BHUBANESWAR – ଓଡ଼ିଶା ସ୍ୱର https://odishaswara.com odishaswara.com Thu, 26 Mar 2026 08:54:16 +0000 en-US hourly 1 https://wordpress.org/?v=6.7.5 ନିରାଶ ହେଲେ ବିଧାୟକ: ବଢିବନି ଦରମା https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/ https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/#respond Thu, 26 Mar 2026 08:54:16 +0000 https://odishaswara.com/?p=8959

ସରକାର ଫେରା

ଭୁବନେଶ୍ୱର: ଓଡ଼ିଶା ବିଧାୟକଙ୍କ ପାଇଁ ନିରାଶାଜନକ ଖବର। ବଢ଼ିବନି ବିଧାୟକଙ୍କ ଦରମା। ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍  ପ୍ରତ୍ୟାହାର ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏନେଇ ଗୁରୁବାର  ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି କରାଯାଇଛି।

ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଠାରୁ ଏନେଇ ନୋଟିସ୍ ଆସିଥିବା ଜଣାଇଲେ ବିଧାନସଭା ସଚିବ ସୂଚନା ଦେଇଛନ୍ତି । ଏ ସମ୍ପର୍କିତ ବିଲ୍  ପ୍ରତ୍ୟାହାର ପାଇଁ ସଂସଦୀୟ ମନ୍ତ୍ରୀ ଚାହିଁଥିବା ସେ ଅବଗତ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଶୀତ ଅଧିବେଶନରେ ସର୍ବ ସମ୍ମତି କ୍ରମେ ଓଡିଶା ବିଧାନସଭା ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଧେୟକ ୨୦୨୫ ପାରିତ ହୋଇଥିଲା। ଶାସକ ଦଳ ସହ ବିରୋଧୀ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ବି ସମର୍ଥନ କରିଥିଲେ। ଦରମା ବୃଦ୍ଧିକୁ ନେଇ ବିଧାୟକମାନେ ଖୁସିଥିଲେ। 
ସଂଶୋଧିତ ବିଲ୍ ଅନୁଯାୟୀ  ଦରମା ଓ ଅନ୍ୟାନ୍ୟ ସୁବିଧାକୁ ମିଶାଇ ଜଣେ ବିଧାୟକ ପ୍ରାୟ ୩ ଲକ୍ଷ ୪୫ ହଜାର  ଟଙ୍କା ମାସିକ ଦରମା ପାଇଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ ଲକ୍ଷ୍ୟ , ବାଚସ୍ପତି ଏବଂ ଉପମୁଖ୍ୟମନ୍ତ୍ରୀ ୩.୬୭ ଲକ୍ଷ , ଉପବାଚସ୍ପତି ଓ ମନ୍ତ୍ରୀମାନଙ୍କୁ ୩.୫୬ ଲକ୍ଷ୍ୟ ଏବଂ ବିରୋଧୀ ଦଳ ନେତାଙ୍କୁ ମାସିକ ୩ ଲକ୍ଷ ୬୨ ହଜାର ଟଙ୍କା ମିଳିଥାନ୍ତା। ସେହିପରି ଜଣେ ପୂର୍ବତନ ବିଧାୟକ ୧.୧୭ ଲକ୍ଷ୍ୟ ଟଙ୍କା ପେନସନ ପାଇଥାନ୍ତେ।ସେଥିରେ ମେଡିକାଲ ପାଇଁ ୨୫ ହଜାର ଓ ପେନସନ ପାଇଁ ୮୦ ହଜାର ଟଙ୍କା ମିଳିଥାନ୍ତା। ଏଥିସହିତ ପ୍ରତେକ୍ ଟିମ୍ ପାଇଁ ଅତିରିକ୍ତ ପେନସନ ରେ ୩ ହଜାର ଟଙ୍କା ଯୋଗ ହୋଇଥାନ୍ତା। 

ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ବର୍ଗର ଲୋକେ ଓ ସଂଗଠନ  ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଜେନା ଆକ୍ରୋଶ କୁ ଦୃଷ୍ଟିରେ ରଖି ସରକାର ବାଧ୍ୟ ହୋଇ ଉକ୍ତ ବିଲକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି

]]>
https://odishaswara.com/2026/03/26/%e0%ac%a8%e0%ac%bf%e0%ac%b0%e0%ac%be%e0%ac%b6-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ac%e0%ac%bf%e0%ac%a7%e0%ac%be%e0%ad%9f%e0%ac%95-%e0%ac%ac%e0%ac%a2%e0%ac%bf%e0%ac%ac%e0%ac%a8%e0%ac%bf/feed/ 0
ଆସିଲା ୩ ବର୍ଷିଆ ଅବକାରୀ ନୀତି: ହୋମ୍ ଡେଲିଭରୀ କୁ ନା https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/ https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/#respond Thu, 26 Mar 2026 08:22:50 +0000 https://odishaswara.com/?p=8957

ଭୁବନେଶ୍ୱର: ରାଜ୍ୟ ସରକାର ୩ ବର୍ଷିଆ   ନୂଆ ଅବକାରୀ ନୀତି ୨୦୨୬-୨୯ ଅନୁମୋଦନ ଦେଇଛନ୍ତି । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

 ରାଜ୍ୟରେ ଆସନ୍ତା ୩ ବର୍ଷ ପାଇଁ  ନୂତନ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ମିଳିବ ନାହିଁ। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ବି ମିଳିବନି ଅନୁମତି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ ଖୋଲିବନି ମଦ ଦୋକାନ। ସି ସି ଟିଭି ନିରୀକ୍ଷଣରେ ରହିବ ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ। ନୂଆ ଅବକାରୀ ଲାଇସେନ୍ସ ପାଇଁ ୧୦ ପ୍ରତିଶତ  ଆବେଦନ ଶୁଳ୍କ ବୃଦ୍ଧି କରାଯାଇଛି । ଏଣିକି ହୋମ୍ ଡେଲିଭରିରେ ମିଳିବନି ମଦ। 

ନୂଆ ଅବ୍ଅଅକ୍ବଆରି ନୀତି ସମ୍ପର୍କରେ ବିଧାନ ସଭାରେ ଗଣ ମାଧ୍ୟମକୁ ସୂଚନା ଦେଇ ଅବକାରୀ  ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ  କହିଛନ୍ତି ଯେ, ଲାଇସେନ୍ସ ଶୁଳ୍କ ବାର୍ଷିକ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ।   IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି।

ରାଜ୍ୟ ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି। ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହି ନୀତି କାର୍ଯ୍ୟକାରୀ ହେବ । ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି। ଏହାସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି। ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ଲାଗୁ ହେବ  । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।

ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ minimum guaranteed quantity (MGQ) ପ୍ରଣାଳୀରୁ minimum guaranteed excise revenue (mger) ପ୍ରଣାଳୀକୁ ଆଣାଯାଇଛି। ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା କୁଚିଆ ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ। ଏହି ନୀତି ଅନୁଯାୟୀ ରାଜ୍ୟରେ ନୂତନ off, cl ,କିମ୍ବା os  ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ଥିଲି ଖୋଲା  ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହିଁ। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍‌ରେ ଛାଡ଼ ରହିବ। ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

Out-still  ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Fssai ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର‌୍ୟ୍ୟ କରାଯିବ। ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ଋଘଇ ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର‌୍ୟ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ track & trace  ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

]]>
https://odishaswara.com/2026/03/26/%e0%ac%86%e0%ac%b8%e0%ac%bf%e0%ac%b2%e0%ac%be-%e0%ad%a9-%e0%ac%ac%e0%ac%b0%e0%ad%8d%e0%ac%b7%e0%ac%bf%e0%ac%86-%e0%ac%85%e0%ac%ac%e0%ac%95%e0%ac%be%e0%ac%b0%e0%ad%80-%e0%ac%a8%e0%ad%80%e0%ac%a4/feed/ 0
ରାଜ୍ୟ ସଭା ନିର୍ବାଚନ: ୯ ବିଧାୟକଙ୍କୁ ନେଇ ଭକ୍ତ ବାଙ୍ଗାଲୋର ଛୁ https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/ https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/#respond Fri, 13 Mar 2026 07:24:03 +0000 https://odishaswara.com/?p=8955 ଭୁବନେଶ୍ୱର(ବ୍ୟୁରୋ)- ରାଜ୍ୟ ସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ଥିବା ବେଳେ କଂଗ୍ରେସ ଓ ବିଜେଡିକୁ କ୍ରସ ଭୋଟିଂର ଭୟ ପ୍ରବଳ ମାତ୍ରାରେ ଘାରିଛି । କେଉଁ ବିଧାୟକଙ୍କ ମତି ଗତି କଣ ଦଳର ମୁଖିଆ ବି ଠଉରେଇ ପାରୁ ନାହାନ୍ତି । ଦଳୀୟ ହୁଇପ ଜାରି ହେବା ପରେ ମଧ୍ୟ ବିଧାୟକମାନେ ବୋଲ ମାନୁ ନାହାନ୍ତି । କଂଗ୍ରେସକୁ ଘୋଡା ବେପାର ଭୟ ଏତେ ଘାରିଛି ଯେ ବିଧାନସଭା ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ଦଳର ମୋଟ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୯ ଜଣଙ୍କୁ ସାଙ୍ଗରେ ଧରି କଂଗ୍ରେସ ଶାସିତ ରାଜ୍ୟ ବାଙ୍ଗାଲୋର ଚାଲି ଯାଇଛନ୍ତି । ବିଧାୟକ ଅଶୋକ ଦାସ, ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ପ୍ରଫୁଲ୍ଲ ପ୍ରଧାନ, ଆପୋଲୋ ସ୍ୱାମି, ପବିତ୍ର ସାଉଁଟା, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଭକ୍ତଙ୍କ ସାଙ୍ଗରେ ଯାଇଛନ୍ତି । ଏହା ବାଦ ଆଉ ୫ ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି, ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, ରମେଶ ଜେନା ଓ ରାମଚନ୍ଦ୍ର କାଡାମ ଓଡିଶାରେ ଅଛନ୍ତି । ତେବେ ଶୁକ୍ରବାର ବିଧାନସଭାରେ କେବଳ ତାରା, ସୋଫିଆ ଓ କାଡାମଙ୍କୁ ଦେଖିବାକୁ ମିଳିଥିବା ବେଳେ ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କର ଦେଖା ନାହିଁ । କଂଗ୍ରେସ ବିଧାୟକମାନେ କାଳେ ୟାଡେ ସିଆଡେ ହେବେ ଭକ୍ତ ସମସ୍ତ ବିଧାୟକଙ୍କୁ ଭୁବନେଶ୍ୱର ନ ଛାଡିବାକୁ ହୁଇପ ଜାରି କରିଥିଲେ । ଯେଉଁ ବିଧାୟକ ହୁଇପ ଅବମାନନା କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବାନୀ ଦିଆଯାଇଥିଲା । ତେବେ ପରିସ୍ଥିତି କଣ ଏମିତି ହେଲା ଯେ ଭକ୍ତ ନିଜ ହୁଇପକୁ ଭାଙ୍ଗି ବିଧାୟକମାନଙ୍କୁ ଧରି ବାଙ୍ଗାଲୋର ଛୁ ମାରିଲେ । ସେହି ବିଧାୟକମାନଙ୍କ ରହିବା ଖାଇବା, ବୁଲିବା ସମସ୍ତ ଖର୍ଚ୍ଚ ଭକ୍ତ ବହନ କରିବେ । ବାଙ୍ଗାଲୋରର ରାମନଗର ରିସର୍ଟରେ କଂଗ୍ରେସ ବିଧାୟକମାନେ ରହିଥିବା ସୂଚନା ମିଳିଛି । ଆସନ୍ତା ୧୫ ତାରିଖରେ ବିଧାୟକମାନେ ଓଡିଶା ଫେରିବେ ଏବଂ ୧୬ ତାରିଖ ଦିନ ରାଜ୍ୟ ସଭା ପାଇଁ ଭୋଟ ଦେବେ ।
କଂଗ୍ରେସ ବିଧାୟକଙ୍କ ବାଙ୍ଗାଲୋର ଗସ୍ତକୁ ନେଇ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦେର୍ାସ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି ଯେ ବିଧାୟକମାନେ ବାଙ୍ଗାଲୋର ଯିବା କଥା ସେ ଜାଣି ନାହାନ୍ତି । କଣ ପାଇଁ ଯାଇଛନ୍ତି ଜଣାନାହିଁ । କଟକ ଏକ ବୁଦ୍ଧିଜୀବୀ ସହର । ଏଠାରେ ହାଇକୋର୍ଟ ଜଜ, ଆଡଭୋକେଟ , ଡାକ୍ତରଙ୍କ ଭଳି ଶିକ୍ଷିତ ଲୋକ ଅଛନ୍ତି । ଆମକୁ ଭୋଟ ଦେଇଛନ୍ତି । ଆମେ ନିଜେ ଚିନ୍ତାକରି ଭୋଟ ଦେବୁ । ବାଙ୍ଗାଲୋର କାହିଁକି ଯିବୁ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଭାଜପା ଘୋଡା ବେପାର କରିବାକୁ ଚାହୁଁଛି । ମାର୍କେଟରେ ମଧ୍ୟ ଏ ନେଇ ଆଲୋଚନା ଜୋର ହେଉଛି । ସେମାନେ କେମିତି ଘୋଡା ବେପାରରେ ମାତିଛନ୍ତି ସେ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆମ ବିଧାୟକମାନେ କିପରି ପ୍ରଲୋଭିତ ହେବେ ନାହିଁ, କିପରି ଏକ ହୋଇ ରହିବେ ସେ ନେଇ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଯାଇଛନ୍ତି ।
ତେବେ ଯେଉଁ ୯ ଜଣଙ୍କୁ ନେଇଛନ୍ତି ସେମାନଙ୍କ ଉପରେ ଭକ୍ତଙ୍କର କଣ ଭରସା ପାଇଲା ନାହିଁ କି ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟ ୫ଜଣଙ୍କୁ ଭକ୍ତ ସାଙ୍ଗରେ କାହିଁକି ନେଲେନି ସେ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । ବିଧାନସଭା ଚାଲୁଥିବାରୁ ବିଧାୟକ ଦଳ ନେତା ନ ଯିବାରେ କୌଣସି ସମସ୍ୟା ନାହିଁ । ମାତ୍ର ଅନ୍ୟ ୪ ଜଣ ଭକ୍ତଙ୍କ ବୋଲ ମାନୁ ନ ଥିବା ନେଇ ଦଳୀୟ କର୍ମିଙ୍କ ମହଲରେ ଆଲୋଚନା ଜୋର ଧରିଛି । ତାରା ବାହିନିପତି କହିଛନ୍ତିଯେ ବିଧାୟକମାନେ ବହୁତ ଦିନ ହେବ ବାହାରକୁ ଯାଇ ନ ଥିଲେ । ବୁଲିବାକୁ ଯାଇଛନ୍ତି । ବୁଲି ବାଲି ଭୋଟ ପୂର୍ବରୁ ପଳାଇ ଆସିବେ । ମୋର ଯିବାକୁ ଇଛା ହେଲାନି , ମୁଁ ଗଲିନି ଏଥିରେ ଅସୁବିଧା କିଛି ନାହିଁ ।
ରାଜ୍ୟ ସଭା ନିର୍ବାଚନରେ ଚତୁର୍ଥ ଆସନକୁ ନେଇ ସବୁଠୁ ରୋଜକ ଲଢେଇ ଆରମ୍ଭ ହୋଇଛି । ବିଜେଡି, କଂଗ୍ରେସ ଓ ସିପିଆଇ(ଏମ) ସମର୍ଥୀତ କମନକ୍ୟାଣ୍ଡି ଡେଟ ଦତ୍ତେଶ୍ୱର ହୋତା ଏବଂ ସ୍ୱାଧୀନ ପ୍ରାର୍ଥୀ ତଥା ଶିଳ୍ପପତି ଦିଲ୍ଲୀପ ରାୟଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି । କଂଗ୍ରେସ ୧୪ , ବିଜେଡି ୧୯ ଏବଂ ଜଣେ ସିପିଆଇଏମ ବିଧାୟକ ଯଦି ଭୋଟ ଦିଅନ୍ତି ତେବେ ଦତ୍ତେଶ୍ୱର ଆରାମରେ ବିଜୟୀ ହୋଇ ଯିବେ । ଅନ୍ୟ ପଟେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କୁ ଭାଜପାର ୨୨ ଟି ଭୋଟ ମିଳିଲେ ମଧ୍ୟ ବିଜୟ ପାଇଁ ଆଉ ୮ ଖଣ୍ଡ ଭୋଟର ଆବଶ୍ୟକତା ପଡିବ । ସେହି ଆଠଟି ଭୋଟ ଆଣିବାକୁ ଦିଲ୍ଲୀପଙ୍କ ସମର୍ଥକମାନେ ଦିନ ରାତି ଯୋଗାଡରେ ଲାଗି ପଡିଛନ୍ତି । କଂଗ୍ରେସରୁ ୩ଟି ଓ ବିଜେଡିରୁ ୫ଟି ଭୋଟ ନେବା ପାଇଁ ଦିଲ୍ଲୀପ ସମସ୍ତ କଳ ବଳ ଓ କୌଶଳ ଅବଲମ୍ବନ କରିଛନ୍ତି । ଦିଲ୍ଲୀପ ଯଦି ୮ଟି ଭୋଟ ଯୋଗାଡ କରିବାରେ ସମର୍ଥ ହେବେ ନାହିଁ ତେବେ ଦତ୍ତେଶ୍ୱରଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହେବ । ୪ର୍ଥ ଆସନ ଭାଜପା, କଂଗ୍ରେସ ଓ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି । କେଉଁ ଦଳର ରଣନୀତି କେତେ ସଫଳ ହେବ ତାହା ଆସନ୍ତା ୧୬ ତାରିଖ ନିର୍ବାଚନ ପରେ ହିଁ ଜଣାପଡିଯିବ ।

]]>
https://odishaswara.com/2026/03/13/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8-%e0%ad%af-%e0%ac%ac%e0%ac%bf%e0%ac%a7%e0%ac%be/feed/ 0
ରାଜ୍ୟ ସଭା ନିର୍ବାଚନ:ଅଡୁଆ ବଢେଇଲେ ଦିଲୀପ https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/ https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/#respond Wed, 04 Mar 2026 10:06:24 +0000 https://odishaswara.com/?p=8942

ଭୁବନେଶ୍ୱର(ବ୍ୟୁରୋ)- ଆସନ୍ତା ୧୬ ତାରିଖରେ ଖାଲି ଖାଲି ହେବାକୁ ଯାଉଥିବା ୪ଟି ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେଥିପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଶେଷ ହୋଇ ଯାଇଛି । ସଂଖ୍ୟା ଦୃଷ୍ଟିରୁ ଭାଜପା ୨ଟି ଆସନରେ ଏବଂ ବିଜେଡି ଗୋଟିଏ ଆସନରେ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ତେବେ ଚତୁର୍ଥ ଆସନକୁ ନେଇ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାର୍ଚ୍ଚ ୧ ତାରିଖରେ ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ କ୍ୟାଣ୍ଡିଟେଡ ଭାବେ ଘୋଷଣା କରିଛନ୍ତି । ନବୀନ ଦ୍ୱିତୀୟ ପ୍ରାର୍ଥୀ ଘୋଷଣା କରି ମାଷ୍ଟର ଷ୍ଟ୍ରୋକ ଖେଳିଲେ ବୋଲି ଦଳର ଛାମୁଆ ନେତାମାନେ ଗଣମାଧ୍ୟମରେ ପ୍ରତିକ୍ରିିୟା ଦେଲେ । ଦତ୍ତେଶ୍ୱରଙ୍କୁ ନେଇ ଦିନ ତମାମ ବେଶ ଚର୍ଚ୍ଚା ହେଲା । ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କଲେ । ମାର୍ଚ୍ଚ ୨ ତାରିଖରେ ଭକ୍ତ ଦଳର ବିଧାୟକମାନଙ୍କୁ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ଡାକି ଆପ୍ୟାୟିତ କରିବା ସହ ଦତ୍ତେଶ୍ୱରଙ୍କୁ ସମର୍ଥନ କରିବାକୁ ପରାମର୍ଶ ଦେଲେ । ହେଲେ ସେହି ବୈଠକକୁ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଏବଂ ସାନ ଖେମୁଣ୍ଡି ବିଧାୟକ ରମେଶ ଜେନା ଆସି ନ ଥିଲେ । ଏହାର ଦିନକ ପରେ ଅର୍ଥାତ ମାର୍ଚ୍ଚ ୩ ତାରିଖରେ ଭାଜପା ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ନାମ ଘୋଷଣା କଲା । ଏହା ପରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ବୋଲି ଘୋଷଣ କଲେ । ଦ୍ୱିଲ୍ଲୀପଙ୍କ ପ୍ରାର୍ଥୀତ୍ୱକୁ ଭାଜପା ସମର୍ଥନ କରିବ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସମାଲ ଗଣମାଧ୍ୟମକୁ କହିଲେ । ଦିଲ୍ଲୀପଙ୍କ ଏଣ୍ଟ୍ରି ରାଜ୍ୟ ସଭା ନିର୍ବାଚନକୁ ଆହୁରି ରୋଚକ କରି ଦେଇଛି । ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି । ରାଜନୀତିରେ ଧୁରନ୍ଧର ଦିଲ୍ଲୀପ ଗୋଟି ଚଳାଇବାରେ ମାହିର । ଯାହାକି ୨୦୦୨ ରାଜ୍ୟ ସଭା ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି । ସେତେବେଳେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଦିଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । କଂଗ୍ରେସ ଓ ଅନ୍ୟ ବିଧାୟକମାନଙ୍କ ସମର୍ଥନରେ ସେ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଇତିହାସ ପୁଣି ଦୋହରାଇବ ବୋଲି କୁହାଯାଉଛି । କାରଣ ଦିଲ୍ଲୀପଙ୍କ ସହ ସବୁ ଦଳର ବିଧାୟକଙ୍କର ଅତି ଘନିଷ୍ଟ ସମ୍ପର୍କ ରହିଛି । ଭାଜପାର ପାଖରେ ୩ ଜଣ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୮୨ ଜଣ ବିଧାୟକ ରହିଛନ୍ତି । ଦୁଇଟି ପ୍ରାର୍ଥୀ ବିଜୟୀ ହେବା ପାଇଁ ୬୦ ଜଣ ବିଧାୟକଙ୍କୁ ବାଦ ଦେଲେ ୨୨ ଜଣଙ୍କର ସମର୍ଥନ ଦିଲ୍ଲୀପଙ୍କ ସହ ରହିଛି । ବିଜୟୀ ହେବାକୁ ଆଉ ମାତ୍ର ୮ଟି ଭୋଟର ଆବଶ୍ୟକତା ରହିଛି । ଏମିତିକି ପିସିସି ସଭାପତି ଭକ୍ତ ଦାସଙ୍କର ଦିଲ୍ଲୀପଙ୍କ ସହ ଭଲ ସମ୍ପର୍କ ରହିଛି । ଦିଲ୍ଲୀପ ମଧ୍ୟ ଗତ ବୁଧବାର ଭକ୍ତଙ୍କ ସହ ଫୋନ ଯୋଗେ କଥା ବାର୍ତ୍ତା ହୋଇଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି, ରମେଶ ଜେନା, ଦାସରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦେଶସ ଯେ ଦଳର ନିଷ୍ପତିକୁ ମାନିବେ ତାହା ମଧ୍ୟ କହିବା ମୁସ୍କିଲ । ଏହାଛଡା ବିଧାୟକମାନଙ୍କୁ କିପରି ନିଜ ସପକ୍ଷରେ ନେବେ ସେ କଳା ଦିଲ୍ଲୀପଙ୍କ ଭଳ ଭାବେ ଜଣା । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନବୀନ ବିଜେଡିରୁ ବହିସ୍କାର କରି ଦେଇଥିବାରୁ ତାଙ୍କ ପୁଅ ତଥା ଚୌଦାର ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ଦିଲ୍ଲୀପଙ୍କ ଆଡକୁ ଢଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନବୀନ ଓ ଭକ୍ତ ଭାଜପାକୁ ପାନେ ଦେବା ପାଇଁ ଯେଉଁ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ ଦିଲ୍ଲୀପଙ୍କ ଏଣ୍ଟ୍ରି ସବୁ ଚାଲକୁ ମାଟିରେ ମିଶାଇ ଦେଇଛି । ୪ର୍ଥ ଆସନ ପାଇଁ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଦତ୍ତେଶ୍ୱର ନା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ବାଜି ମାରୁଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର ।

]]>
https://odishaswara.com/2026/03/04/%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f-%e0%ac%b8%e0%ac%ad%e0%ac%be-%e0%ac%a8%e0%ac%bf%e0%ac%b0%e0%ad%8d%e0%ac%ac%e0%ac%be%e0%ac%9a%e0%ac%a8%e0%ac%85%e0%ac%a1%e0%ad%81%e0%ac%86-%e0%ac%ac/feed/ 0
ରାଜନୀତିରେ ନୀତି ନୈତିକତା ମୂଲ୍ୟହୀନ https://odishaswara.com/2026/01/29/%e0%ac%b0%e0%ac%be%e0%ac%9c%e0%ac%a8%e0%ad%80%e0%ac%a4%e0%ac%bf%e0%ac%b0%e0%ad%87-%e0%ac%a8%e0%ad%80%e0%ac%a4%e0%ac%bf-%e0%ac%a8%e0%ad%88%e0%ac%a4%e0%ac%bf%e0%ac%95%e0%ac%a4%e0%ac%be-%e0%ac%ae/ https://odishaswara.com/2026/01/29/%e0%ac%b0%e0%ac%be%e0%ac%9c%e0%ac%a8%e0%ad%80%e0%ac%a4%e0%ac%bf%e0%ac%b0%e0%ad%87-%e0%ac%a8%e0%ad%80%e0%ac%a4%e0%ac%bf-%e0%ac%a8%e0%ad%88%e0%ac%a4%e0%ac%bf%e0%ac%95%e0%ac%a4%e0%ac%be-%e0%ac%ae/#respond Thu, 29 Jan 2026 13:06:13 +0000 https://odishaswara.com/?p=8928
ଭୁବନେଶ୍ୱର:ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହନ୍ତି କି କ୍ଷମତା ଲୋଭ ଆଗରେ କେହି ମିତ୍ର ମଧ୍ୟ ନୁହନ୍ତି । ପୂର୍ବରୁ ଅନେକ ଥର ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଓଡ଼ିଶାରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ମଧ୍ୟ ସମାନ ଆଡକୁ ଢଳୁଛି । ଗୋଟିଏ ରାଜ୍ୟ ସଭା ଆସନ ପାଇଁ ଏବେ ନୀତି ଆଦର୍ଶ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବାକୁ ବ୍ୟଗ୍ର ରାଜନୈତିକ ଦଳ । ସମସ୍ତଙ୍କ ଆଖି ଏବେ ରାଜ୍ୟସଭାର ଚତୁର୍ଥ ଆସନ ଉପରେ ।
ରାଜ୍ୟସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି , ରାଜନୈତିକ ଉଷ୍ମତା ସେତେ ଅଧିକ ବଢୁଛି । ଚତୁର୍ଥ ଆସନ ଅକ୍ତିଆର ପାଇଁ ଅଙ୍କ କଷି ଲେଣି ଶାସକ ଓ ବିରୋଧୀ । ଆବଶ୍ୟକ ସଂଖ୍ୟା ନ ଥାଇ ମଧ୍ୟ ଭାଜପାର ଜଣେ ପରେ ଜଣେ ନେତା ଚତୁର୍ଥ ଆସନ ହାତେଇବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଚତୁର୍ଥ ଆସନକୁ କଳେ ବଳେ କୌଶଳେ ହାତେଇବାକୁ ନୀତି ଆଦର୍ଶକୁ ଜଳାଞ୍ଜଳୀ ଦେବାକୁ ପଛାଇ ନାହାନ୍ତି ଉଭୟ ଭାଜପା ଓ କଂଗ୍ରେସ । ୨୪ ବର୍ଷ ଧରି ନବୀନଙ୍କୁ ବିରୋଧ କରି ଆସୁଥିବା କଂଗ୍ରେସ ଏବେ ବିଜେଡି ସୁପ୍ରିମୋଙ୍କ ସହଯୋଗ ଚାହୁଁଛି । ଚତୁର୍ଥ ଆସନ ପାଇଁ ଭକ୍ତଙ୍କ ଗୁଗଲି ରାଜ୍ୟସଭା ନିର୍ବାଚନ ଗଣିତକୁ ଆହୁରି ରୋଚକ କରିଛି ।
ନବୀନଙ୍କ ସହଯୋଗ ପାଇଲେ ରାଜ୍ୟସଭାରେ ଖାତା ଖୋଲିବାକୁ ଅଙ୍କ କଷୁଛି ଦଳ । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡିବେ ବୋଲି ଭକ୍ତ କହିଛନ୍ତି। ୨ଟି ଆସନ ଅନାୟସରେ ଭାଜପା ହାତେଇବ । ବିଜେଡି ୩ ୟ ଆସନ ନେବା। ଚତୁର୍ଥ ଆସନ ପାଇଁ କଂଗ୍ରେସ ଓ ଭାଜପା ମଧ୍ୟରେ ଟଣ। ଓଟରା ଚାଲିଛି।
। ୨ ଟି ଆସନ ହଟେଇବା ପରେ ଶାସକ ଦଳକୁ ଚତୁର୍ଥ ଆସନର ଲୋଭ ମଧ୍ୟ ଛାଡିନି । ରାଜନୈତିକ ଶତ୍ରୁ ଥିବା ବିଜେଡି ସହ ଏବେ ମିତ ବସିବାକୁ କସରତ କରୁଛି ଭାଜପା । ଆବଶ୍ୟକ ପଡିଲେ ନବୀନଙ୍କ ସହଯୋଗରେ ଚତୁର୍ଥ ଆସନ ଦଖଲ ଅଭିଯାନ ପାଇଁ ଅଣ୍ଟା ଭିଡ଼ିବ ବୋଲି ଭାଜପା ସୂଚନା ଦେଇଛି । ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ ଚନ୍ଦ୍ର ପାତ୍ର । ଯାହାର ଜବାବ ରଖିଛି ବିଜେଡି। ରାଜନୀତିରେ କେହି ଚିର ଶତ୍ରୁ କି ମିତ୍ର ନୁହନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ନବୀନ କାହାର ହେବେ ନା ନୀରବ ରହିବେ।
ରାଜ୍ୟସଭା ନିର୍ବାଚନ ଏହାର ସବୁଠୁ ବଡ ପ୍ରମାଣ ଦେବ।

]]>
https://odishaswara.com/2026/01/29/%e0%ac%b0%e0%ac%be%e0%ac%9c%e0%ac%a8%e0%ad%80%e0%ac%a4%e0%ac%bf%e0%ac%b0%e0%ad%87-%e0%ac%a8%e0%ad%80%e0%ac%a4%e0%ac%bf-%e0%ac%a8%e0%ad%88%e0%ac%a4%e0%ac%bf%e0%ac%95%e0%ac%a4%e0%ac%be-%e0%ac%ae/feed/ 0
ଅରବିନ୍ଦ ମୋହରା, ବିଜୟ ଟାର୍ଗେଟ https://odishaswara.com/2026/01/24/%e0%ac%85%e0%ac%b0%e0%ac%ac%e0%ac%bf%e0%ac%a8%e0%ad%8d%e0%ac%a6-%e0%ac%ae%e0%ad%8b%e0%ac%b9%e0%ac%b0%e0%ac%be-%e0%ac%ac%e0%ac%bf%e0%ac%9c%e0%ad%9f-%e0%ac%9f%e0%ac%be%e0%ac%b0%e0%ad%8d%e0%ac%97/ https://odishaswara.com/2026/01/24/%e0%ac%85%e0%ac%b0%e0%ac%ac%e0%ac%bf%e0%ac%a8%e0%ad%8d%e0%ac%a6-%e0%ac%ae%e0%ad%8b%e0%ac%b9%e0%ac%b0%e0%ac%be-%e0%ac%ac%e0%ac%bf%e0%ac%9c%e0%ad%9f-%e0%ac%9f%e0%ac%be%e0%ac%b0%e0%ad%8d%e0%ac%97/#respond Sat, 24 Jan 2026 12:53:53 +0000 https://odishaswara.com/?p=8921

ଭୁବନେଶ୍ୱର: ଗତ କିଛି ବର୍ଷ ନିରବତା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଠାତ୍ ଏଭଳି ଏକ ବାଣ ମାରିଛନ୍ତି ଯାହାକୁ ନେଇ ରାଜ୍ୟ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଦଳ ବିରୋଧୀ ଏବଂ ବିଶ୍ୱାସଘାତ କାର୍ଯ୍ୟ ପାଇଁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରାର ନବାଗତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବିତ କରି ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି।
ବିଶେଷକରି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁତ୍ର ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ଘଟଣାକୁ ନେଇ ସବୁ ଆଡ଼େ ଚର୍ଚ୍ଚା ଚାଲିଛି । ବିଜେଡିର ନେତାମାନେ ଲଗାତାର ଭାବରେ ଗଣମାଧ୍ୟମରେ ନିଲମ୍ବିତ ବିଧାୟକ ଏବଂ ବିଜୟ ମହାପାତ୍ରଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ସେମାନଙ୍କର ମୁଖ୍ୟ ଟାର୍ଗେଟ ହେଉଛନ୍ତି ବିଜୟ ମହାପାତ୍ର। ଅରବିନ୍ଦ କେବଳ ମୋହରା ବନିଛନ୍ତି ବୋଲି କୁହାଯାଉଛି। ବିଜୟ ବିଜେଡିର ସଦସ୍ୟ ନ ହେଲେ ବି ପୁଅକୁ ଦଳରେ ସାମିଲ କରାଇଥିବାରୁ ପରୋକ୍ଷରେ ସେ ଦଳ ସହ ଜଡ଼ିତ ବୋଲି ଭାବି ନିଆଯାଇଥିଲା। ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିବା ଓ ୨୦୨୬ରେ ରାଜନୀତିରେ ଅନେକ ନୂଆ ଘଟଣା ଘଟିବ ବୋଲି ବିଜୟ ପୂର୍ବରୁ ଗଣମାଧ୍ୟମରେ ଅନେକ ଥର ବୟାନ ଦେବା ପରେ ନବୀନଙ୍କ କ୍ୟାମ୍ପରେ ଥିବା ତାଙ୍କର ବିରୋଧୀ ଗୋଷ୍ଠୀ ଅଧିକ ସକ୍ରିୟ ହୋଇ ଉଠିଲେ। ସେମାନଙ୍କୁ ବିଜୟ ଗୋଟିଏ ପରେ ଗୋଟିଏ ସୁଯୋଗ ଦେଲେ, ଯେଉଁଥିରେ ପାରିପର୍ଶ୍ଵିକ ପରିବେଶ ସୃଷ୍ଟି କରାଗଲା ଯେ ବିଜେଡିରେ ଅସନ୍ତୁଷ୍ଠ ନେତାମାନଙ୍କୁ ବିଜୟ ଏକାଠି କରି ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଯାହାର ପରିମାଣସ୍ୱରୁପ ତାଙ୍କ ପୁଅ ଉପରେ ନବୀନ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବିରୋଧରେ ନୁହେଁ ବିଜୟଙ୍କ ବିରୋଧରେ ନବୀନଙ୍କ ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ପ୍ରଥମେ ନବୀନ ଦଳରୁ ବିଜୟଙ୍କୁ ନିଲମ୍ବିତ କରିଥିଲେ । ଏହା ପରେ ଟିକେଟ୍ କାଟି ଦୂରେଇ ଦେଇଥିଲେ। ଏବେ ପୁଅ ମାଧ୍ୟମରେ ଆଉ ଏକ ପଦକ୍ଷେପ ନେଇ ନବୀନ ପୁଣି ବିଜୟଙ୍କୁ ବିଜେଡିରୁ ଏକ ପ୍ରକାର ଦୂରେଇ ଦେଇଛନ୍ତି।

ଗତ କିଛି ମାସ ହେଲା ରାଜ୍ୟ ରାଜନୀତିରେ ଯେଉଁ ସବୁ ଘଟଣାମାନ ଘଟି ଚାଲିଛି ସେଥିରେ ଉଭୟ ଭାଜପା ଓ ବିଜେଡି ଚିନ୍ତାରେ ଅଛନ୍ତି। ବିଶେଷକରି ବିଜେଡି ଅଧିକ ଭୟଭିତ ଅଛି ବୋଲି କୁହାଯାଉଛି। ଦଳ ସରକାରରୁ ଯିବା ପରେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ସାଧାରଣରେ ସମାଲୋଚନା କରିବା ପ୍ରକ୍ରିୟା ବଢ଼ିଚାଲିଛି। କଂଗ୍ରେସରୁ ମହମ୍ମଦ ମୋକିମ୍ ବିଦା ହେବା ପରେ ସେ ନୂଆଦଳ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ସେ ରାଜ୍ୟର ବିଭିନ୍ନ ଅସନ୍ତୁଷ୍ଠ ନେତାମାନଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିବା ଏବଂ ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ତଥା ନବ ଦାସ ଙ୍କ ଝିଅ ଦିପାଳୀ ଦାସ ଓ ତାଙ୍କ ଭାଇଙ୍କୁ ଏକ ହୋଟେଲ୍‌କୁ ଡ଼ାକି ଆଲୋଚନା କରିଥିଲେ ବୋଲି କୁହାଯାଉଛି। ଏକଥା ବି ଚର୍ଚ୍ଚା ହେଉଛି ଯେ ନୂଆ ଦଳ ଗଠନ ନେଇ ଦିପାଳୀ ଓ ତାଙ୍କ ଭାଇଙ୍କ ସହ ବିଜୟ ଯେଉଁ ଆଲୋଚନା କରିଥିଲେ ସେ ଖବର କୁଆଡ଼େ ଟିକିନିଖି ଭାବେ ବିଜେଡି ଶିବିରରେ ପହଞ୍ଚିଥିଲା। ବିଜୟ ଯେଉଁ ଆଲୋଚନା କରିଥିଲେ ତାହା ପଛର ସତ୍ୟତା କେତେ ରହିଛି ସେ କଥାକୁ କେହି ଯାଞ୍ଚ କରିବାକୁ ନାହିଁ। କିନ୍ତୁ ବିଜୟ ଯେ ନୂଆ ଦଳ ପାଇଁ ଉଦ୍ୟମ ଚଳାଇଥିବା ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ବିଧାୟକ ସନାତନ ମହାକୁଡ଼ଙ୍କ ସହ ବିଜୟ ଆଲୋଚନା କରିଥିବା କଥା ବି ଚର୍ଚ୍ଚା କରାଯାଉଛି। ବିଜୟ ବିଜେଡିରୁ ଯିବା ପରେ ‘ଓଡ଼ିଶା ଗଣପରିଷଦ’ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । ସେ ସମୟରେ ଗୋଟିଏ ବିଧାନସଭା ଆସନ ଅକ୍ତିଆର୍ କରିବାରେ ସଫଳ ହୋଇଥିଲେ। ଦଳ ଚଳାଇବା ସମ୍ଭବ ନହେବାରୁ ଓ କିଛି ସହଯୋଗୀ ଧୋକା ଦେବାରୁ ଗଣପରିସଦ ବୁଡିଗଲା। ପୁଣି ଏକ ଆଞ୍ଚଳିକ ଦଳ ଗଠନ କରି ତାକୁ ଛିଡ଼ା କରାଇବା କେତେଦୂର ସମ୍ଭବ ତାହା ବିଜୟ ହିଁ ଭଲ ଭାବେ ଜାଣିଛନ୍ତି। ସେ ଯାହା ବି ହେଉ ନୂଆ ଆଞ୍ଚଳିକ ଦଳର ‘ଭୂତ’ ନବୀନ ଓ ତାଙ୍କ କୋଟରୀଙ୍କୁ ଘାରିଛି ।

କୁହାଯାଉଛି ବିଜୟ ତାଙ୍କ ପୁଅକୁ ବିଜେଡିରେ ସାମିଲ କରି ମସ୍ତବଡ଼ ରାଜନୈତିକ ଅପରାଧ କରିଛନ୍ତି। ନବୀନଙ୍କୁ ଚିହ୍ନିବାରେ ତାଙ୍କ ରାଜନୈତିକ ଅଭିଜ୍ଞତାର କେଉଁଠି ଟିକେ ଦୁର୍ବଳତା ରହିଗଲା । ବିଜେଡି ଗଠନ ପରେ ପ୍ରଥମେ ଏକ ରାଜ୍ୟସଭା ନିର୍ବାଚନ ଆସିଲା। ସେ ସମୟରେ ନବୀନଙ୍କ ଡୁନ୍‌ସ୍କୁଲ୍ ସାଥୀ ଅନଙ୍ଗଉଦୟ ସିଂହଦେଓ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କଲେ। କିନ୍ତୁ ବିଜୟ ଓ ତାଙ୍କ ସହଯୋଗୀମାନେ ଚାହୁଁ ନ ଥିଲେ। ହେଲେ ସାଙ୍ଗ ହିସାବରେ ନବୀନଙ୍କୁ ପ୍ରଭାବିତ କରି ଅନଙ୍ଗ ଦଳୀୟ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ସେ ଜିତିପାରିଲେ ନାହିଁ। ବିଜେଡିର କିଛି ବିଧାୟକ କ୍ରଶ୍ ଭୋଟିଂ କରିଥିଲେ। ଯେଉଁଥିପାଇଁ ଅନଙ୍ଗ ଜିତି ପାରି ନ ଥିଲେ। ଏହି ଘଟଣାରେ ନବୀନ ବିଜୟଙ୍କ ସମେତ ୬ଜଣ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ପରେ ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବିଜେଡି ଗଠନ ପରେ ୨୦୦୦ ମସିହାରେ ଦଳ ସାଧାରଣ ନିର୍ବାଚନର ସମ୍ମୁଖିନ ହୋଇଥିଲା। ଦଳ ପକ୍ଷରୁ ଯେଉଁ ଟିକେଟ୍ ବଣ୍ଟ କରାଗଲା ସେଥିରେ ବିଜୟଙ୍କର ବେଶ୍ ଭୂମିକା ଥିଲା। ନବୀନଙ୍କ ଠାରୁ ଟିକେଟ୍ ନେଇ ବିଜୟ ପାଟକୁରାରୁ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନବୀନ ସେ ଟିକେଟ୍‌କୁ ଏପରି ଚତୁରତାର ସହ କାଟିଲେ ଯାହାର ଟିକେ ବି ସୁରାଗ ବିଜୟ ପାଇ ପାରି ନ ଥିଲେ । ବିଧାନ ସଭା ନିର୍ବାଚନ ଲଢ଼ି ପାରିଲେ ନାହିଁ। ପରେ ଦିଲୀପ ରାୟ, ନଳୀନ ମହାନ୍ତି ଭଳି ନେତାଙ୍କୁ ବି ନବୀନ ଦୂରେଇ ଦେଇଥିଲେ।
ରାଜନୈତିକ ଘଟଣାକ୍ରମେ ଦିଲୀପ ପୁଣି ବିଜେଡିକୁ ଫେରିବା ନେଇ ଏକ ପ୍ରକ୍ରିିୟା ହୋଇଥିଲା। ଦିଲୀପ ଏ ନେଇ ନବୀନଙ୍କ ସହ ଆଲୋଚନା କରିଥିଲେ। ଏହି ମିଶ୍ରଣରେ ବିଜୟଙ୍କ ନାମ ବି ସାମିଲ ଥିଲା। ଦିଲୀପଙ୍କର ନବୀନଙ୍କ ନିକଟରେ ତାଙ୍କ ସହ ବିଜୟଙ୍କ ମିଶ୍ରଣର ସର୍ତ ରହିଥିଲା। ଶେଷ ମୁହୂର୍ତ୍ତରେ ଏହି ମିଶ୍ରଣ ଫେଲ୍ ମାରିଥିଲା। କ’ଣ ପାଇଁ ସବୁ ଯୋଜନା ସତ୍ତ୍ୱେ ମିଶ୍ରଣ ହୋଇପାରିଲା ନାହିଁ। ସେଥିରେ ଜଣାପଡ଼ିଲା ଯେ ନବୀନ ପଟ୍ଟନାୟକ କୌଣସି ପରିସ୍ଥିତିରେ ବିଜୟଙ୍କୁ ସାମିଲ୍ କରାଯିବ ନାହିଁ ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ।

ନବୀନ ପଟ୍ଟନାୟକ କୌଣସି ପରିସ୍ଥିରେ ତାଙ୍କୁ ବିଶ୍ୱାସକୁ ନେବେ ନାହିଁ, ଏକଥା ସେ।ଭଲଭାବେ ଜାଣିଥିଲେ। ତେବେ ପୁତ୍ର ମୋହ ବିଜୟଙ୍କୁ ପୁଣି ବିଜେଡି ଆଡ଼କୁ ଆକର୍ଷିତ କରିଥିଲା। ଓଡ଼ିଶାରେ ବିଜେଡିକୁ ଅପ୍ରତିଦ୍ଵନ୍ଦୀ ଭାବି ପୁଅକୁ ରାଜନୀତି ଉତ୍ତରାଧିକାରୀ ଭାବେ ଛିଡ଼ା କରିବାର ନିଶା ବିଜୟଙ୍କୁ ପାଇଁ ଘାତକ ହୋଇଛି। ମାତ୍ର ଦେଢ଼ ବର୍ଷ ପରେ ପୁଅକୁ ବିଜେଡିରୁ ବିଦା ହେବାକୁ ପଡ଼ିଛି। ଅନ୍ୟ ଏକ ଶୁଣିବାକୁ ମିଳିଛି ଯେ ପାଟକୁରାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ବିଜୟ କିମ୍ବା ତାଙ୍କ ପୁଅଙ୍କୁ ବିଜେଡିକୁ ଆଣିବାକୁ ଚାହୁଁ ନ ଥିଲେ। ତତ୍କାଳୀନ ବିଜେଡି ସଂ।ଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୟଙ୍କ ପୁଅକୁ ବିଜେଡିରେ ଟିକେଟ ଦେବାର ସମସ୍ତ ବ୍ୟବସ୍ଥା କରିଥିଲେ । ଅରବିନ୍ଦ ନିଲମ୍ବନ ପଛରେ ଅତନୁଙ୍କ ହାତ ରହି ଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

]]>
https://odishaswara.com/2026/01/24/%e0%ac%85%e0%ac%b0%e0%ac%ac%e0%ac%bf%e0%ac%a8%e0%ad%8d%e0%ac%a6-%e0%ac%ae%e0%ad%8b%e0%ac%b9%e0%ac%b0%e0%ac%be-%e0%ac%ac%e0%ac%bf%e0%ac%9c%e0%ad%9f-%e0%ac%9f%e0%ac%be%e0%ac%b0%e0%ad%8d%e0%ac%97/feed/ 0
୨୦୨୫ ରେ ବିରୋଧୀ ଶାସକ ଦଳଙ୍କୁ ଲାଗିଛି ବଡ ଝଟକା https://odishaswara.com/2025/12/31/%e0%ad%a8%e0%ad%a6%e0%ad%a8%e0%ad%ab-%e0%ac%b0%e0%ad%87-%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80-%e0%ac%b6%e0%ac%be%e0%ac%b8%e0%ac%95-%e0%ac%a6%e0%ac%b3%e0%ac%99%e0%ad%8d%e0%ac%95/ https://odishaswara.com/2025/12/31/%e0%ad%a8%e0%ad%a6%e0%ad%a8%e0%ad%ab-%e0%ac%b0%e0%ad%87-%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80-%e0%ac%b6%e0%ac%be%e0%ac%b8%e0%ac%95-%e0%ac%a6%e0%ac%b3%e0%ac%99%e0%ad%8d%e0%ac%95/#respond Wed, 31 Dec 2025 12:24:32 +0000 https://odishaswara.com/?p=8914
ବିଦାୟ ନେଲା ୨୦୨୫। ବାର୍ଷିକ ଭିତରେ ଅନେକ ରାଜନୈତିକ ଉତ୍ଥାନ ପତ୍ତନ ହୋଇଛି। ଶାସକ ଭାଜପାକୁ ବିଧାୟକଙ୍କ ଦରମା ବୃଦ୍ଧି ଶକ୍ତ ଧକ୍କା ଦେଇଛି। ବିଭିନ୍ନ ଆଡ ସରକାରଙ୍କୁ କଡା ସମାଲୋଚନା ର ସମ୍ମୁଖୀନ ହେବାକୁ ପଡ଼ିଛି। ସେହିପରି
ରାଜ୍ୟ ସଭା ଏମ୍ପି ଭାଜପା ରେ ମିଶିବା ବିଜେଡିକୁ ଜୋର ଝଟକା ଦେଉଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ବିଦା ଦଳର ମନୋବଳକୁ ଭାଙ୍ଗି ଦେଇଛି।ରାଜ୍ୟ ଶାସନରେ ଲଗାତାର ୯ ବର୍ଷଭାଜପା ସହିତ ମିଶି ଶାସନ କରିବା ଏବଂ
ଅବଶିଷ୍ଟ ୧୬ ବର୍ଷ ଏକାକୀ ଶାସନ କରିଥିବା
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରକୁ ରାଜ୍ୟବାସୀ ଦେଖିବା ପରେ ଏକ ଭିନ୍ନ ସ୍ୱାଦ ପାଇଁ ଭାଜପାକୁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି। ତେବେ ଦୀର୍ଘଦିନ ପରେ ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ଶକ୍ତ ବିରୋଧୀଦଳ ଗଠନ ହୋଇଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୫୦ ଜଣ ହେଉଛନ୍ତି ବିଜେଡି ସଦସ୍ୟ। ତେଣୁ ବିରୋଧୀ ଦଳ ଭାବେ ନବୀନଙ୍କ ଠାରୁ ରାଜ୍ୟବାସୀ ଢେର କିଛି ଆଶା କରିବା ସ୍ୱାଭାବିକ। ହେଲେ ବିରୋଧୀ ଦଳରେ ବସିବାର ୧୮ ମାସ ପରେ ଲୋକଙ୍କ ଆଶା ଓ ଆଙ୍କାକ୍ଷା ପୂରଣରେ ନବୀନ ସେଭଳି ସଫଳ ହୋଇଥିବା ରାଜ୍ୟବାସୀ ଅନୁଭବ କରିପାରୁ ନାହାନ୍ତି। କୌଣସି ଗୋଟିଏ ହେଲେ ପ୍ରସଙ୍ଗରେ ସରକାରଙ୍କୁ ଆଖିଦୃଶିଆ ବିରୋଧ ବିଜେଡି କରିଥିବା ନଜର ନାହିଁ । ବିଧାନସଭା ଭିତରେ ଓ ବାହାରେ ସମାନ ସ୍ଥିତି। ଗୋଟିଏ ଦୁଇଟି ହାତଗଣତି ପ୍ରସଙ୍ଗରେ ଲୋକ ଦେଖାଣିଆ ଭାବେ ରାସ୍ତାକୁ ଆସି ପୁଣି ତାକୁ ଦଳ ଭୁଲିଯାଇଛି। ରାଜ୍ୟର ନୂଆ ସରକାର ଧିରେଧିରେ ତା’ର ପାଦ ସଶକ୍ତ କରିବାର ଏହା ଅନ୍ୟତମ କାରଣ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛିାକେବଳ ସରକାରଙ୍କୁ ବିରୋଧ ନୁହେଁ,
ନିଜ ଦଳକୁ ମଝବୁତ କରିବାରେ ନବୀନ ସକ୍ଷମ ହୋଇପାରୁ ନାହାନ୍ତି। ବିରୋଧିଦଳ ନେତା ହିସାବରେ ପ୍ରଥମଥର କରି ନୂଆପଡ଼‌ା ଉପନିର୍ବାଚନକୁ ସାମ୍ନା କରିଥିଲେ ମଧ୍ୟ ନିଜ ଦଳର ଏହି ଆସନକୁ ବଞ୍ଚାଇବାରେ ସଫଳ ହୋଇନାହାନ୍ତି। ବିଜେଡି ଏଠାରେ ଅତ୍ୟନ୍ତ ଲଜ୍ଜାଜନକ ଭାବେ ତୃତୀୟ ସ୍ଥାନରେ ରହି ପରାଜୟ ବରଣ କରିଛି। ଏହା ପରଠାରୁ ଦଳ ଭିତରେ ଦାୟିତ୍ୱ ହସ୍ତାନ୍ତରକୁ ନେଇ ମହାଭାରତ ଆରମ୍ଭ ହୋଇଯାଇଛି। ସଭାରେ ଦଳୀୟ ନେତୃତ୍ୱକୁ ଆହ୍ୱାନ ଦେବା ଆରମ୍ଭ ହୋଇଯାଇଛି । ଏହି ୧୮ମାସ ମାସରେ ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ଓ ଜଣେ ପୂର୍ବତନ ରାଜ୍ୟସଭା ସାଂସଦ ଭାଜପାରେ ସାମିଲ ହେବା ଦଳ ପାଇଁ କଠିନ ସ୍ଥିତି ସୃଷ୍ଟିକରିଛି। ସେହିଭଳି ନିଜକୁ ଅସଲ ବିରୋଧୀ ଦଳ ବୋଲି ଦାବି କରୁଥିବା କଂଗ୍ରେସରେ ମଧ୍ୟ ଅସ୍ଥିରତା ଲାଗି ରହିଛି
। ଭକ୍ତଙ୍କ ନେତୃତ୍ୱରେ ଦଳ ଭାଜପାକୁ ଯେଭଳି ମୁକାବିଲା କରିବା କଥା, ତାହା କରିପାରୁନାହିଁ। ନିଜ ଦଳ ଭିତରେ ଚାଲି ଥିବା ଶୀତଳ ଯୁଦ୍ଧକୁ ମୁକାବିଲା କରିବାରେଭକ୍ତଙ୍କର ଅଧିକାଂଶ ସମୟ ଯାଉଛି। ବରିଷ୍ଠ ନେତା ମହମ୍ମଦ ମୋକିମ ଦଳରୁ ବିଦା ହୋଇ ନୂଆ ଦଳ ଗଠନ ପାଇଁ ଲାଗିପଡ଼ିଛନ୍ତି। ବହୁ ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନକୁ ଯିବାକୁ ପଛାଉଛନ୍ତି। ବରିଷ୍ଠମାନେ ବି ଭକ୍ତଙ୍କ ସହ ନ ଥିବା ଲକ୍ଷ୍ୟ କରାଯାଉଛି
। ଦଳର ଯୁବ, ଛାତ୍ର ଓ ମିଡିଆ ଶାଖାରପ୍ରଦର୍ଶନ ମଧ୍ୟ ସେଭଳ ଉତ୍ସାହନଜନକ ନୁହେଁ।
। କଂଗ୍ରେସରେ ସାମିଲ ପାଇଁ ଯେଉଁମାନେ ପୂର୍ଣ୍ଣପ୍ରସ୍ତୁତ ଥିଲେ, ସେମାନେ ଏବେ ନିଜର ଯୋଜନାକୁ ବାତିଲ କରିଦେଇଛନ୍ତି। ଶାସକ ଭାଜପା ରେ ମଧ୍ୟ ଅସନ୍ତୋଷ ରହିଛି। ଦଳ କ୍ଷମତାକୁ ଆସିବା ପରେ ବିଭିନ୍ନ ପଦପଦବୀ ପାଇଁ ଚାହିଁ ବସିଥିବା ଦଳୀୟ
ନେତା ଓ କର୍ମୀମାନେ ଏଠାରେ ଅସନ୍ତୁଷ୍ଟ। ସେମାନଙ୍କୁ ସରକାର ଗଠନର ଦେଢ ବର୍ଷ ପରେ ମଧ୍ୟ କିଛି ପଦପଦବୀ ମିଳୁନାହିଁ। ନିଗମ, ସମବାୟ ସଂସ୍ଥା, ଯୋଜନା ବୋର୍ଡ ପଦବୀ ପୂରଣ ହୋଇପାରୁ ନଥିବା
ବେଳେ ଖାଲି ପଡ଼ିଥିବା ୬ଟି ମନ୍ତ୍ରୀ ପଦବୀକୁ ଅନେକ ଚାତକ ଭଳି ଚାହିଁବସିଛନ୍ତି। ବିଧାନସଭାରେ ସରକାର ପାରିତ କରିଥିବା ଦରମା ବୃଦ୍ଧି ବିଲ୍କୁ ନେଇସାଧାରଣରେ ଅସନ୍ତୋଷ ପ୍ରକଟ ପରେ ସରକାର ପଛଘୁଞ୍ଚାଦେବା ସହ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ସରକାରଙ୍କ ଏହା ପ୍ରଥମ ଝଟ୍କା ବୋଲି କହିଲ ଅତ୍ୟୁକ୍ତି ହେବ ନାହିଁ। ଦଳରେ ଏବେ ସମସ୍ତଙ୍କୁ ମନାଇବା ସହ ତଳ ସ୍ତରରେ ଶକ୍ତିବୃଦ୍ଧି ପାଇଁ ଯୋଜନା ଚାଲିଛି।
ହେଲେ ପଦପଦବୀ ଆଶାୟୀମାନେ କେତେ ଦିନ କ୍ଷମତା ବାହାରେ ରହିଦଳକୁ ବଳ ଦେବେ, ତାହା ବଡ଼ ପ୍ରଶ୍ନବାଚୀ।
ଏଭଳି ସ୍ଥିତିରେ ରାଜ୍ୟରେ ଏବେ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରସ୍ତୁତି ଚାଲିଛି। କଂଗ୍ରେସରୁ ବିଦା ହୋଇଥିବା ମହ
ମ୍ମଦ ମୋକିମ ଏହଯୋଜନାର ମୂଳଦୂଆ ପକାଇଥିବାବେଳେ ବିଜୟ ମହାପାତ୍ର, ଅମର ଶତପଥୀ, ବ୍ରଜ ତ୍ରିପାଠୀଙ୍କ ଭଳିପ୍ରମୁଖ ନେତାମାନେଖୋଲାଖୋଲି ଅଭିଯାନ ସପକ୍ଷରେ ମତ ରଖୁଛନ୍ତି। ବିଭିନ୍ନ ଦଳର ଆହୁରି ଅନେକ ନେତା ପରଦା ପଛରେ ରହି ଏହାକୁ ସମର୍ଥନ ବି ଦେଉଛନ୍ତି। ଯଦି ଏହା ବାସ୍ତବ ରୂପ ନେବ, ତେବେ ରାଜ୍ୟର ୩ ପ୍ରମୁଖ ଦଳକୁ ଏହା ଦୋହଲାଇ ଦେବ ବୋଲି ରାଜନୈତିକବିଶ୍ଲେଷକମାନେ ଆକଳନ କରୁଛନ୍ତି। ଆଉ କିଛିଦିନ ପରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ। ଏଥିସହ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ସହ ସୀମା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣର ଯୋଜନା ରହିଛି। ଏସବୁ କାର୍ଯ୍ୟକୁ ନେଇଏବେଠାରୁ ୩ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇବା ଆରମ୍ଭ କରିଛନ୍ତି। ୨୦୨୬ରେ ଅନେକ ନେତାଙ୍କ ଭାଗ୍ୟ ଓ ଭବିଷ୍ୟତର ମୂକସାକ୍ଷୀ ହେବ ବୋଲି ଚର୍ଚ୍ଚା ହେଉଛି ।

]]>
https://odishaswara.com/2025/12/31/%e0%ad%a8%e0%ad%a6%e0%ad%a8%e0%ad%ab-%e0%ac%b0%e0%ad%87-%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80-%e0%ac%b6%e0%ac%be%e0%ac%b8%e0%ac%95-%e0%ac%a6%e0%ac%b3%e0%ac%99%e0%ad%8d%e0%ac%95/feed/ 0
ବିରୋଧୀଙ୍କୁ ନବୀନଙ୍କ କଡ ଜବାବଆହୁରି ଶହେ ବର୍ଷ ରହିବ ବିଜେଡି https://odishaswara.com/2025/12/26/%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80%e0%ac%99%e0%ad%8d%e0%ac%95%e0%ad%81-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%95%e0%ac%a1-%e0%ac%9c%e0%ac%ac/ https://odishaswara.com/2025/12/26/%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80%e0%ac%99%e0%ad%8d%e0%ac%95%e0%ad%81-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%95%e0%ac%a1-%e0%ac%9c%e0%ac%ac/#respond Fri, 26 Dec 2025 10:00:04 +0000 https://odishaswara.com/?p=8912 ବିଜୁ ଜନତା ଦଳ ଆଗାମୀ ଦିନରେ ଭାଙ୍ଗିଯିବା। ହୁଇସିଲ ମାରିଲେ ବିଜେଡି ଭାଙ୍ଗିଯିବା। ବିଜେଡିକୁ ନେଇ ଭାଜପା ନେତାମାନେ ଅନେକ ସମୟରେ ବୟାନ ଦେଇ ଆସିଛନ୍ତି। ବିରୋଧୀଙ୍କ ଏଭଳି ହୱାକୁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି।
ବିଜେଡି ରହିଛି ଏବଂ
ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ବୋଲି ଶୁକ୍ରବାର ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ଏଭଳି କଡ଼ା ମେସେଜ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
ଶଙ୍ଖ ଭବନ ଠାରେ ଆୟୋଜିତ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀମାନଙ୍କ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ଦଳ। ଏହା ଏକ ଜନ ଆନ୍ଦୋଳନ। ଓଡିଶା ବାସୀଙ୍କ ସ୍ୱାଭିମାନ ଓ ଆଶା,ଆକାଂକ୍ଷା ସହ ବିଜେଡି ଜଡିତ।
ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ପରିଣତ କରିବାକୁ ସେ କ କର୍ମୀ ମାନଙ୍କୁ ପରାମର୍ଶ। ରାଜ୍ୟ ରେ ଏଵେ ସରକାର ଥିବା ପରି ଅନୁଭବ ହେଉ ନାହିଁ।
ଗଣତନ୍ତ୍ର ରେ ହାର ଜିତ ରହିଛି। କିନ୍ତୁ କିଛି ଲୋକ ଓ କିଛି ଦଳ ଏଵେ ବିଜୁ ଜନତା ଦଳ କୁ ନେଇ ଅପପ୍ରଚାର କରୁଛନ୍ତି। ବିଜୁ ଜନତା ଦଳ ଭାଙ୍ଗି ଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରା ଯାଉଛି। କିନ୍ତୁ ସେମାନେ ଜାଣି ରଖିବା ଉଚିତ ଯେ ବିଜୁ ଜନତା ଦଳ ଜଣେ କିମ୍ବା ଦୁଇ ଜଣଙ୍କର ଦଳ ନୁହେଁ। ଏହା ଏକ ଜନ ଆନ୍ଦୋଳନ। ଓଡ଼ିଶାର ଗର୍ବ ଏବଂ ସମ୍ମାନ ପାଇଁ କାମ କରୁଛି। ବିଜେଡି ଓଡ଼ିଶା ବାସୀଙ୍କ ଦଳ। ସାଢେ ଚାରି କୋଟି ଓଡିଶା ବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ। ବିଜେଡି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡିଶା ବାସୀଙ୍କ ସ୍ୱର ହୋଇ ରହିବ ।
୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶ ରେ ଓଡିଶା ବାସୀଙ୍କ ସେବା କରିଚାଲିଛି. ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶା ର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ। ଦାରିଦ୍ର୍ୟ,କ୍ଷୁଧା,ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ। ସଫଳ ମଧ୍ୟ ହୋଇଛୁ। ଓଡିଶା କୁ ନୂଆ ପରିଚୟ ଦେଇଛୁ।ମା ମାନଙ୍କୁ ସଶକ୍ତ କରିଛୁ।ଚାଷୀଙ୍କ ରୋଜଗାର ଵୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟ କୁ ପୁଞ୍ଜି ଆଣିଛୁ। ଯୁବ ସମାଜ କୁ ନିଯୁକ୍ତି ଦେଇଛୁ। ଓଡିଶା କୁ ବିଜେଡି ସରକାର ନୂଆ ପରିଚୟ ଦେଇଛି।
ରାଜ୍ୟ ରେ ଏଵେ ଡବଲ ଇଞ୍ଜିନ ସରକାର ଚାଲିଛି।କିନ୍ତୁ ବିକାଶ କାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏଵେ ଚାଷୀ କୁ ସାର ମିଳୁନି।ମଣ୍ଡି ଖୋଲୁନି। ମିଶନ ଶକ୍ତି ମା ମାନେ ହଇରାଣ। ଯୁବ ସମାଜ ହତାଶ।ଗତ ୧୮ ମାସ ରେ ଅଠର ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ୍ ହେଲାଣି। ଆଇନ ଶୃଙ୍ଖଳା କଥା ନ କହିବା ଭଲ। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି।ଏପରିକି ଛୋଟ ଛୋଟ ଝିଅ ମାନେ ମଧ୍ୟ ନିରାପଦ ନୁହିଁନ୍ତି। ରାଜ୍ୟ ରେ ଏକ ସରକାର ଥିବା ପରି ଅନୁଭବ ହେଉ ନ ଥିବା ଖାହି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।

ଯୁବ ସମାଜ କୁ ଦଳ ର ଅମୂଲ୍ୟ ସମ୍ପତ୍ତି ଭାବରେ ବର୍ଣ୍ଣନା କରି ନବୀନ କହିଛନ୍ତି ଯେ ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡି ର ମନ୍ତ୍ର। ବିକାଶ ଆମର ପରିଚୟ। ତେଣୁ ବିଜେଡି ର ଯୁବ ବନ୍ଧୁ ମାନେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ଦଳ ବିରୁଦ୍ଧରେ ଚାଲିଥିବା ଅପ ପ୍ରଚାର ର ଫଳପ୍ରଦ ମୁକାବିଲା କରିବାକୁ ବିଜେଡି ସଭାପତି ଆହ୍ୱାନ ଜଣାଇଥିଲେ।

ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ । ଦଳ ର ଲକ୍ଷ ଲକ୍ଷ କର୍ମୀ ମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି।ତେଣୁ ବର୍ତ୍ତମାନ ର ଆହ୍ୱାନ କୁ ଭବିଷ୍ୟତ ପାଇଁ ସୁଯୋଗ ରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟ କ୍ରମରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇ ନବୀନଙ୍କ ନେତୃତ୍ୱରେ ବିଜେଡିକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ପ୍ରତିଷ୍ଠା ଦିବସରେ ବିଜେଡିର ମହିଳା, ଯୁବ ଏବଂ ଛାତ୍ର ସଂଗଠନ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

]]>
https://odishaswara.com/2025/12/26/%e0%ac%ac%e0%ac%bf%e0%ac%b0%e0%ad%8b%e0%ac%a7%e0%ad%80%e0%ac%99%e0%ad%8d%e0%ac%95%e0%ad%81-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%95%e0%ac%a1-%e0%ac%9c%e0%ac%ac/feed/ 0
ନବୀନ ନେତାଙ୍କୁ ମାରିଛନ୍ତି , କାହାରିକୁ ତିଆରି କରିନାହାନ୍ତି: ସୁରେଶ ପୂଜାରୀ https://odishaswara.com/2025/12/26/%e0%ac%a8%e0%ac%ac%e0%ad%80%e0%ac%a8-%e0%ac%a8%e0%ad%87%e0%ac%a4%e0%ac%be%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%be%e0%ac%b0%e0%ac%bf%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf/ https://odishaswara.com/2025/12/26/%e0%ac%a8%e0%ac%ac%e0%ad%80%e0%ac%a8-%e0%ac%a8%e0%ad%87%e0%ac%a4%e0%ac%be%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%be%e0%ac%b0%e0%ac%bf%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf/#respond Fri, 26 Dec 2025 09:57:35 +0000 https://odishaswara.com/?p=8910
ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ଏହାର ଜବାବରେ ଭାଜପା ବରିଷ୍ଠ ନେତା ତଥା ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି। କେବେ କାହାକୁ ତିଆରି କରି ନାହାନ୍ତି। ସେ ଆଜି ମନ୍ତ୍ରୀ ହୋଇଛନ୍ତି। ଦଳ ତାଙ୍କୁ ତିଆରି କରିଛି । ନବୀନଙ୍କୁ ବିତର୍କ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଆଇନ ଶୃଙ୍ଖଳା କଥା ଯଦି କହୁଛନ୍ତି ତେବେ ଏ ନେଇ ସେ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣନ୍ତୁ। ସରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ଭାଜପା ଜନ ସେବାରେ ସବୁବେଳେ ବ୍ୟସ୍ତ ଅଛି। ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି।
ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ଭାଜପାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା।
କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ଭାଜପା ଯୋଗାଯୋଗରେ ଅଛନ୍ତ। ବିଜେଡି ନେତାଙ୍କୁ ରଖି ପାରୁନି ।କ୍ଷମତା ହେଉଛି ଫେଭିକଲ୍‌, ଯାହା ଚାଲିଗଲେ ସବୁ ଭାଙ୍ଗିଯାଏ। ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି ବୋଲି ପୂଜାରୀ କହିଛନ୍ତି

]]>
https://odishaswara.com/2025/12/26/%e0%ac%a8%e0%ac%ac%e0%ad%80%e0%ac%a8-%e0%ac%a8%e0%ad%87%e0%ac%a4%e0%ac%be%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%be%e0%ac%b0%e0%ac%bf%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf/feed/ 0
ମହାନଦୀ ଜଳ ବିବାଦ ପାଇଁ ୭ ଜଣିଆ  କମିଟି https://odishaswara.com/2025/12/10/%e0%ac%ae%e0%ac%b9%e0%ac%be%e0%ac%a8%e0%ac%a6%e0%ad%80-%e0%ac%9c%e0%ac%b3-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6-%e0%ac%aa%e0%ac%be%e0%ac%87%e0%ac%81-%e0%ad%ad-%e0%ac%9c%e0%ac%a3%e0%ac%bf/ https://odishaswara.com/2025/12/10/%e0%ac%ae%e0%ac%b9%e0%ac%be%e0%ac%a8%e0%ac%a6%e0%ad%80-%e0%ac%9c%e0%ac%b3-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6-%e0%ac%aa%e0%ac%be%e0%ac%87%e0%ac%81-%e0%ad%ad-%e0%ac%9c%e0%ac%a3%e0%ac%bf/#respond Wed, 10 Dec 2025 07:45:03 +0000 https://odishaswara.com/?p=8897 ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦ ପାଇଁ ରାଜ୍ୟ ସରକାର ୭ ଜଣିଆ କମଟି ଗଠନ କରିଛନ୍ତି। ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ଵାରା    ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟା ଗୁଡିକୁ ଦୃଷ୍ଟିରେ ରଖି, ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର  ଗୁରୁତ୍ୱକୁ ମନେକରି, ରାଜ୍ୟ ସରକାର  ଉପମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ କରାଯାଇଛି।   

ଏହି କମିଟି ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ ଏବଂ ରାଜ୍ୟର ବୈଷୟିକ  ଏବଂ ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ।  ଏହି  କମିଟିରେ ୭ ଜଣ  ବିଧାୟକ/ବିଧାୟିକାମାନେ     ସଦସ୍ୟ ଅଛନ୍ତି । 

ଏହି କମିଟିରେ ରାଜସ୍ବ ଓ ବିପର୍ଯ୍ୟପରିଚାଳନା ମନ୍ତ୍ରୀ   ସୁରେଶ ପୂଜାରୀ, ଆଇନି ମନ୍ତ୍ରୀ  ପୃଥ୍ବୀରାଜ  ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ   ସମ୍ପଦ ଚନ୍ଦ୍ର ସ୍ଵାଇଁ,  ମନ୍ତ୍ରୀ,ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ , ବିଧାୟକ ନିରଂଜନ ପୂଜାରୀ, ବିଧାୟକ   ଜୟନାରାୟଣ ମିଶ୍ର,   ଏବଂ ବିଧାୟିକା ସୋଫିଆ ଫିର୍ଦୋସ୍। ସଦସ୍ୟ ରହିଛନ୍ତି।

]]>
https://odishaswara.com/2025/12/10/%e0%ac%ae%e0%ac%b9%e0%ac%be%e0%ac%a8%e0%ac%a6%e0%ad%80-%e0%ac%9c%e0%ac%b3-%e0%ac%ac%e0%ac%bf%e0%ac%ac%e0%ac%be%e0%ac%a6-%e0%ac%aa%e0%ac%be%e0%ac%87%e0%ac%81-%e0%ad%ad-%e0%ac%9c%e0%ac%a3%e0%ac%bf/feed/ 0