NATIONAL – ଓଡ଼ିଶା ସ୍ୱର https://odishaswara.com odishaswara.com Thu, 26 Jun 2025 16:03:33 +0000 en-US hourly 1 https://wordpress.org/?v=6.7.5 ମହାକାଶଚାରୀଙ୍କ ପରିବାରକୁ ଭେଟିଲେ ଯୋଗୀ https://odishaswara.com/2025/06/26/%e0%ac%ae%e0%ac%b9%e0%ac%be%e0%ac%95%e0%ac%be%e0%ac%b6%e0%ac%9a%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%be%e0%ac%b0%e0%ac%95%e0%ad%81-%e0%ac%ad/ https://odishaswara.com/2025/06/26/%e0%ac%ae%e0%ac%b9%e0%ac%be%e0%ac%95%e0%ac%be%e0%ac%b6%e0%ac%9a%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%be%e0%ac%b0%e0%ac%95%e0%ad%81-%e0%ac%ad/#respond Thu, 26 Jun 2025 16:03:32 +0000 https://odishaswara.com/?p=1488
ଉତ୍ତରପ୍ରଦେଶ ( ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥ ଗୁରୁବାର ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପରିବାରକୁ ଭେଟିଛନ୍ତି । ତାଙ୍କ ସରକାରୀ ବାସଭବନରେ ଶୁଭାଂଶୁଙ୍କ ବାପା, ମାଆ ଓ ଭଉଣୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶ ପାଇଁ, ରାଜ୍ୟ ପାଇଁ ଗର୍ବ ଆଣିଥିବା ଶୁଭାଂଶୁଙ୍କ ପରିବାର ଲୋକଙ୍କୁ ଭବ୍ୟ ସ୍ବାଗତ କରିବା ସହ ସେମାନଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେବା ପରେ ଶୁଭାଂଶୁଙ୍କ ବାପା ଶମ୍ଭୁ ଶୁକ୍ଳା କହିଛନ୍ତି- ପୁଅ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଭଲ ଲାଗିଲା। ଗତକାଲି ଉତକ୍ଷେପଣ ଏବଂ ଆଜି ଡକିଂ ସଫଳତାର ସହିତ ହୋଇଛି । ଆମେ ଖୁସି ଅଛୁ ପୁଅର ମିଶନ ସଫଳତାର ସହିତ ଚାଲିଛି । ମୁଖ୍ୟମନ୍ତ୍ରୀ ଆମ ପୁଅକୁ ଆଶୀର୍ବାଦ କରିଛନ୍ତି ଏବଂ ଆମକୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବାରୁ ଆମେ ଖୁସି ଅନୁଭବ କରୁଛୁ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ… ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।
ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପରେ ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି, ଆମେ ବହୁତ ଖୁସି। ଆମ ପୁଅ ଯୋଗୁଁ ଆମେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲୁ । ମୁଖ୍ୟମନ୍ତ୍ରୀ ଆମକୁ ଅଭିନନ୍ଦନ ଜଣାଇଥିଲେ । ଆମେ ତାଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ଜଣାଇଲୁ । ସେ ଆମ ପୁଅର ପ୍ରଶଂସା କଲେ । ଯେଉଁଥି ପାଇଁ ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ପୁଅ ପାଇଁ ଆଜି ଆମେ ନୂଆ ପରିଚୟ ପାଇଛୁ ।

]]>
https://odishaswara.com/2025/06/26/%e0%ac%ae%e0%ac%b9%e0%ac%be%e0%ac%95%e0%ac%be%e0%ac%b6%e0%ac%9a%e0%ac%be%e0%ac%b0%e0%ad%80%e0%ac%99%e0%ad%8d%e0%ac%95-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%be%e0%ac%b0%e0%ac%95%e0%ad%81-%e0%ac%ad/feed/ 0
ପାକିସ୍ତାନ ଯୁଦ୍ଧ ଲାଗି ଭାରତକୁ ଉସୁକାଉଛି: ବୈଦେଶିକ ସଚିବ https://odishaswara.com/2025/05/10/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%b2%e0%ac%be%e0%ac%97%e0%ac%bf-%e0%ac%ad%e0%ac%be%e0%ac%b0/ https://odishaswara.com/2025/05/10/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%b2%e0%ac%be%e0%ac%97%e0%ac%bf-%e0%ac%ad%e0%ac%be%e0%ac%b0/#respond Sat, 10 May 2025 14:25:23 +0000 https://odishaswara.com/?p=1356
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଥିବା ବେଳେ ଭାରତ ପକ୍ଷରୁ ଶନିବାର ପାକିସ୍ତାନର କାର୍ଯ୍ୟକଳାପକୁ ଉତ୍ତେଜନା ସୃଷ୍ଟିକାରୀ ଓ ଉସୁକାଣ ପ୍ରବୃତିର ବୋଲି କୁହାଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି । ଏଥିସହିତ ପାକିସ୍ତାନ କିଭଳି ଉତ୍ତେଜନା ସୃଷ୍ଟି କରିବା ସହିତ ଯୁଦ୍ଧ କରିବା ଲାଗି ଭାରତକୁ ଉସୁକାଉଛି ତାହାର ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି । ସେହିପରି, ଭାରତର କାର୍ଯ୍ୟକଳାପକୁ ନେଇ ପାକିସ୍ତାନ ଯେଉଁ ଅପପ୍ରଚାର କରୁଛି ତାହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଶନିବାର ମଧ୍ୟ ଭାରତକୁ ଟାର୍ଗେଟ୍ କରି ଡ୍ରୋନ୍ ମାଡ଼ କରିଛି । ୭ ତାରିଖ ଭାରତ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଭିତ୍ତିଭୂମି ଉପରେ ମିଜାଇଲ ମାଡ଼ କରିବା ପରଠାରୁ ପାକିସ୍ତାନର ଏହା ହେଉଛି ଭାରତ ଉପରେ ତୃତୀୟ ଦିନର ଡ୍ରୋନ ଆକ୍ରମଣ । ଜବାବରେ ଭାରତ ମଧ୍ୟ ପାକିସ୍ତାନ ଉପରେ ପ୍ରତିଆକ୍ରମଣ କରିଛି । ଭାରତୀୟ ସେନା ପାକିସ୍ତାନର ଟେକ୍ନିକାଲ ୟୁନିଟ୍‌, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ରାଡାର ସ୍ଥଳ ଏବଂ ଗୁଳାବାରୁଦ ଡିପୋ ଭଳି ପ୍ରମୁଖ ସାମରିକ ସହାୟକ କେନ୍ଦ୍ରକୁ ଟାଗେର୍ଟ କରିଛି ।

]]>
https://odishaswara.com/2025/05/10/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%b2%e0%ac%be%e0%ac%97%e0%ac%bf-%e0%ac%ad%e0%ac%be%e0%ac%b0/feed/ 0
ଯୁଦ୍ଧ ବନ୍ଦ କରିବାକୁ ଭାରତ ପାକିସ୍ତାନ ରାଜି: ଡୋନାଲ୍ଡ ଟ୍ରମ୍ପ https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ac%95%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%aa/ https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ac%95%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%aa/#respond Sat, 10 May 2025 14:24:34 +0000 https://odishaswara.com/?p=1353
ୱାଶିଂଟନ: ଭାରତ ଓ ପାକିସ୍ତାନ ତ୍ୱରିତ ଏବଂ ସମ୍ପୂର୍ଣ୍ଣ ଯୁଦ୍ଧବିରତି କରିବା ଲାଗି ରାଜି ହୋଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ କହିଛନ୍ତି । ଟ୍ରମ୍ପ ମିଡ଼ିଆ ଆଣ୍ଡ ଟେକ୍ନୋଲୋଜୀ ଗ୍ରୁପ୍ ଦ୍ୱାରା ପରିଚାଳିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଟ୍ରୁଥ୍‌ସୋସିଆଲ’ରେ ଉଲ୍ଲେଖ କରି ଟ୍ରମ୍ପ ଜଣାଇଛନ୍ତି ଯେ, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତାହା ଏବେ ଯୁଦ୍ଧର ରୂପ ନେଇଛି । ତେବେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଦୀର୍ଘ ରାତ୍ରିକାଳୀନ ଆଲୋଚନାରେ ଦୁଇଦେଶ ଖୁବ୍ ଶୀଘ୍ର ଯୁଦ୍ଧରୁ ଓହରିଯିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି । ଦୁଇଦେଶ ନିଜର ବୁଦ୍ଧିମତା ଓ ସାଧାରଣଜ୍ଞାନକୁ ଉପଯୋଗ କରି ଏପରି ଏକ ନିଷ୍ପତ୍ତି ନେଇଥିବାରୁ ଟ୍ରମ୍ପ ଦୁଇଦେଶକୁ ଧନ୍ୟବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

]]>
https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ac%95%e0%ac%b0%e0%ac%bf%e0%ac%ac%e0%ac%be%e0%ac%95%e0%ad%81-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%aa/feed/ 0
ଯୁଦ୍ଧ ବନ୍ଦ: ୧୨ରେ ହେବ ପରବର୍ତ୍ତୀ ଆଲୋଚନା https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ad%a7%e0%ad%a8%e0%ac%b0%e0%ad%87-%e0%ac%b9%e0%ad%87%e0%ac%ac-%e0%ac%aa%e0%ac%b0%e0%ac%ac%e0%ac%b0%e0%ad%8d/ https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ad%a7%e0%ad%a8%e0%ac%b0%e0%ad%87-%e0%ac%b9%e0%ad%87%e0%ac%ac-%e0%ac%aa%e0%ac%b0%e0%ac%ac%e0%ac%b0%e0%ad%8d/#respond Sat, 10 May 2025 14:21:19 +0000 https://odishaswara.com/?p=1350
ନୂଆଦିଲ୍ଲୀ: ପରିଶେଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ କିଛିଦିନ ପାଇଁ ବିରାମ ଲାଗିଛି । ଆସନ୍ତା ୧୨ ତାରିଖ ପରବର୍ତ୍ତୀ କଥାବାର୍ତ୍ତା ଯାଏ ଉଭୟ ଦେଶ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆଜି ଭାରତୀୟ ସମୟ ଅପରାହ୍ଣ ୩ଟା ବେଳେ ପାକିସ୍ତାନ ଭାରତର ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକଙ୍କୁ ଫୋନ୍ କରିଥିଲା । ଶନିବାର ୫ଟାଠାରୁ ଉଭୟ ଦେଶ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଆକ୍ରମଣକୁ ବନ୍ଦ ରଖିବେ ବୋଲି ରାଜି ହୋଇଛନ୍ତି । ଭାରର ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସୂଚନା କହିଛନ୍ତି, ବୁଝାମଣା କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଦୁଇଦେଶର ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟା ବେଳେ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହେବ । ସେହିଦିନ ଯାଏ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଆମେରିକା ମଧ୍ୟସ୍ଥତାରେ ଉଭୟ ଭାରତ ଏବଂ ପାକିସ୍ତାନ ପରବର୍ତ୍ତୀ ଆଲୋଚନା ନ ହେବା ଯାଏ କେହି କାହାରି ଉପରକୁ ସାମରିକ ଟାର୍ଗେଟ କରିବେ ନାହିଁ । ତେବେ ଆତଙ୍କବାଦକୁ ନେଇ ଭାରତର ଯେଉଁ ଆଭିମ୍ୟୁଖ ରହିଛି ସେଥିରେ ଭାରତ କୌଣସି ପ୍ରକାର ସାଲିସ କରିବ ନାହିଁ । ସବୁପ୍ରକାରର ଆତଙ୍କବାଦ ଏବଂ ତାହାର କାର୍ଯ୍ୟକଳାପ ବିରୋଧରେ ଭାରତ ସବୁବେଳେ କଡ଼ା ଏବଂ ବେସାଲିସ ଆଭିମୁଖ୍ୟ ରଖିଆସିଛି । ଏବଂ ଆଗକୁ ତାହା ମଧ୍ୟ ଜାରି ରହିବ । ଅପରପକ୍ଷରେ, ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦର ଶନିବାର ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗି ହୋଇଥିବା ବୁଝାମଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିଜର ସାର୍ବଭୌମତ୍ୱ କିମ୍ବା କ୍ଷେତ୍ରୀୟ ଅଖଣ୍ଡତା ସହିତ ସାଲିସ ନ କରି ପାକିସ୍ତାନ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ସୂଚନାଯୋଗ୍ୟ, ଏପ୍ରିଲ ୨୨ ଜାମ୍ମୁ ଓ କାଶ୍ମୀର ପହଲଗାମ୍ ଆକ୍ରମଣ ପରେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ସୃଷ୍ଟିହୋଇଥିଲା, ଯାହା ପରେ ଯୁଦ୍ଧର ରୂପ ନେଇଥିଲା । ପ୍ରଥମେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ଆମେରିକା ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିବା ବେଳେ ପରେ ଏହା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଦୁଇଦେଶ ସହିତ ଆଲୋଚନା କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ଲାଗି ଆଗ୍ରହୀ ଅଛନ୍ତି ବୋଲି ତାଙ୍କର ସୋସିଆଲ ମିଡ଼ିଆ ‘ଟ୍ରୁଥ୍ ସୋସିଆଲ’ରେ ସୂଚନା ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ଉଭୟ ଭାରତ ଓ ପାକିସ୍ତାନ ସହିତ ଆମେରିକାର ସାରାରାତି ଆଲୋଚନା ହୋଇଛି । ଉଭୟ ଦେଶ ଯୁଦ୍ଧ ବିରତି ଲାଗି ଆଗ୍ରହୀ ଅଛନ୍ତି । ଏଥିପାଇଁ ଟ୍ରମ୍ପ ମଧ୍ୟ ଉଭୟ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ।

]]>
https://odishaswara.com/2025/05/10/%e0%ac%af%e0%ad%81%e0%ac%a6%e0%ad%8d%e0%ac%a7-%e0%ac%ac%e0%ac%a8%e0%ad%8d%e0%ac%a6-%e0%ad%a7%e0%ad%a8%e0%ac%b0%e0%ad%87-%e0%ac%b9%e0%ad%87%e0%ac%ac-%e0%ac%aa%e0%ac%b0%e0%ac%ac%e0%ac%b0%e0%ad%8d/feed/ 0
ପାକିସ୍ତାନ ମାନିଲା, ଭାରତ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%ae%e0%ac%be%e0%ac%a8%e0%ac%bf%e0%ac%b2%e0%ac%be-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%a1%e0%ad%8d/ https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%ae%e0%ac%be%e0%ac%a8%e0%ac%bf%e0%ac%b2%e0%ac%be-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%a1%e0%ad%8d/#respond Fri, 09 May 2025 14:05:57 +0000 https://odishaswara.com/?p=1348
ଇସଲାମାବାଦ: ଲାହୋର, କରାଚୀ ସମେତ ଭାରତ ଗୁରୁବାର ପାକିସ୍ତାନର ବହୁସ୍ଥାନରେ ସିରିଜ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । ବୁଧବାର ବିଳମ୍ବିତ ରାତିରେ ଭାରତ ପକ୍ଷରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଜୈସ-ଇ-ମହମ୍ମଦ, ଲସ୍କର-ଇ-ତୋଇବା ସମେତ ୯ଟି ଆତଙ୍କବାଦୀ ଭିତ୍ତିଭୂମି ଉପରେ ମିଜାଇଲ ମାଡ଼ କରିବାର ଦିନକ ପରେ ଭାରତ ପୁଣିଥରେ ଏଭଳି ପଦକ୍ଷେପ ନେଇଥବା ପାକିସ୍ତାନ ପକ୍ଷରୁ ଅଭିଯୋଗ କରାଯାଇଛି । ପାକ୍ ମିଲିଟାରି ମୁଖପାତ୍ର ଅହମ୍ମଦ ଶରିଫ୍ ଚୌଧୁରୀ ରାୱଲପିଣ୍ଡିସ୍ଥିତ ସେନା ମୁଖ୍ୟାଳୟରେ କହିଛନ୍ତି ଯେ, ଭାରତ ଲାହୋର, କରାଚୀ ଭଳି ପାକିସ୍ତାନର ଦୁଇଟି ସର୍ବବୃହତ ସହର ସମେତ ଅନେକ ସ୍ଥାନରେ ଡ୍ରୋନ ମାଡ଼ କରିଛି । ସେତିକିନୁହେଁ, ଗୁରୁବାର ରାତିରେ ଭାରତ ପାକିସ୍ତାନର ବହୁ ସ୍ଥାନରେ ଡ୍ରୋନମାଡ଼ କରି ନିଜର ଆକ୍ରମଣାତ୍ମକ ମନୋଭାବର ପରିଚୟ ଦେଇଛି । ଭାରତ ଲାହୋରରେ ଥିବା ମିଲିଟାରୀ ଟାର୍ଗେଟରେ ଡ୍ରୋନ୍ ମାଡ଼ କରିବାରୁ ଏଥିରେ ୪ଜଣ ସୈନ୍ୟ ଆହତ ହୋଇଛନ୍ତି । ପାକିସ୍ତାନ ଏୟାରସ୍ପେଶରେ ଭାରତର ଡ୍ରୋନମାଡ଼ ଜାରି ରହିଛି । ଏଭଳି ନଗ୍ନ ଆକ୍ରମଣ ପାଇଁ ଭାରତକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୌଧୁରୀ କହିଛନ୍ତି ।

]]>
https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8-%e0%ac%ae%e0%ac%be%e0%ac%a8%e0%ac%bf%e0%ac%b2%e0%ac%be-%e0%ac%ad%e0%ac%be%e0%ac%b0%e0%ac%a4-%e0%ac%a1%e0%ad%8d/feed/ 0
ସାଧାରଣ ଲୋକଙ୍କୁ ଢାଲ କରୁଛି ପାକିସ୍ତାନ https://odishaswara.com/2025/05/09/%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%b2%e0%ad%8b%e0%ac%95%e0%ac%99%e0%ad%8d%e0%ac%95%e0%ad%81-%e0%ac%a2%e0%ac%be%e0%ac%b2-%e0%ac%95%e0%ac%b0%e0%ad%81%e0%ac%9b%e0%ac%bf/ https://odishaswara.com/2025/05/09/%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%b2%e0%ad%8b%e0%ac%95%e0%ac%99%e0%ad%8d%e0%ac%95%e0%ad%81-%e0%ac%a2%e0%ac%be%e0%ac%b2-%e0%ac%95%e0%ac%b0%e0%ad%81%e0%ac%9b%e0%ac%bf/#respond Fri, 09 May 2025 14:05:11 +0000 https://odishaswara.com/?p=1345
ନୂଆଦିଲ୍ଲୀ: ଭାରତ ବିରୋଧରେ ଲଢ଼ିବାକୁ ପାକିସ୍ତାନ ସାଧାରଣ ଲୋକଙ୍କୁ ଢାଲ କରୁଛି । ଏହାଦ୍ୱାରା ପାକିସ୍ତାନ ଜାଣିଶୁଣି ସାଧାରଣ ଲୋକଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଉଛି ବୋଲି ଭାରତ ଅଭିଯୋଗ କରିଛି । ମିଡ଼ିଆକୁ ସମ୍ବୋଧିତ କରି ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଯେ, ଗୁରୁବାର ପାକିସ୍ତାନ ଭାରତର ବିଭିନ୍ନ ସାମରିକ ସ୍ଥଳକୁ ଟାର୍ଗେଟ କରି ଡ୍ରୋନ୍ ଓ ମିଜାଇଲ୍ ଆଟାକ କରିଥିଲା । ମାତ୍ର ସେହି ସମୟରେ ଏହା ତା’ର ବେସାମରିକ ବିମାନ ଚଳାଚଳକୁ ବନ୍ଦ କରି ନଥିଲା । ଭାରତର ପାଲଟା ଆକ୍ରମଣକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ଜାଣିଶୁଣି ତା’ର ବାଣିଜ୍ୟିକ ବିମାନଗୁଡ଼ିକୁ ଭାରତ ବିରୋଧରେ ଢାଲ କରିଥିଲା ବୋଲି ସେ କହିଛନ୍ତି ।

]]>
https://odishaswara.com/2025/05/09/%e0%ac%b8%e0%ac%be%e0%ac%a7%e0%ac%be%e0%ac%b0%e0%ac%a3-%e0%ac%b2%e0%ad%8b%e0%ac%95%e0%ac%99%e0%ad%8d%e0%ac%95%e0%ad%81-%e0%ac%a2%e0%ac%be%e0%ac%b2-%e0%ac%95%e0%ac%b0%e0%ad%81%e0%ac%9b%e0%ac%bf/feed/ 0
ବାଉଳି ହେଲେଣି ପାକ୍ ନେତା https://odishaswara.com/2025/05/09/%e0%ac%ac%e0%ac%be%e0%ac%89%e0%ac%b3%e0%ac%bf-%e0%ac%b9%e0%ad%87%e0%ac%b2%e0%ad%87%e0%ac%a3%e0%ac%bf-%e0%ac%aa%e0%ac%be%e0%ac%95%e0%ad%8d-%e0%ac%a8%e0%ad%87%e0%ac%a4%e0%ac%be/ https://odishaswara.com/2025/05/09/%e0%ac%ac%e0%ac%be%e0%ac%89%e0%ac%b3%e0%ac%bf-%e0%ac%b9%e0%ad%87%e0%ac%b2%e0%ad%87%e0%ac%a3%e0%ac%bf-%e0%ac%aa%e0%ac%be%e0%ac%95%e0%ad%8d-%e0%ac%a8%e0%ad%87%e0%ac%a4%e0%ac%be/#respond Fri, 09 May 2025 14:00:28 +0000 https://odishaswara.com/?p=1339
ନୂଆଦିଲ୍ଲୀ: ଗୁରୁବାର ରାତିରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ ପାକିସ୍ତାନ ଉପରେ ପାଲଟା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ସାମରିକ ସ୍ଥଳକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ୍ ଓ ମିଜାଇଲ ଆଟାକ୍ କରିଥିବା ବେଳେ ଜବାବରେ ଭାରତ ମଧ୍ୟ ପାକିସ୍ତାନ ଉପରକୁ ଆଖିବୁଜା ଡ୍ରୋନ୍ ଓ ମିଜାଇଲ ମାଡ କରିଛି । ଭାରତୀୟ ବାୟୁସେନା ଓ ନୌସେନାର ମିଳିତ ଆକ୍ରମଣରେ ପାକିସ୍ତାନ ଥରଥର ହେଇ କମ୍ପୁଥିବା ବେଳେ ଭାରତୀୟ ସେନାବାହିନୀର ପ୍ରଚଣ୍ଡ ସଂହାରକ ରୂପ ପାକିସ୍ତାନର ନେତାମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପାକିସ୍ତାନ ଦ୍ୱାରା ପ୍ରକ୍ଷେପିତ ସମସ୍ତ ଡ୍ରୋନ୍ ଓ ମିଜାଇଲକୁ ଭାରତର ଶୂନ୍ୟରେ ନିଷ୍କ୍ରିୟ କରିଦେଇଥିବା ବେଳେ ଭାରତର କୌଣସି ଗୋଟିଏ ମିଜାଇଲ କିମ୍ବା ଡ୍ରୋନକୁ ପାକିସ୍ତାନ ସେନା ନଷ୍ଟ କରିବା ତ ଦୂରର କଥା ତାହାକୁ ଠାବ କରିବାରେ ମଧ୍ୟ ସଫଳ ହୋଇନାହିଁ । ଫଳରେ କରାଚୀ, ଲାହୋର ଭଳି ସହରରେ ଥିବା ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କୌତୂହଳର ବିଷୟ, ନିଜର ବିଫଳତାକୁ ଘୋଡ଼େଇବାକୁ ଯାଇ ପାକିସ୍ତାନର ନେତାମାନେ ୟାଡୁସ୍ୟାଡୁ ଗପିବା ଆରମ୍ଭ କରିଛନ୍ତି । ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ କହିଛନ୍ତି ଯେ, ଆମେ ଚାହିଁଥିଲେ ଭାରତର ଡ୍ରୋନ୍ ଓ ମିଜାଇଲ ସବୁକୁ ନଷ୍ଟ କରିପାରିଥାନ୍ତୁ । ମାତ୍ର ଆମେ ତାହା କଲୁନି । ଆମେ ଭାରତର ମିଜାଇଲକୁ ନଷ୍ଟ କରିଦେଇଥିଲେ ସେମାନେ ଆମେ ସେନାର ଲୋକେସନ ଜାଣି ଯାଇଥାନ୍ତେ । ତେଣୁ ଆମେ ସେମାନଙ୍କ ଡ୍ରୋନ୍ ଓ ମିଜାଇଲଗୁଡ଼ିକୁ ନଷ୍ଟ କରିବାକୁ ଚାହିଁଲୁ ନାହିଁ ।

]]>
https://odishaswara.com/2025/05/09/%e0%ac%ac%e0%ac%be%e0%ac%89%e0%ac%b3%e0%ac%bf-%e0%ac%b9%e0%ad%87%e0%ac%b2%e0%ad%87%e0%ac%a3%e0%ac%bf-%e0%ac%aa%e0%ac%be%e0%ac%95%e0%ad%8d-%e0%ac%a8%e0%ad%87%e0%ac%a4%e0%ac%be/feed/ 0
ପାକ୍ ମିଜାଇଲ ଓ ଡ୍ରୋନକୁ ଶୂନ୍ୟରେ ନଷ୍ଟ କଲା ଭାରତୀୟ ଡିଫେନ୍ସ ସିଷ୍ଟମ https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ad%8d-%e0%ac%ae%e0%ac%bf%e0%ac%9c%e0%ac%be%e0%ac%87%e0%ac%b2-%e0%ac%93-%e0%ac%a1%e0%ad%8d%e0%ac%b0%e0%ad%8b%e0%ac%a8%e0%ac%95%e0%ad%81-%e0%ac%b6%e0%ad%82%e0%ac%a8/ https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ad%8d-%e0%ac%ae%e0%ac%bf%e0%ac%9c%e0%ac%be%e0%ac%87%e0%ac%b2-%e0%ac%93-%e0%ac%a1%e0%ad%8d%e0%ac%b0%e0%ad%8b%e0%ac%a8%e0%ac%95%e0%ad%81-%e0%ac%b6%e0%ad%82%e0%ac%a8/#respond Fri, 09 May 2025 13:57:12 +0000 https://odishaswara.com/?p=1337
ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଗୁରୁବାର ରାତିରେ ଭାରତର ବିଭିନ୍ନ ସାମରିକ ସ୍ଥଳରେ ଡ୍ରୋନ୍ ଓ ମିଜାଇଲ୍ ଆଟାକ୍ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଜାମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଥିବା ସାମରିକ କେନ୍ଦ୍ରସ୍ଥଳକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆଟାକ୍ କରିଛି । ମାତ୍ର ସେସବୁ ଭାରତ କୌଣସି ଗୋଟିଏ ସ୍ଥାନରେ ବି କ୍ଷୟକ୍ଷତି ଘଟାଇବାରେ ସଫଳ ହୋଇପାରିନାହିଁ । ପାକିସ୍ତାନ ପଠାଇଥିବା ଡ୍ରୋନ୍ ଓ ମିଜାଇଲଗୁଡ଼ି ଭାରତୀୟ ଆକାଶକୁ ସ୍ପର୍ଶ କରିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଭାରତର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍ ସେସବୁକୁ ଠାବ କରିବା ସହିତ ସେହି ଶୂନ୍ୟମାର୍ଗରେ ନିଷ୍କ୍ରିୟ କରିଦେଇଛି । ସୂଚନା ଅନୁଯାୟୀ, ୮ ତାରିଖ ରାତିରେ ପାକିସ୍ତାନ ଭାରତର ୩୦ଟି ସ୍ଥାନକୁ ଟାର୍ଗେଟ କରି ଅତି କମରେ ୬ଶହଟି ଡ୍ରୋନ୍ ଆଟାକ୍ କରିଥିଲା । ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ସେସବୁକୁ ଶୂନ୍ୟରେ ହିଁ ଖୋଜିଖୋଜି ନିଷ୍କ୍ରିୟ କରିଦେଇଥିଲା ।

]]>
https://odishaswara.com/2025/05/09/%e0%ac%aa%e0%ac%be%e0%ac%95%e0%ad%8d-%e0%ac%ae%e0%ac%bf%e0%ac%9c%e0%ac%be%e0%ac%87%e0%ac%b2-%e0%ac%93-%e0%ac%a1%e0%ad%8d%e0%ac%b0%e0%ad%8b%e0%ac%a8%e0%ac%95%e0%ad%81-%e0%ac%b6%e0%ad%82%e0%ac%a8/feed/ 0
ଜୁନରୁ ଦୁବାଇକୁ ଉଡ଼ିବ ବିମାନ https://odishaswara.com/2025/05/08/%e0%ac%9c%e0%ad%81%e0%ac%a8%e0%ac%b0%e0%ad%81-%e0%ac%a6%e0%ad%81%e0%ac%ac%e0%ac%be%e0%ac%87%e0%ac%95%e0%ad%81-%e0%ac%89%e0%ad%9c%e0%ac%bf%e0%ac%ac-%e0%ac%ac%e0%ac%bf%e0%ac%ae%e0%ac%be%e0%ac%a8/ https://odishaswara.com/2025/05/08/%e0%ac%9c%e0%ad%81%e0%ac%a8%e0%ac%b0%e0%ad%81-%e0%ac%a6%e0%ad%81%e0%ac%ac%e0%ac%be%e0%ac%87%e0%ac%95%e0%ad%81-%e0%ac%89%e0%ad%9c%e0%ac%bf%e0%ac%ac-%e0%ac%ac%e0%ac%bf%e0%ac%ae%e0%ac%be%e0%ac%a8/#respond Thu, 08 May 2025 15:45:18 +0000 https://odishaswara.com/?p=1328
ଭୁବନେଶ୍ୱର: ଓଡ଼ିଶାରେ ଆନ୍ତର୍ଜାତିକ ବିମାନ ସେବା କ୍ଷେତ୍ରରେ ଆଉ ଫର୍ଦ୍ଦ ଯୋଡ଼ି ହୋଇଛି । ଆସନ୍ତା ଜୁନରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ ହେବ । ଏହାକୁ କେନ୍ଦ୍ର ସରକାର ବିମାନ ଯୋଜନା ଅନ୍ତର୍ଗତ ଅନୁମୋଦନ ଦେଇଛନ୍ତି । ଏହା ରାଜ୍ୟର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହେବ । ଏହି ବିମାନ ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିମାନ ସେବା ରାଜ୍ୟର ପର୍ଯ୍ୟଟନ, ବ୍ୟବସାୟିକ ବିକାଶ କରିବା ସହିତ ବିଶ୍ୱ ସ୍ତରରେ ବିକଶିତ ଓଡ଼ିଶାର ପଥକୁ ସୁଗମ କରିବ ।

]]>
https://odishaswara.com/2025/05/08/%e0%ac%9c%e0%ad%81%e0%ac%a8%e0%ac%b0%e0%ad%81-%e0%ac%a6%e0%ad%81%e0%ac%ac%e0%ac%be%e0%ac%87%e0%ac%95%e0%ad%81-%e0%ac%89%e0%ad%9c%e0%ac%bf%e0%ac%ac-%e0%ac%ac%e0%ac%bf%e0%ac%ae%e0%ac%be%e0%ac%a8/feed/ 0
ବାତିଲ ହେଇପାରେ ପାକିସ୍ତାନ ସୁପର ଲିଗ୍‌ https://odishaswara.com/2025/05/08/%e0%ac%ac%e0%ac%be%e0%ac%a4%e0%ac%bf%e0%ac%b2-%e0%ac%b9%e0%ad%87%e0%ac%87%e0%ac%aa%e0%ac%be%e0%ac%b0%e0%ad%87-%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8/ https://odishaswara.com/2025/05/08/%e0%ac%ac%e0%ac%be%e0%ac%a4%e0%ac%bf%e0%ac%b2-%e0%ac%b9%e0%ad%87%e0%ac%87%e0%ac%aa%e0%ac%be%e0%ac%b0%e0%ad%87-%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8/#respond Thu, 08 May 2025 15:44:29 +0000 https://odishaswara.com/?p=1326
ଇସଲାମାବାଦ: ଦୁଇଦେଶ ମଧ୍ୟରେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ ପାକିସ୍ତାନ ସୁପର ଲିଗ୍‌-୨୦୨୫ ବାତିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀମାନେ ଧର୍ମପଚାରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଭାରତ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ଭାରତ ବୁଧବାର ବିଳମ୍ବିତ ରାତିରେ ‘ଅପରେସନ ସିନ୍ଦୂର’ ଅଭିଯାନରେ ପାକିସ୍ତାନ ତଥା ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ତାଲିମ ଶିବିରଗୁଡ଼ିକ ଉପରେ ଆକ୍ରମଣ କରିଛି । ଭାରତୀୟ ଯବାନମାନେ ବାହାୱଲପୁର ସ୍ଥିତ ଜୈସ-ଏ-ମହମ୍ମଦ, ମୁରିଦକେ ସ୍ଥିତ ଲସ୍କର-ଇ-ତୋଇବାର ବେସ କ୍ୟାମ୍ପଗୁଡ଼ିକୁ ବିଧ୍ୱସ୍ତ କରିଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପାକିସ୍ତାନ କ୍ରିକେଟ ବୋଡ (ପିସିବି)ର ଅଧିକାରୀମାନେ ଅନ୍ତରୀଣ ମନ୍ତ୍ରଣାଳୟ ସହିତ ପାକିସ୍ତାନ ସୁପର ଲିଗର ଭବିଷ୍ୟତ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବା ଜିଓ ନ୍ୟୁଜ୍ ତା’ର ରିପୋର୍ଟରେ ପ୍ରକାଶ କରିଛି । ସୁପର ଲିଗ୍ ହେବ କି ତାହାକୁ ବାତିଲ କରାଯିବ ଏହି ସାକ୍ଷାତ ପରେ ଜଣାଯିବ ।

]]>
https://odishaswara.com/2025/05/08/%e0%ac%ac%e0%ac%be%e0%ac%a4%e0%ac%bf%e0%ac%b2-%e0%ac%b9%e0%ad%87%e0%ac%87%e0%ac%aa%e0%ac%be%e0%ac%b0%e0%ad%87-%e0%ac%aa%e0%ac%be%e0%ac%95%e0%ac%bf%e0%ac%b8%e0%ad%8d%e0%ac%a4%e0%ac%be%e0%ac%a8/feed/ 0