦୁଟିଏ ମଧ୍ୟ କହି ନାହାନ୍ତି । ହେଲେ ତାଙ୍କୁ  ବିଜେଡି କୌଣସି ପଦ ପଦବୀରେ ଥଇଥାନ କଲା ନାହିଁ କିମ୍ବା ତାଙ୍କ ପୁଅକୁ ଗୁରୁତ୍ୱ ଦେଲା ନାହିଁ । ସେହିପରି ବିଜୁ ପ୍ରେମୀ ଦାମୋଦର ରାଉତଙ୍କୁ ମଧ୍ୟ ନବୀନ ହତାଦର କରିଛନ୍ତି । ତାଙ୍କୁ ମନ୍ତ୍ରୀ ପଦବୀରୁ ବିଦା କରିବା ପରେ ସେ ଭାଜପାରେ ଯୋଗ  ଦେଇଥିଲେ । ହେଲେ ସେ ନିଜକୁ ଭାଜପାରେ ଖାପ ଖୁଆଇ ପାରିଲେ ନାହିଁ । ପୁଣି ବିଜେଡିକୁ ଫେରିଥିଲେ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଦାମଙ୍କୁ ବିଜେଡି ଯେତିକି ସମ୍ମାନ ଦେବା କଥା ଦେଲା ନାହିଁ । ତାଙ୍କ ପୁଅକୁ ଟିକେଟ ଦେଇଥଲେ ମଧ୍ୟ ଦାମଙ୍କୁ ଏକ ପ୍ରକାର ଅଣଦେଖା କରାଯାଇଛି ।  ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ରାଜନୈତିକ କ୍ୟାରିୟରକୁ ମଧ୍ୟ ଶେଷ କରି ଦିଆଗଲା । ଯଦିଓ ତାଙ୍କ ପୁଅ ଡ୍ୟାନି ଘଡାଇଙ୍କୁ ବିଜେଡି ଟିକେଟ ଦେଲା ତେବେ ପ୍ରଫୁଲ୍ଲ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଫେରି ପାରିଲେ ନାହିଁ ।  ସେହିପରି ଯୋଗେନ୍ଦ୍ର ବେହେରା, ନଳୀନି ମହାନ୍ତି, ଡାକ୍ତର କମଳା ଦାସ, ଅମର ଶତପଥି, ପ୍ରଭାତ ତ୍ରିପାଠୀ, ଦିଲ୍ଲୀପ ରାୟ ଭଳି ନେତାଙ୍କୁ ନବୀନ ଯେତେବେଳେ ଯାହା ଦରକାର ବ୍ୟବହାର କରିଛନ୍ତି ଓ ଡଷ୍ଟବିନକୁ ଫିଙ୍ଗି  ଦେଇଛନ୍ତି । 

ଅନ୍ୟ ପକ୍ଷରେ ଇମ୍ପୋର୍ଟ(ଆମଦାନୀ) ନେତାଙ୍କ ପାଦୁଭାର୍ବ ବିଜେଡିରେ ବଢି ଚାଲିଛି । ଯାହାର କୁ ପରିଣାମ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭୋଗିବାକୁ ପଡୁଛି । ଦଳ୍ ପ୍ରତି ତିଳେମାତ୍ର ଆନୁଗତ୍ୟ ନ ଥିବା ସେହି ସୁବିଧାବାଦୀ ଇମ୍ପୋଟେର୍ଡ ନେତାମ।ନେ ବିଜେଡିକୁ ବୁଡାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଦଳ ଡେଇଁ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ତେବେ ଦଳରୁ ଅଲୋଡା କରାଯାଇଥିବା ବଜୁ ଆନଗୁତ୍ୟମାନେ ଏବେ ବିଜେଡି ଉପରେ ଭାରି ପଡିଛନ୍ତି ।  ବିଜେଡି ଗଠନ ହେବା ପ ରଠାରୁ ଏବେ ଯାଏ ୨୯ ବର୍ଷ  ଧରି ସେହି ନେତାମାନଙ୍କୁ  ଗୌଣ କରାଯାଇଥିବା ବେଳେ  ଆମଦାନୀ ନେତାଙ୍କୁ  ନବୀନ ମୁଣ୍ଡରେ ବସାଇଲେ । ଦଳ ପ୍ରତି ତିଳେ ମାତ୍ର ଆନୁଗତ୍ୟ ନ ଥିବା ନେତା ସସ୍ମିତ ପାତ୍ର, ପ୍ରମିଳା ବିଶୋଇ, ସୁଜିତ କୁମାର, ମମତା ମହାନ୍ତ, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର , ସୁଲତା ଦେଓ ଭଳି ନେତା ବିଜେଡିରେ ଯୋଗ ଦେଲେ ଓ ରାତାରାତି ଷ୍ଟାର ବନିଗଲେ ।  ସେମାନଙ୍କ ମଧ୍ୟରୁ ଅନେକ ବିଜେଡିକୁ ଛାଡି ଅନ୍ୟ ଦଳକୁ ଚାଲି ଯାଇଛନ୍ତି । ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ, ସୁଜିତ କୁମାର, ଅମର ପଟ୍ଟନାୟକ ଭଳି ନେତା ଗତ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଗୋଇଠା ମାରି ଚାଲି ଯାଇଛନ୍ତି । ତେବେ ଆଉ କିଛି ଇମ୍ପୋଟେଡ ନେତା ଅଛନ୍ତି ଯେକି ପଦ୍ମପୋଖରୀରେ ପହଁରିବା ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେଡିକୁ ଚଳାଉଥିବା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯିଏ ଭଲ ଲାଗିଲା ସେମାନେ ତାଙ୍କୁ ଟିକେଟ ଦେଲେ ।

ବରିଷ୍ଠ ନେତାମାନଙ୍କୁ ହତାଦର କରିବା ବିଜେଡି ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଭାତ ତ୍ରିପାଠୀ, ଭତୃହରୀ ମହାତାବ, ପ୍ରଭାତ ବିଶ୍ୱାଳ, ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ଅକାଶଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର ଭଳି  ନେତା ଯେଉଁମାନେ ଦଳୀୟ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ସେମାନଙ୍କୁ ଦଳରୁ ବିଦା କରି ଦିଆଗଲା । ଯେଉଁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଥିଲା ଦେଖିବାକୁ ଗଲେ କାଁଭାଁ ଦୁଇ ଚାରିଜଣଙ୍କୁ ଛାଡି ଦେଲେ ପ୍ରକୃତ ବିଜୁ ପ୍ରେମୀ ଆଉ ବିଜେଡିରେ ନାହାନ୍ତି । ଗତ ନିର୍ବାଚନରେ ଦଳ ହାରିବା ପରେ ଏବେ ବିଜୁ ପ୍ରେମୀ ନେତାଙ୍କ ଅବର୍ତ୍ତମାନ ବିଜେଡିରେ ଅନୁଭୁତ ହେଉଛି । ତେବେ ସେମାନଙ୍କୁ ପୁଣି ଏକାଠି କରିବା ଏବେ ନବୀନଙ୍କ ପାଇଁ ସହଜ ନୁହେଁ ବୋଲି ରାଜନୀତି ବିଶାରଦଙ୍କ ମତ ଦେଉଛନ୍ତି  ।

]]>
https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/feed/ 0
https://odishaswara.com/2026/04/20/8973/ https://odishaswara.com/2026/04/20/8973/#respond Mon, 20 Apr 2026 14:33:22 +0000 https://odishaswara.com/?p=8973 ନେତାଙ୍କ ପାଇଁ ଦ୍ୱନ୍ଦରେ ବିଜେଡି , କଂଗ୍ରେସ କର୍ମୀ

ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସରେ ନିଜ ନିଜ ନେତାଙ୍କ ଆଭିମୁଖ୍ୟକୁ
ନେଇ କର୍ମୀମାନେ ଦ୍ୱନ୍ଦରେ ପଡିଛନ୍ତି। ରାଜ୍ୟ ସଭା ଭୋଟର
ବର୍ମୀଙ୍କ ମଧ୍ୟରେ ହତାଶା ଭାବ ପରିଲକ୍ଷିତ ହୋଇଛି। ଅବସ୍ଥା ଏଭଳି ହୋଇଛି ଯେ କର୍ମୀମାନେ କାହାକୁ ବିରୋଧ କରିବେ ଓ କାହା ସହ ରହିବେ, ତାହା ଜାଣିପାରୁନାହାନ୍ତି।
ଗତ ରାଜ୍ୟସଭା ନିର୍ବାଚନ ପରଠାରୁ ରାଜ୍ୟ ରାଜନୀତିରେ ଏଭଳି ଖେଳ ଚାଲିଛି।
ଗତ ୨୪ ବର୍ଷ ଧରି ଏହି ଦୁଇ ବିରୋଧୀ ଦଳ ପରସ୍ପରର କଟର ବିରୋଧୀ ଥିବା ବେଳେ ଏବେ ପରସ୍ପରର ମିତ ବସିଥିବାରୁ କର୍ମୀମାନେ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଭଳି କାର୍ଯ୍ୟରେ
ଅସନ୍ତୋଷ ପ୍ରକଟ କରି ଦଳୀୟ ବିଧାୟକମାନେ କ୍ରସ ଭୋଟିଂ ଜରିଆରେ ଜବାବ ଦେଇଥିବା
ବେଳେ କର୍ମୀମାନେ ଅକଳରେ ପଡ଼ିଛନ୍ତି।
ତେବେ ସ୍ଥିତି ରକ୍ଷା ପାଇଁ ଉଭୟ ଦଳ କିଛି କାମଚଳା ନେତାଙ୍କୁ ନେଇ ଘନ ଘନ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଚରଣ ଦାସ ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସରେ ଏକ ପ୍ରକାର ନିଆଁ କୁହୁଳୁଛି। ଯେଉଁଥିପାଇଁ
ଦଳର ୩ ଜଣ ବିଧାୟକ ରାଜ୍ୟସଭା
ନିର୍ବାଚକ୍ରସ ଭୋଟିଂ କରି ଏଭଳି ବୁଝାମଣାକୁ ବିରୋଧ
କରିଥିଲେ। କେବଳ ଏହି ତିନି ଜଣ ବିଧାୟକ ନୁହନ୍ତି, ୨୪ ବର୍ଷ ଧରି
ବିଜେଡି ବିରୋଧରେ ଲଢୁଥିବା ଦଳର ତଳ ସ୍ତରର ନେତା ଓ
କର୍ମୀମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରେ
ବିଜେଡିକୁ ବାଟ ଛାଡ଼ିହେବ ନାହିଁ ବୋଲି ଜିଲ୍ଲାର ନେତାମାନେ ଖୋଲାଖୋଲି କହିବା ଆରମ୍ଭ କଲେଣି।
ସେହିଭଳି କଂଗ୍ରେସ ସହ ମେଣ୍ଟକୁ ବିରୋଧ
କରି ବିଜେଡିର ଅସନ୍ତୁଷ୍ଟ ବିଧାୟକମାନେ
କେବଳ କ୍ରସ ଭୋଟିଂ କରିନାହାନ୍ତି, ବିଜେଡିକୁ
ଟକ୍କର ଦେବା ପାଇଁ ନାଗରିକ ମଞ୍ଚରେ
ଏକ ପ୍ରକାର ଯୋଡ଼ିହୋଇ ଯାଇଛନ୍ତି। ତେବେ ସେମାନଙ୍କ ବିରୋଧକୁ ଖାତିର ନ କରି ବିଜେଡିର ରାଜ୍ୟସଭା ନେତା ମାନସ ମଙ୍ଗରାଜ ସିଧାସଳଖ ଇଣ୍ଡି ମେଣ୍ଟ
ନେତାଙ୍କ ବୈଠକରେ ଯୋଗ ଦେଇଛନ୍ତି। ଯଦିଓ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି
କିଛି କହି ପାରୁନାହାନ୍ତି, କିନ୍ତୁ ଏହାକୁ ଅନେକ ସହଜରେ ବି ଗ୍ରହଣ କରିପାରୁନାହାନ୍ତି।
କଂଗ୍ରେସ ସହ କାନ୍ଧରେ କାନ୍ଧ ମିଳାଇ କେତେ ଜଣ ବିଜେଡି ନେତା ଚାଲିବେ ତାହା
ଦେଖିବାକୁ ବାକି ରହିଲା ବୋଲି କର୍ମୀମାନେ କହିଲେଣି। ଦୁଇ ବିରୋଧୀ ଦଳରେ
ଏଭଳି ସ୍ଥିତି କିନ୍ତୁ ଶାସକ ଭାଜପକୁବେଶ୍ ସୁହାଇଛି। ଜାତୀୟ ସ୍ତରରେକଂଗ୍ରେସ ଭାଜପାକୁ
ଜୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାରେ କିନ୍ତୁ ବିରୋଧ ପାଇଁ ଦଳର ବଳ ପାଉ ନାହିଁ। ସେହି ଭଳି ବିଜେଡି ନେତାମାନେ ମଧ୍ୟ କେବଳ ସାମ୍ବାଦିକ
ସମ୍ମିଳନୀରେ ସରକାରଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ଦୁଇ ବିରୋଧୀ ଦଳ ଦୈନିକ ଏକାଧିକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଏଥିପାଇଁ ଏମାନଙ୍କୁ ଆଗଧାଡ଼ିର ନେତା ମିଳୁନ ଥିବା ଲକ୍ଷ୍ୟ କରାଯାଉଛି। ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଯିବା ପାଇଁ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବା ବେଳେ କର୍ମୀମାନେ କିନ୍ତୁ କେହି କାହାର ହାତ ଧରିବାକୁ ରାଜି ନାହାନ୍ତି। ଏଭଳି ସ୍ଥିତିରେ ଦୁଇ ଦଳ କିଭଳି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବେ ଏବଂ ଡବଲ ଇଞ୍ଜିନ ସରକାରକୁ ଟକ୍କର
ଦେବେ, ତାହାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

]]>
https://odishaswara.com/2026/04/20/8973/feed/ 0
ନିରାଶ ହେଲେ ବିଧାୟକ: ବଢିବନି ଦରମା https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/ https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/#respond Thu, 26 Mar 2026 08:54:16 +0000 https://odishaswara.com/?p=8959

ସରକାର ଫେରା

ଭୁବନେଶ୍ୱର: ଓଡ଼ିଶା ବିଧାୟକଙ୍କ ପାଇଁ ନିରାଶାଜନକ ଖବର। ବଢ଼ିବନି ବିଧାୟକଙ୍କ ଦରମା। ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍  ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏନେଇ ଗୁରୁବାର  ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି କରାଯାଇଛି।

ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ୍ ଆସିଥିବା ଜଣାଇଲେ ବିଧାନସଭା ସଚିବ ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ବିଲ୍  ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁଥିବା ସେ ଅବଗତ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୫ ପାରିତ ହୋଇଥିଲା। ଶାସକ ଦଳ ସହ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ବି ସମର୍ଥନ କରିଥିଲେ। ଦରମା ବୃଦ୍ଧିକୁ ନେଇ ବିଧାୟକମାନେ ଖୁସିଥିଲେ। 
ସଂଶୋଧିତ ବିଲ୍ ଅନୁଯାୟୀ  ଦରମା ଓ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଜଣେ ବିଧାୟକ ପ୍ରାୟ ୩ ଲକ୍ଷ ୪୫ ହଜାର  ଟଙ୍କା ମାସିକ ଦରମା ପାଇଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ ଲକ୍ଷ୍ୟ , ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀ ୩.୬୭ ଲକ୍ଷ , ଉପବାଚସ୍ପତି ଓ ମନ୍ତ୍ରୀମାନଙ୍କୁ ୩.୫୬ ଲକ୍ଷ୍ୟ ଏବଂ ବିରୋଧୀ ଦଳ ନେତାଙ୍କୁ ମାସିକ ୩ ଲକ୍ଷ ୬୨ ହଜାର ଟଙ୍କା ମିଳିଥାନ୍ତା। ସେହିପରି ଜଣେ ପୂର୍ବତନ ବିଧାୟକ ୧.୧୭ ଲକ୍ଷ୍ୟ ଟଙ୍କା ପେନସନ ପାଇଥାନ୍ତେ।ସେଥିରେ ମେଡିକାଲ ପାଇଁ ୨୫ ହଜାର ଓ ପେନସନ ପାଇଁ ୮୦ ହଜାର ଟଙ୍କା ମିଳିଥାନ୍ତା। ଏଥିସହିତ ପ୍ରତେକ୍ ଟିମ୍ ପାଇଁ ଅତିରିକ୍ତ ପେନସନ ରେ ୩ ହଜାର ଟଙ୍କା ଯୋଗ ହୋଇଥାନ୍ତା। 

ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ବର୍ଗର ଲୋକେ ଓ ସଂଗଠନ  ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଜେନା ଆକ୍ରୋଶ କୁ ଦୃଷ୍ଟିରେ ରଖି ସରକାର ବାଧ୍ୟ ହୋଇ ଉକ୍ତ ବିଲକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି

]]>
https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/feed/ 0
ଆସିଲା ୩ ବର୍ଷିଆ ଅବକାରୀ ନୀତି: ହୋମ୍ ଡେଲିଭରୀ କୁ ନା https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/ https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/#respond Thu, 26 Mar 2026 08:22:50 +0000 https://odishaswara.com/?p=8957

ଭୁବନେଶ୍ୱର: ରାଜ୍ୟ ସରକାର ୩ ବର୍ଷିଆ   ନୂଆ ଅବକାରୀ ନୀତି ୨୦୨୬-୨୯ ଅନୁମୋଦନ ଦେଇଛନ୍ତି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

 ରାଜ୍ୟରେ ଆସନ୍ତା ୩ ବର୍ଷ ପାଇଁ  ନୂତନ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ମିଳିବ ନାହିଁ। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ବି ମିଳିବନି ଅନୁମତି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ ଖୋଲିବନି ମଦ ଦୋକାନ। ସି ସି ଟିଭି ନିରୀକ୍ଷଣରେ ରହିବ ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ। ନୂଆ ଅବକାରୀ ଲାଇସେନ୍ସ ପାଇଁ ୧୦ ପ୍ରତିଶତ  ଆବେଦନ ଶୁଳ୍କ ବୃଦ୍ଧି କରାଯାଇଛି । ଏଣିକି ହୋମ୍ ଡେଲିଭରିରେ ମିଳିବନି ମଦ। 

ନୂଆ ଅବ୍ଅଅକ୍ବଆରି ନୀତି ସମ୍ପର୍କରେ ବିଧାନ ସଭାରେ ଗଣ ମାଧ୍ୟମକୁ ସୂଚନା ଦେଇ ଅବକାରୀ  ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ  କହିଛନ୍ତି ଯେ, ଲାଇସେନ୍ସ ଶୁଳ୍କ ବାର୍ଷିକ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ।   IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି।

ରାଜ୍ୟ ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି। ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହି ନୀତି କାର୍ଯ୍ୟକାରୀ ହେବ । ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି। ଏହାସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି। ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ଲାଗୁ ହେବ  । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।

ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ minimum guaranteed quantity (MGQ) ପ୍ରଣାଳୀରୁ minimum guaranteed excise revenue (mger) ପ୍ରଣାଳୀକୁ ଆଣାଯାଇଛି। ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା କୁଚିଆ ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ। ଏହି ନୀତି ଅନୁଯାୟୀ ରାଜ୍ୟରେ ନୂତନ off, cl ,କିମ୍ବା os  ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ଥିଲି ଖୋଲା  ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହିଁ। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍‌ରେ ଛାଡ଼ ରହିବ। ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

Out-still  ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Fssai ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର‌୍ୟ୍ୟ କରାଯିବ। ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ଋଘଇ ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର‌୍ୟ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ track & trace  ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

]]>
https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/feed/ 0
ରାଜ୍ୟ ସଭା ନିର୍ବାଚନ: ୯ ବିଧାୟକଙ୍କୁ ନେଇ ଭକ୍ତ ବାଙ୍ଗାଲୋର ଛୁ https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/ https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/#respond Fri, 13 Mar 2026 07:24:03 +0000 https://odishaswara.com/?p=8955 ଭୁବନେଶ୍ୱର(ବ୍ୟୁରୋ)- ରାଜ୍ୟ ସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ଥିବା ବେଳେ କଂଗ୍ରେସ ଓ ବିଜେଡିକୁ କ୍ରସ ଭୋଟିଂର ଭୟ ପ୍ରବଳ ମାତ୍ରାରେ ଘାରିଛି । କେଉଁ ବିଧାୟକଙ୍କ ମତି ଗତି କଣ ଦଳର ମୁଖିଆ ବି ଠଉରେଇ ପାରୁ ନାହାନ୍ତି । ଦଳୀୟ ହୁଇପ ଜାରି ହେବା ପରେ ମଧ୍ୟ ବିଧାୟକମାନେ ବୋଲ ମାନୁ ନାହାନ୍ତି । କଂଗ୍ରେସକୁ ଘୋଡା ବେପାର ଭୟ ଏତେ ଘାରିଛି ଯେ ବିଧାନସଭା ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଦଳର ମୋଟ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣଙ୍କୁ ସାଙ୍ଗରେ ଧରି କଂଗ୍ରେସ ଶାସିତ ରାଜ୍ୟ ବାଙ୍ଗାଲୋର ଚାଲି ଯାଇଛନ୍ତି । ବିଧାୟକ ଅଶୋକ ଦାସ, ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ପ୍ରଫୁଲ୍ଲ ପ୍ରଧାନ, ଆପୋଲୋ ସ୍ୱାମି, ପବିତ୍ର ସାଉଁଟା, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଭକ୍ତଙ୍କ ସାଙ୍ଗରେ ଯାଇଛନ୍ତି । ଏହା ବାଦ ଆଉ ୫ ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା ଓ ରାମଚନ୍ଦ୍ର କାଡାମ ଓଡିଶାରେ ଅଛନ୍ତି । ତେବେ ଶୁକ୍ରବାର ବିଧାନସଭାରେ କେବଳ ତାରା, ସୋଫିଆ ଓ କାଡାମଙ୍କୁ ଦେଖିବାକୁ ମିଳିଥିବା ବେଳେ ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କର ଦେଖା ନାହିଁ । କଂଗ୍ରେସ ବିଧାୟକମାନେ କାଳେ ୟାଡେ ସିଆଡେ ହେବେ ଭକ୍ତ ସମସ୍ତ ବିଧାୟକଙ୍କୁ ଭୁବନେଶ୍ୱର ନ ଛାଡିବାକୁ ହୁଇପ ଜାରି କରିଥିଲେ । ଯେଉଁ ବିଧାୟକ ହୁଇପ ଅବମାନନା କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବାନୀ ଦିଆଯାଇଥିଲା । ତେବେ ପରିସ୍ଥିତି କଣ ଏମିତି ହେଲା ଯେ ଭକ୍ତ ନିଜ ହୁଇପକୁ ଭାଙ୍ଗି ବିଧାୟକମାନଙ୍କୁ ଧରି ବାଙ୍ଗାଲୋର ଛୁ ମାରିଲେ । ସେହି ବିଧାୟକମାନଙ୍କ ରହିବା ଖାଇବା, ବୁଲିବା ସମସ୍ତ ଖର୍ଚ୍ଚ ଭକ୍ତ ବହନ କରିବେ । ବାଙ୍ଗାଲୋରର ରାମନଗର ରିସର୍ଟରେ କଂଗ୍ରେସ ବିଧାୟକମାନେ ରହିଥିବା ସୂଚନା ମିଳିଛି । ଆସନ୍ତା ୧୫ ତାରିଖରେ ବିଧାୟକମାନେ ଓଡିଶା ଫେରିବେ ଏବଂ ୧୬ ତାରିଖ ଦିନ ରାଜ୍ୟ ସଭା ପାଇଁ ଭୋଟ ଦେବେ ।
କଂଗ୍ରେସ ବିଧାୟକଙ୍କ ବାଙ୍ଗାଲୋର ଗସ୍ତକୁ ନେଇ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦେର୍ାସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକମାନେ ବାଙ୍ଗାଲୋର ଯିବା କଥା ସେ ଜାଣି ନାହାନ୍ତି । କଣ ପାଇଁ ଯାଇଛନ୍ତି ଜଣାନାହିଁ । କଟକ ଏକ ବୁଦ୍ଧିଜୀବୀ ସହର । ଏଠାରେ ହାଇକୋର୍ଟ ଜଜ, ଆଡଭୋକେଟ , ଡାକ୍ତରଙ୍କ ଭଳି ଶିକ୍ଷିତ ଲୋକ ଅଛନ୍ତି । ଆମକୁ ଭୋଟ ଦେଇଛନ୍ତି । ଆମେ ନିଜେ ଚିନ୍ତାକରି ଭୋଟ ଦେବୁ । ବାଙ୍ଗାଲୋର କାହିଁକି ଯିବୁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଭାଜପା ଘୋଡା ବେପାର କରିବାକୁ ଚାହୁଁଛି । ମାର୍କେଟରେ ମଧ୍ୟ ଏ ନେଇ ଆଲୋଚନା ଜୋର ହେଉଛି । ସେମାନେ କେମିତି ଘୋଡା ବେପାରରେ ମାତିଛନ୍ତି ସେ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆମ ବିଧାୟକମାନେ କିପରି ପ୍ରଲୋଭିତ ହେବେ ନାହିଁ, କିପରି ଏକ ହୋଇ ରହିବେ ସେ ନେଇ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଯାଇଛନ୍ତି ।
ତେବେ ଯେଉଁ ୯ ଜଣଙ୍କୁ ନେଇଛନ୍ତି ସେମାନଙ୍କ ଉପରେ ଭକ୍ତଙ୍କର କଣ ଭରସା ପାଇଲା ନାହିଁ କି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟ ୫ଜଣଙ୍କୁ ଭକ୍ତ ସାଙ୍ଗରେ କାହିଁକି ନେଲେନି ସେ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । ବିଧାନସଭା ଚାଲୁଥିବାରୁ ବିଧାୟକ ଦଳ ନେତା ନ ଯିବାରେ କୌଣସି ସମସ୍ୟା ନାହିଁ । ମାତ୍ର ଅନ୍ୟ ୪ ଜଣ ଭକ୍ତଙ୍କ ବୋଲ ମାନୁ ନ ଥିବା ନେଇ ଦଳୀୟ କର୍ମିଙ୍କ ମହଲରେ ଆଲୋଚନା ଜୋର ଧରିଛି । ତାରା ବାହିନିପତି କହିଛନ୍ତିଯେ ବିଧାୟକମାନେ ବହୁତ ଦିନ ହେବ ବାହାରକୁ ଯାଇ ନ ଥିଲେ । ବୁଲିବାକୁ ଯାଇଛନ୍ତି । ବୁଲି ବାଲି ଭୋଟ ପୂର୍ବରୁ ପଳାଇ ଆସିବେ । ମୋର ଯିବାକୁ ଇଛା ହେଲାନି , ମୁଁ ଗଲିନି ଏଥିରେ ଅସୁବିଧା କିଛି ନାହିଁ ।
ରାଜ୍ୟ ସଭା ନିର୍ବାଚନରେ ଚତୁର୍ଥ ଆସନକୁ ନେଇ ସବୁଠୁ ରୋଜକ ଲଢେଇ ଆରମ୍ଭ ହୋଇଛି । ବିଜେଡି, କଂଗ୍ରେସ ଓ ସିପିଆଇ(ଏମ) ସମର୍ଥୀତ କମନକ୍ୟାଣ୍ଡି ଡେଟ ଦତ୍ତେଶ୍ୱର ହୋତା ଏବଂ ସ୍ୱାଧୀନ ପ୍ରାର୍ଥୀ ତଥା ଶିଳ୍ପପତି ଦିଲ୍ଲୀପ ରାୟଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । କଂଗ୍ରେସ ୧୪ , ବିଜେଡି ୧୯ ଏବଂ ଜଣେ ସିପିଆଇଏମ ବିଧାୟକ ଯଦି ଭୋଟ ଦିଅନ୍ତି ତେବେ ଦତ୍ତେଶ୍ୱର ଆରାମରେ ବିଜୟୀ ହୋଇ ଯିବେ । ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କୁ ଭାଜପାର ୨୨ ଟି ଭୋଟ ମିଳିଲେ ମଧ୍ୟ ବିଜୟ ପାଇଁ ଆଉ ୮ ଖଣ୍ଡ ଭୋଟର ଆବଶ୍ୟକତା ପଡିବ । ସେହି ଆଠଟି ଭୋଟ ଆଣିବାକୁ ଦିଲ୍ଲୀପଙ୍କ ସମର୍ଥକମାନେ ଦିନ ରାତି ଯୋଗାଡରେ ଲାଗି ପଡିଛନ୍ତି । କଂଗ୍ରେସରୁ ୩ଟି ଓ ବିଜେଡିରୁ ୫ଟି ଭୋଟ ନେବା ପାଇଁ ଦିଲ୍ଲୀପ ସମସ୍ତ କଳ ବଳ ଓ କୌଶଳ ଅବଲମ୍ବନ କରିଛନ୍ତି । ଦିଲ୍ଲୀପ ଯଦି ୮ଟି ଭୋଟ ଯୋଗାଡ କରିବାରେ ସମର୍ଥ ହେବେ ନାହିଁ ତେବେ ଦତ୍ତେଶ୍ୱରଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହେବ । ୪ର୍ଥ ଆସନ ଭାଜପା, କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି । କେଉଁ ଦଳର ରଣନୀତି କେତେ ସଫଳ ହେବ ତାହା ଆସନ୍ତା ୧୬ ତାରିଖ ନିର୍ବାଚନ ପରେ ହିଁ ଜଣାପଡିଯିବ ।

]]>
https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/feed/ 0
ରାଜ୍ୟ ସଭା ନିର୍ବାଚନ:ଅଡୁଆ ବଢେଇଲେ ଦିଲୀପ https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/ https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/#respond Wed, 04 Mar 2026 10:06:24 +0000 https://odishaswara.com/?p=8942

ଭୁବନେଶ୍ୱର(ବ୍ୟୁରୋ)- ଆସନ୍ତା ୧୬ ତାରିଖରେ ଖାଲି ଖାଲି ହେବାକୁ ଯାଉଥିବା ୪ଟି ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଶେଷ ହୋଇ ଯାଇଛି । ସଂଖ୍ୟା ଦୃଷ୍ଟିରୁ ଭାଜପା ୨ଟି ଆସନରେ ଏବଂ ବିଜେଡି ଗୋଟିଏ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ତେବେ ଚତୁର୍ଥ ଆସନକୁ ନେଇ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୧ ତାରିଖରେ ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଟେଡ ଭାବେ ଘୋଷଣା କରିଛନ୍ତି । ନବୀନ ଦ୍ୱିତୀୟ ପ୍ରାର୍ଥୀ ଘୋଷଣା କରି ମାଷ୍ଟର ଷ୍ଟ୍ରୋକ ଖେଳିଲେ ବୋଲି ଦଳର ଛାମୁଆ ନେତାମାନେ ଗଣମାଧ୍ୟମରେ ପ୍ରତିକ୍ରିିୟା ଦେଲେ । ଦତ୍ତେଶ୍ୱରଙ୍କୁ ନେଇ ଦିନ ତମାମ ବେଶ ଚର୍ଚ୍ଚା ହେଲା । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କଲେ । ମାର୍ଚ୍ଚ ୨ ତାରିଖରେ ଭକ୍ତ ଦଳର ବିଧାୟକମାନଙ୍କୁ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ଡାକି ଆପ୍ୟାୟିତ କରିବା ସହ ଦତ୍ତେଶ୍ୱରଙ୍କୁ ସମର୍ଥନ କରିବାକୁ ପରାମର୍ଶ ଦେଲେ । ହେଲେ ସେହି ବୈଠକକୁ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଏବଂ ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା ଆସି ନ ଥିଲେ । ଏହାର ଦିନକ ପରେ ଅର୍ଥାତ ମାର୍ଚ୍ଚ ୩ ତାରିଖରେ ଭାଜପା ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାମ ଘୋଷଣା କଲା । ଏହା ପରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ବୋଲି ଘୋଷଣ କଲେ । ଦ୍ୱିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ଭାଜପା ସମର୍ଥନ କରିବ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସମାଲ ଗଣମାଧ୍ୟମକୁ କହିଲେ । ଦିଲ୍ଲୀପଙ୍କ ଏଣ୍ଟ୍ରି ରାଜ୍ୟ ସଭା ନିର୍ବାଚନକୁ ଆହୁରି ରୋଚକ କରି ଦେଇଛି । ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି । ରାଜନୀତିରେ ଧୁରନ୍ଧର ଦିଲ୍ଲୀପ ଗୋଟି ଚଳାଇବାରେ ମାହିର । ଯାହାକି ୨୦୦୨ ରାଜ୍ୟ ସଭା ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି । ସେତେବେଳେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଦିଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । କଂଗ୍ରେସ ଓ ଅନ୍ୟ ବିଧାୟକମାନଙ୍କ ସମର୍ଥନରେ ସେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଇତିହାସ ପୁଣି ଦୋହରାଇବ ବୋଲି କୁହାଯାଉଛି । କାରଣ ଦିଲ୍ଲୀପଙ୍କ ସହ ସବୁ ଦଳର ବିଧାୟକଙ୍କର ଅତି ଘନିଷ୍ଟ ସମ୍ପର୍କ ରହିଛି । ଭାଜପାର ପାଖରେ ୩ ଜଣ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୮୨ ଜଣ ବିଧାୟକ ରହିଛନ୍ତି । ଦୁଇଟି ପ୍ରାର୍ଥୀ ବିଜୟୀ ହେବା ପାଇଁ ୬୦ ଜଣ ବିଧାୟକଙ୍କୁ ବାଦ ଦେଲେ ୨୨ ଜଣଙ୍କର ସମର୍ଥନ ଦିଲ୍ଲୀପଙ୍କ ସହ ରହିଛି । ବିଜୟୀ ହେବାକୁ ଆଉ ମାତ୍ର ୮ଟି ଭୋଟର ଆବଶ୍ୟକତା ରହିଛି । ଏମିତିକି ପିସିସି ସଭାପତି ଭକ୍ତ ଦାସଙ୍କର ଦିଲ୍ଲୀପଙ୍କ ସହ ଭଲ ସମ୍ପର୍କ ରହିଛି । ଦିଲ୍ଲୀପ ମଧ୍ୟ ଗତ ବୁଧବାର ଭକ୍ତଙ୍କ ସହ ଫୋନ ଯୋଗେ କଥା ବାର୍ତ୍ତା ହୋଇଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି, ରମେଶ ଜେନା, ଦାସରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦେଶସ ଯେ ଦଳର ନିଷ୍ପତିକୁ ମାନିବେ ତାହା ମଧ୍ୟ କହିବା ମୁସ୍କିଲ । ଏହାଛଡା ବିଧାୟକମାନଙ୍କୁ କିପରି ନିଜ ସପକ୍ଷରେ ନେବେ ସେ କଳା ଦିଲ୍ଲୀପଙ୍କ ଭଳ ଭାବେ ଜଣା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନବୀନ ବିଜେଡିରୁ ବହିସ୍କାର କରି ଦେଇଥିବାରୁ ତାଙ୍କ ପୁଅ ତଥା ଚୌଦାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଦିଲ୍ଲୀପଙ୍କ ଆଡକୁ ଢଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନବୀନ ଓ ଭକ୍ତ ଭାଜପାକୁ ପାନେ ଦେବା ପାଇଁ ଯେଉଁ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ ଦିଲ୍ଲୀପଙ୍କ ଏଣ୍ଟ୍ରି ସବୁ ଚାଲକୁ ମାଟିରେ ମିଶାଇ ଦେଇଛି । ୪ର୍ଥ ଆସନ ପାଇଁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଦତ୍ତେଶ୍ୱର ନା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ବାଜି ମାରୁଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର ।

]]>
https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/feed/ 0
ଆସୁଛନ୍ତି ଶାହା: ଚତୁର୍ଥ ଆସନ ପାଇଁ ହୋଇ ପାରେ ଡିଲ୍‌ https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/ https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/#respond Mon, 23 Feb 2026 10:12:31 +0000 https://odishaswara.com/?p=8939
ଭୁବନେଶ୍ୱର : ମାର୍ଚ୍ଚ ୧୬ ତାରିଖରେ ରାଜ୍ୟ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ କମିଶନ ଏ ନେଇ ଗତ ବୁଧବାର ତାରିଖ ଘୋଷଣା କରି ସାରିଛନ୍ତି । ଏବେ ରାଜ୍ୟର ୩ ପ୍ରମୁଖ ରାଜନୈତି ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରିବା ନେଇ କସରତ କରୁଛନ୍ତି । ଓଡିଶାର ୪ଟି ଆସନ ପାଇଁ ଭୋଟ ହେବ । ୨ଟି ଆସନ ଭାଜପା ଖାତାକୁ ଯିବା ବେଳେ ଗୋଟିଏ ଆସନ ବିଜେଡି ଅକ୍ତିଆର କରିବ । ତେବେ ୪ର୍ଥ ଆସନ ପାଇଁ ୩ ଦଳ ମଧ୍ୟରେ ସସପେନ୍ସ ଜାରି ରହିଛି । କଂଗ୍ରେସ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବା ବେଳେ ବିଜେଡି ଏ ନେଇ ମୁହଁ ଖୋଲୁ ନାହିଁ । ଅନ୍ୟ ପଟେ ଭାଜପା ୩ଟି ଯାକ ଆସନ ନେବ ବୋଲି ଦମ୍ଭ ଦେଖାଉଛି । ଏଭଳି ସ୍ଥିତିରେ ଆସନ୍ତା ୭ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଅମିତ ଶାହା ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସୁଛନ୍ତି । କଟକ ମୁଣ୍ଡଳୀସ୍ଥିତ ସିଆରପିଏଫ କ୍ୟାମ୍ପସ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ । ଏହାଛଡା ମାଓମୁକ୍ତ ଓଡିଶା ପାଇଁ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଦଳୀୟ ନେତାମାନଙ୍କ ସହ ରାଜ୍ୟର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଆଗୁଆ ସୂଚନା ଦିଆଯାଇଛି । ତେବେ ଶାହା ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଗୋଟି ଚଳାଇବାକୁ ଆସୁଛନ୍ତି । ଶୁଣିବାକୁ ମିଳୁଛି ଯେ ଶାହାଙ୍କ ଗସ୍ତ ସମୟରେ ଚତୁର୍ଥ ଆସନ ପାଇଁ ବିଜେଡି ସହ ବୁଝାମଣା ହୋଇ ପାରେ । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ମାର୍ଚ୍ଚ ୯ ତାରିଖ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ଚତୁର୍ଥ ଆସନ ପାଇଁ ବିଜେଡି ସହ ଡିଲ କରିବେ ଶାହା । କୌଣସି ପରିସ୍ଥିତିରେ କଂଗ୍ରେସକୁ ବିଧାନସଭା ଆସନ ପାଇଁ ଗୋଟି ଚଳାଇବାକୁ ସୁଯୋଗ ନ ଦେବାକୁ ଶାହା ଯୋଜନା କରିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଯେପରି ଚାଲିଛି ନବୀନ ପଟ୍ଟନାୟକ ନିଜର ଦଳର ବିଧାୟକଙ୍କୁ ନିୟମନ୍ତ୍ରଣ କରିବା ସ୍ଥିତିରେ ନାହାନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ବଜେଡିରୁ ନିଲମ୍ବିତ କରିବା ପରେ ବିଜେଡିରେ ସବୁକିଛି ଠିକ ଅଛି ବୋଲି କୁହା ନ ଯାଇ ପାରେ । ଏପରି ସ୍ଥଳେ ନବୀନ ମଧ୍ୟ ଚତୁର୍ଥ ଆସନ ପାଇଁ ଶାହାଙ୍କ ସହ ଡିଲ କରିବାକୁ ଆଗ୍ରହୀ ଥିବା କୁହାଯାଉଛି । ଡିଲ ହୋଇଗଲେ ବିଜେଡିର ଭୋଟ ବିଭାଜନ ଭଳି ଆଶଙ୍କାରୁ ନବୀନ ମୁକ୍ତି ପାଇଯିବେ । ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ଦେବା ନେଇ ନବୀନଙ୍କ ପାଇଁ ଆଉ ସମସ୍ୟା ରହିବ ନାହିଁ ଏବଂ ଦଳ ଏକ ନିଶ୍ଚିତ ବିଭାଜନରୁ ରକ୍ଷା ପାଇ ଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଯଦି ଭାଜପା ୩ଟି ଆସନ ପାଇଁ ପ୍ରାର୍ଥୀ ଦେବାକୁ ଘୋଷଣା କରେ ଏବଂ ନବୀନ ଚତୁର୍ଥ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିବେ ତେବେ କଂଗ୍ରେସ ପ୍ରାର୍ଥୀ ଦେଉ କି ନ ଦେଉ କିଛି ଫରକ ପଡିବ ନାହିଁ । ଯେଉଁ ବିଜେଡି ବିଧାୟକ ନିଜର ଭିତିରି ସମ୍ପର୍କ ରଖି ଭାଜପା କିମ୍ବା କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଯୋଜନା କରିଥିବେ ତାହା ମଧ୍ୟ ଫସର ଫାଟିଯିବ । ଏଭଳି ଏକ ବଡ ଧମାକା କରିବାକୁ ନବୀନ ଚାହୁଁଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ଦୁଇ ଦିନ ପୂର୍ବରୁ ଅମୀତ ଶାହାଙ୍କ ଓଡିଶା ଗସ୍ତ ବିଜେଡି ଓ ଭାଜପା ଶିବିରକୁ ଚଳ ଚଞ୍ଚଳ କରିଛି । ଏଠରେ ସୂଚନା ଦିଆଯାଇ ପାରେ ଯେ ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୨୦୨୩ ଅଗଷ୍ଟ ୫ ତାରିଖରେ ଶାହା ଓଡିଶା ଗସ୍ତରେ ଆସିଥିଲେ । ସେତେବେଳେ ଓଡିଶାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ନ ଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ ସମ୍ପର୍କୀତ ଏକ କାର୍ଯ୍ୟକ୍ରମରେ ଶାହା ଲୋକସେବା ଭବନରେ ଯୋଗ ଦେଇଥିଲେ । ଏହା ପରେ ସେ ସିଧା ଏକ ତାରକା ହେଟେଲକୁ ଯାଇ ଭି. କାର୍ତ୍ତୀକେୟନ ପାଣ୍ଡିଆନ ସହ ଚାପେ ଚର୍ଚ୍ଚା କରିଥିଲେ । ସେତେବେଳେ ଆଗୁଆ ବିଧାନସଭା ଭଙ୍ଗ କରିବାକୁ ନବୀନ ଯୋଜନା କରିଥିଲେ । ମାତ୍ର ଦେଶର ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଭାଜପା ପାଇଁ ଅନୁକୂଳ ନ ଥିବାରୁ ସେ ଯୋଜନାକୁ ଶାହା ପଣ୍ଡ କରି ଦେଇଥିଲେ । ବିଜେଡି ସହ ଭାଜପା ମେଣ୍ଟ କରି ୨୦୨୪ ସାଧାରଣ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ଜୋର ଧରିଲା । ସେଥିପାଇଁ ପାଣ୍ଡିଆନ ମଧ୍ୟ ବାରମ୍ବାର ଦିଲ୍ଲୀ ଗସ୍ତ କଲେ । ଅମୀତ ଶାହାଙ୍କୁ ସାକ୍ଷାତ କଲେ । ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଜେଡି- ଭାଜପା ମେଣ୍ଟାକୁ ନେଇ ଚର୍ଚ୍ଚା ଜୋର ଧରିଲା । ବିଜେଡିକୁ ଶାହା ଏମତି ଝୁଲାଇ ରଖିଲେ ନବୀନ କିମ୍ବା ପାଣ୍ଡିଆନ ଏହାର କୌଣସି ଟେର ପାଇ ନ ଥିଲେ । ଶେଷରେ ଭାଜପା ଓଡିଶାରେ ଏକାକୀ ଲଢି ବିଜେଡିକୁ ହଟାଇବାରେ ସଫଳ ହେଲା । ଅମିତ ଶାହାଙ୍କ ଆସନ୍ତା ଗସ୍ତ ଯେ ବିଧାନସଭା ଆସନ ବୁଝାମଣା ନେଇ ତାହା ପୂର୍ବରୁ ଓଡିଶା ପ୍ରଭାରୀ ବିଜୟ ସିଂପାଲ ତୋମାର ପରୋକ୍ଷ ସୂଚନା ଦେଇ ସାରିଛନ୍ତି ଏବଂ ୩ଟି ଆସନ ଭାଜପା ନେବ ବୋଲି ଦମ୍ଭର ସହ କହିଛନ୍ତି । ଏବେ ଶାହାଙ୍କ ଗସ୍ତ ଉପରେ ସଭିଙ୍କ ନଜର ।

]]>
https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/feed/ 0
ପର୍ଯ୍ୟଟନ ଭିତିଭୁମି ପାଇଁ ଗଠନ ହେବ ଲ୍ୟାଣ୍ଡ ବ୍ୟାଙ୍କ https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/ https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/#respond Sat, 21 Feb 2026 07:35:09 +0000 https://odishaswara.com/?p=8937
ଭୁବନେଶ୍ୱର: ବିକଶିତ ଓଡିଶା ଭିଜନ-୨୦୩୬ ଏବଂ ୨୦୪୭କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ରରେ ଭିତିଭୁମିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ନାମରେ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୨୦୪୭ ସୁଦ୍ଧା ରାଜ୍ୟକୁ ୫କୋଟିରୁ ଅଧିକ ଘରୋଇ ଏବଂ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସହ ୨୫ ହଜାର ହୋଟେଲ ରୁମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୨୦୨୬-୨୭ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟୟ ବାରାଦ କରାଯାଇଛି ।

]]>
https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/feed/ 0
ଧାନ କିଣାରେ ବାଟ ଓଗାଳିଛି ଭିଟାମିନ ଚାଉଳ https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/ https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/#respond Tue, 17 Feb 2026 08:47:48 +0000 https://odishaswara.com/?p=8932
– ଗତ କିଛି ମାସ ହେବ ରାଜ୍ୟରେ ଧାନ କିଣାକୁ ସମଗ୍ର ରାଜ୍ୟରେ ଚଷୀ ଅସନ୍ତୋଷ ଦେଖା ଦେଇଛି । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି ।  ମିଲରମାନେ ଧାନ ଉଠାଇବାକୁ ରାଜି ହେଉ ନାହାନ୍ତି ।   ଧାନ  ସଂଗ୍ରହ ବିଳମ୍ବ ପାଇଁ  ରାଜ୍ୟ ସରକାରଙ୍କ ତଣ୍ଟିରେ ଭିଟାମିନ ଚାଉଳ କଣ୍ଟା ହୋଇ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ମିଲରମାନଙ୍କ ଖୋଲା ବଜାରରୁ ସିଧା ସଳଖ  ଭିଟାମିନ ଚାଉଳ  କିଣାକୁ ନେଇ ବିବାଦ ଦେଖା ଦେଇଛି ।  ରାଜ୍ୟ ସରକାର ମିଲରମାନଙ୍କୁ ଆଉ ପୂର୍ବଭଳି ଖୋଲା ବଜାରରୁ କିଣିବାକୁ ମନା କରି ଦେଇଛନ୍ତି । ଏହାକୁ ନେଇ ମିଲର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ହୋଇଛି ।   ଭିଟାମିନ ଚାଉଳ ମିଶି ନ ପାରିବାରୁ  ମିଲରମାନେ ସଂଗୃହୀତ  ଚାଉଳକୁ ମିଲ ବାହାରକୁ ପଠାଇ ପାରୁ ନାହାନ୍ତି । ଏଥିଯୋଗ ଧାନ ପେଷା ହୋଇ ପାରୁ ନାହିଁ କି ମିଲରମାନେ ଚାଷୀଙ୍କ ଠାରୁ ଧାନ ଉଠାଉ ନାହାନ୍ତି । ଫଳରେ ସମଗ୍ର ର ।ଜ୍ୟରେ ଧାନ କିଣାକୁ ନେଇ ଏକ ଅଚଳାବସ୍ଥା ଦେଖା ଦେଇଛି । ଏହି ଅଚଳାବସ୍ଥା ଦୂର କରିବାକୁ ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ବୁଝାମଣା ହୋଇ ପାରୁ ନାହିଁ ।
ଜଣେ ମିଲରଙ୍କ କହିବା କଥା ହେଲା ଯେ ବିଜେଡି ସରକାର ଅମଳରେ ମିଲରମାନେ ଧାନରୁ ଚାଉଳ ବାହାର କରିବା ସହ ସେଥିରେ ଭିଟାମିନ ଚାଉଳ ମିଶାଇ ବାହାରକୁ ଛାଡୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ନିୟମ ଅନୁଯାୟୀ ଅପପୁଷ୍ଟି ଦୂର କରିବା ପାଇଁ  ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ଦିଆଯାଉଥିବା  ଚାଉଳରେ ଭିଟାମିନ ଚାଉଳ ମିଶାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ସେହି ଆଧାରରେ ଗୋଟିଏ କୁଇଣ୍ଟାଲ ଚାଉଳରେ ୧ କିଲୋ ଭିଟାମିନ ଯୁକ୍ତ ଚାଉଳ ମିଶାଯାଉଛି ।  ଭିଟାମିନ ଚାଉଳକୁ ମିଲରମାନେ ଖୋଲା ବଜାରରୁ ଘରୋଇ କମ୍ପାନୀ ଠାର ୁ କିଣି  ମିଶାଇଥାଆନ୍ତି । ଏବାବଦ ଅର୍ଥ ମିଲରମାନେ ରାଜ୍ୟ ଯୋଗାଣ ନିଗମରୁ ନେଇଥାଆନ୍ତି । ତେବେ ମିଲରମାନଙ୍କ ସିଧାସଳଖ ଭିଟାମିନ ଚାଉଳ କିଣା ଉପରେ ଏବେ ଅଘୋଷିତ କଟକଣା ଜାରି କରାଯାଇଛି । ଫଳରେ ସେମାନେ ଆଉ ଖୋଲାବଜାରରୁ ଭିଟାମିନ ଚାଉଳ କିଣି ପାରୁ ନାହାନ୍ତି କିମ୍ବା ସେମାନଙ୍କ ପାଖରେ ଗଛିତ ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ଦେଇ ପାରୁ ନାହାନ୍ତି । ଗତ ରବି ଋତୁରେ ଆଦାୟ ହୋଇଥିବା ଚାଉଳକୁ ମିଲ ବାହାରକୁ ଛାଡି ପାରୁ ନାହାନ୍ତି । ମିଲରୁ ଚାଉଳ ଯାଉ ନ ଥିବାରୁ ଚଳିତ ଖରିଫରେ ଯେଉଁ ଧାନ ସଂଗ୍ରହ ହେଉଛି ତାକୁ ରଖବାକୁ ସ୍ଥାନର ଘୋର ଅଭାବ ଦେଖା ଦେଇଛି । ଫଳରେ ମିଲରମାନେ ଆଉ ଜିଲାଗୁଡିକରୁ ଧାନ ଉଠାଉ ନାହାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ପ୍ରାଥମିକ ସମବାୟ ସମିତିରେ ଧାନ ଧରି ବସିଥିବା ଚାଷୀ ହାତାଶ ହେଲେଣି । ବହୁ ଚାଷୀଙ୍କର ଟୋକନ ଅବଧି ମଧ୍ୟ ଶେଷ ହେବାକୁ ବସିଲାଣି । ଧାର୍ଯ୍ୟ ସମୟରେ ଧାନ ବିକି ପାରିବେ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି । କେବଳ ସେତିକି ନୁହେଁ, ଧାନର କଟନୀ ଛଟନୀ ଯୋଗୁ ମଧ୍ୟ ଚାଷୀ ହଇରାଣ ହେଉଛନ୍ତି । ଧାନ ବିକ୍ରିି ହେଉ ନ ଥିବାରୁ ଚାଷ ପାଇଁ ଧାର କରଜ କରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରିକି କେତେକ ଚାଷୀ ଅଭାବୀ ଧାନ ବିକ୍ରିିର ସମ୍ମୁଖୀନ ହେଉଛନ୍ତି । ଅଦରଦରରେ ଘରୋଇ ବ୍ୟବସାୟୀଙ୍କୁ ବିକବିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟ ପକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଧାନ କିଣା ଠିକ ଚାଲିଛି । ଭିଟାମିନ ଚାଉଳ କିଣିବା ପାଇଁ ସରକାର ଟେଣ୍ଡର ଡାକିଛନ୍ତି । ଖୁବଶୀଘ୍ର ଚାଉଳ ମିଲରମାନଙ୍କୁ ମିଳିବ । ଧାନ କିଣା ଠିକ ଚାଲିଥିବା ମନ୍ତ୍ରୀ କହୁଥିବା ବେଳେ  ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ  ଧାନ ଧରି ବସି ରହିଛନ୍ତି ।  ଖରିଫ ଧାନ ସଂଗ୍ରହ ଗତ ନଭେମ୍ବର ମାସରୁ  ଆରମ୍ଭ ହୋଇଥିଲେ ସୁଦ୍ଧା ୩ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଅଧାରୁ ଅଧିକ ମଣ୍ଡିରେ ପଡି ରହିଛି ।  ଭିଟାମିନ  ଚାଉଳ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଚଳିତ ବର୍ଷ ଧାନ କିଣା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ନାହିଁ । ସରକାରଙ୍କୁ ବାରମ୍ବାର ଚାଷୀଙ୍କୁ ଟୋକନ ଦେବାକୁ ପଡିବ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ସରକାରଙ୍କୁ ହରଡଘଣାରେ ପକାଇବାକୁ ପୂରା ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । 

paddy

]]>
https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/feed/ 0
ସହରରେ ଗରିବଙ୍କୁ ମିଳିବ ଭଡ଼ା ଘର https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/ https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/#respond Mon, 09 Feb 2026 06:14:16 +0000 https://odishaswara.com/?p=8930


ଭୁବନେଶ୍ୱର:ସହରାଞ୍ଚଳରେ ଆଉ ଘର ଭଡ଼ା ଟେନସନ୍ ରହିବ ନାହିଁ। ଏଣିକି ସହରୀ ଗରୀବଙ୍କୁ ସୂଲଭ ମୂଲ୍ୟରେ ଭଡ଼ାରେ ଘର ଯୋଗାଇ ଦେବେ ସରକାର। ଏ ନେଇ ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମସ୍ତ ଶକ୍ତି, ସ୍ବାସ୍ଥ୍ୟ, ମହିଳା ଓ ସିଶୁବିକଶ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଅର୍ଥ, କୃଷି ବିଭାଗ ଭଳି ଅନ୍ୟ ବିଭାଗକୁ ଚିଠି ଲେଖିଛି।ବିଭିନ୍ନ ବିଭାଗ ଅଧିନରେ ଥିବା ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ବିଶେଷ କରି ଶିଳ୍ପାଞ୍ଚଳ ଓ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଜୀବୀ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଭଡ଼ାରେ ଘର ଦିଆଯିବ। ଏହା ଛଡ଼ା ଯେଉଁମାନେ ପାଠ ପଢିବାକୁ , ବ୍ୟବସାୟ କରିବାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଘର ଭଡ଼ାରେ ମିଳିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ।କେନ୍ଦ୍ର ଓ ରାଜ୍ୟ ସରକାର ଅଧିନରେ ଥିବା ଅବ୍ୟବହୃତ ଘରକୁ ରହିବା ଉପଯୋଗୀ କରାଯାଇ ଭଡ଼ା ଦିଆଯିବ। ଗାଇଡ୍‌ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ବୋଲି ସୂଚନା ମିଳିଛି। ଏହା ଦ୍ବାରା ସରକାର କିଛି ରାଜସ୍ବ ପାଇବା ସହ ସ୍ୱଳ୍ପ ଆୟକରିମନେ ସୁଲଭ ମୂଲ୍ୟରେ ଘର ଭଡ଼ାରେ ପାଇ ପାରିବେ।

]]>
https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/feed/ 0