Uncategorized – ଓଡ଼ିଶା ସ୍ୱର https://odishaswara.com odishaswara.com Thu, 30 Apr 2026 13:33:35 +0000 en-US hourly 1 https://wordpress.org/?v=6.7.5 ତଡା ଖାଇଛନ୍ତି ବିଜୁ ପ୍ରେମୀ https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/ https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/#respond Thu, 30 Apr 2026 13:33:34 +0000 https://odishaswara.com/?p=8976 ଭୁବନେଶ୍ୱର;  ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ  ସହ ଦୀର୍ଘ ବର୍ଷ ଧରି ରହିଥିବା ନେତାମାନେ ଆଉ ବିଜେଡିରେ ନାହାନ୍ତି । ବିଜୁଙ୍କ ଦେହାନ୍ତ ପରେ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ମଧ୍ୟ  କିଛି ବର୍ଷ ପରେ ସେମାନଙ୍କ  ମଧ୍ୟରୁ  ଜଣଙ୍କ ପରେ ଜଣେ ବରିଷ୍ଠ ନେତାଙ୍କୁ କଣ ଠେସା କରିଦିଆଯାଇଛି । ଏପରିକି  ଦଳ ପ୍ରତି ଆନୁଗତ୍ୟ ଥିବା ବିଜୁ ଲିଗାସି ନେତାମାନେ  ପରିବର୍ତ୍ତୀତ ରାଜନୀତିର ଶିକାର ହୋଇ ପ୍ରତ୍ୟକ୍ଷ ରାଜନୀତିରୁ  ଏକ ପ୍ରକାର ବିଦା ହୋଇଯାଇଛନ୍ତି । ରାମକୃଷ୍ଟ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପ୍ରଫୁଲ୍ଲ ସାମଲ, ଲାଲ ବିହାରୀ ହିିମିରିକା, ସୁରେନ୍ଦ୍ର ନାଥ ନାୟକ ଭଳି ନେତାଙ୍କୁ ପର୍ଯ୍ୟାୟ କ୍ରମେ କଣଠେସା କରିଦିଆଯାଇଛି ।  ବାଧ୍ୟ ହୋଇ ରାମକୃଷ୍ଣ ବିଜେଡିରୁ ଇସ୍ତଫା ଦେଇ ଥିଲେ ।  ବିଜେଡି ରାମକୃଷ୍ଣଙ୍କ  ଝିଅ  ଅନୀତା ପ୍ରିୟ ଦର୍ଶିନୀଙ୍କୁ ନିଜ ସାଙ୍ଗରେ ରଖି ପାରିଲା ନାହିଁ । ସେ ଏବେ ବିଜେଡି ପାଇଁ କଣ୍ଟା ହୋଇଛନ୍ତି । କେବଳ ସେ ନୁହଁନ୍ତି ସୁର ନାୟକଙ୍କ  ଭଳି ନେତା ମଧ୍ୟ  ନବୀନଙ୍କ ହାତାଦରର ଶିକାର ହୋଇଛନ୍ତି ।  ତାଙ୍କ ଠାରୁ ତାଙ୍କ ନିର୍ବାଚନ ମଣ୍ଡଳୀ ଛଡାଇ ନିଆଯାଇଛି । ହେଲେ ସେ ଦଳ ବିରୋଧରେ ପଦୁଟିଏ ମଧ୍ୟ କହି ନାହାନ୍ତି । ହେଲେ ତାଙ୍କୁ  ବିଜେଡି କୌଣସି ପଦ ପଦବୀରେ ଥଇଥାନ କଲା ନାହିଁ କିମ୍ବା ତାଙ୍କ ପୁଅକୁ ଗୁରୁତ୍ୱ ଦେଲା ନାହିଁ । ସେହିପରି ବିଜୁ ପ୍ରେମୀ ଦାମୋଦର ରାଉତଙ୍କୁ ମଧ୍ୟ ନବୀନ ହତାଦର କରିଛନ୍ତି । ତାଙ୍କୁ ମନ୍ତ୍ରୀ ପଦବୀରୁ ବିଦା କରିବା ପରେ ସେ ଭାଜପାରେ ଯୋଗ  ଦେଇଥିଲେ । ହେଲେ ସେ ନିଜକୁ ଭାଜପାରେ ଖାପ ଖୁଆଇ ପାରିଲେ ନାହିଁ । ପୁଣି ବିଜେଡିକୁ ଫେରିଥିଲେ ମଧ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଦାମଙ୍କୁ ବିଜେଡି ଯେତିକି ସମ୍ମାନ ଦେବା କଥା ଦେଲା ନାହିଁ । ତାଙ୍କ ପୁଅକୁ ଟିକେଟ ଦେଇଥଲେ ମଧ୍ୟ ଦାମଙ୍କୁ ଏକ ପ୍ରକାର ଅଣଦେଖା କରାଯାଇଛି ।  ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ରାଜନୈତିକ କ୍ୟାରିୟରକୁ ମଧ୍ୟ ଶେଷ କରି ଦିଆଗଲା । ଯଦିଓ ତାଙ୍କ ପୁଅ ଡ୍ୟାନି ଘଡାଇଙ୍କୁ ବିଜେଡି ଟିକେଟ ଦେଲା ତେବେ ପ୍ରଫୁଲ୍ଲ ଆଉ ପ୍ରତ୍ୟକ୍ଷ ରାଜନୀତିକୁ ଫେରି ପାରିଲେ ନାହିଁ ।  ସେହିପରି ଯୋଗେନ୍ଦ୍ର ବେହେରା, ନଳୀନି ମହାନ୍ତି, ଡାକ୍ତର କମଳା ଦାସ, ଅମର ଶତପଥି, ପ୍ରଭାତ ତ୍ରିପାଠୀ, ଦିଲ୍ଲୀପ ରାୟ ଭଳି ନେତାଙ୍କୁ ନବୀନ ଯେତେବେଳେ ଯାହା ଦରକାର ବ୍ୟବହାର କରିଛନ୍ତି ଓ ଡଷ୍ଟବିନକୁ ଫିଙ୍ଗି  ଦେଇଛନ୍ତି । 

ଅନ୍ୟ ପକ୍ଷରେ ଇମ୍ପୋର୍ଟ(ଆମଦାନୀ) ନେତାଙ୍କ ପାଦୁଭାର୍ବ ବିଜେଡିରେ ବଢି ଚାଲିଛି । ଯାହାର କୁ ପରିଣାମ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭୋଗିବାକୁ ପଡୁଛି । ଦଳ୍ ପ୍ରତି ତିଳେମାତ୍ର ଆନୁଗତ୍ୟ ନ ଥିବା ସେହି ସୁବିଧାବାଦୀ ଇମ୍ପୋଟେର୍ଡ ନେତାମ।ନେ ବିଜେଡିକୁ ବୁଡାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଦଳ ଡେଇଁ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ତେବେ ଦଳରୁ ଅଲୋଡା କରାଯାଇଥିବା ବଜୁ ଆନଗୁତ୍ୟମାନେ ଏବେ ବିଜେଡି ଉପରେ ଭାରି ପଡିଛନ୍ତି ।  ବିଜେଡି ଗଠନ ହେବା ପ ରଠାରୁ ଏବେ ଯାଏ ୨୯ ବର୍ଷ  ଧରି ସେହି ନେତାମାନଙ୍କୁ  ଗୌଣ କରାଯାଇଥିବା ବେଳେ  ଆମଦାନୀ ନେତାଙ୍କୁ  ନବୀନ ମୁଣ୍ଡରେ ବସାଇଲେ । ଦଳ ପ୍ରତି ତିଳେ ମାତ୍ର ଆନୁଗତ୍ୟ ନ ଥିବା ନେତା ସସ୍ମିତ ପାତ୍ର, ପ୍ରମିଳା ବିଶୋଇ, ସୁଜିତ କୁମାର, ମମତା ମହାନ୍ତ, ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର , ସୁଲତା ଦେଓ ଭଳି ନେତା ବିଜେଡିରେ ଯୋଗ ଦେଲେ ଓ ରାତାରାତି ଷ୍ଟାର ବନିଗଲେ ।  ସେମାନଙ୍କ ମଧ୍ୟରୁ ଅନେକ ବିଜେଡିକୁ ଛାଡି ଅନ୍ୟ ଦଳକୁ ଚାଲି ଯାଇଛନ୍ତି । ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ, ସୁଜିତ କୁମାର, ଅମର ପଟ୍ଟନାୟକ ଭଳି ନେତା ଗତ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଗୋଇଠା ମାରି ଚାଲି ଯାଇଛନ୍ତି । ତେବେ ଆଉ କିଛି ଇମ୍ପୋଟେଡ ନେତା ଅଛନ୍ତି ଯେକି ପଦ୍ମପୋଖରୀରେ ପହଁରିବା ପାଇଁ ସୁଯୋଗକୁ ଅପେକ୍ଷା କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେଡିକୁ ଚଳାଉଥିବା ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯିଏ ଭଲ ଲାଗିଲା ସେମାନେ ତାଙ୍କୁ ଟିକେଟ ଦେଲେ ।

ବରିଷ୍ଠ ନେତାମାନଙ୍କୁ ହତାଦର କରିବା ବିଜେଡି ପାଇଁ ଆଜି ମହଙ୍ଗା ସାବ୍ୟସ୍ତ ହୋଇଛି । ପ୍ରଭାତ ତ୍ରିପାଠୀ, ଭତୃହରୀ ମହାତାବ, ପ୍ରଭାତ ବିଶ୍ୱାଳ, ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ଅକାଶଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର ଭଳି  ନେତା ଯେଉଁମାନେ ଦଳୀୟ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କଲେ ସେମାନଙ୍କୁ ଦଳରୁ ବିଦା କରି ଦିଆଗଲା । ଯେଉଁ ବିଜୁ ବାବୁଙ୍କ ନାମରେ ବିଜେଡି ଗଠନ ହୋଇଥିଲା ଦେଖିବାକୁ ଗଲେ କାଁଭାଁ ଦୁଇ ଚାରିଜଣଙ୍କୁ ଛାଡି ଦେଲେ ପ୍ରକୃତ ବିଜୁ ପ୍ରେମୀ ଆଉ ବିଜେଡିରେ ନାହାନ୍ତି । ଗତ ନିର୍ବାଚନରେ ଦଳ ହାରିବା ପରେ ଏବେ ବିଜୁ ପ୍ରେମୀ ନେତାଙ୍କ ଅବର୍ତ୍ତମାନ ବିଜେଡିରେ ଅନୁଭୁତ ହେଉଛି । ତେବେ ସେମାନଙ୍କୁ ପୁଣି ଏକାଠି କରିବା ଏବେ ନବୀନଙ୍କ ପାଇଁ ସହଜ ନୁହେଁ ବୋଲି ରାଜନୀତି ବିଶାରଦଙ୍କ ମତ ଦେଉଛନ୍ତି  ।

]]>
https://odishaswara.com/2026/04/30/%e0%ac%a4%e0%ac%a1%e0%ac%be-%e0%ac%96%e0%ac%be%e0%ac%87%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%ac%e0%ac%bf%e0%ac%9c%e0%ad%81-%e0%ac%aa%e0%ad%8d%e0%ac%b0%e0%ad%87%e0%ac%ae%e0%ad%80/feed/ 0
https://odishaswara.com/2026/04/20/8973/ https://odishaswara.com/2026/04/20/8973/#respond Mon, 20 Apr 2026 14:33:22 +0000 https://odishaswara.com/?p=8973 ନେତାଙ୍କ ପାଇଁ ଦ୍ୱନ୍ଦରେ ବିଜେଡି , କଂଗ୍ରେସ କର୍ମୀ

ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସରେ ନିଜ ନିଜ ନେତାଙ୍କ ଆଭିମୁଖ୍ୟକୁ
ନେଇ କର୍ମୀମାନେ ଦ୍ୱନ୍ଦରେ ପଡିଛନ୍ତି। ରାଜ୍ୟ ସଭା ଭୋଟର
ବର୍ମୀଙ୍କ ମଧ୍ୟରେ ହତାଶା ଭାବ ପରିଲକ୍ଷିତ ହୋଇଛି। ଅବସ୍ଥା ଏଭଳି ହୋଇଛି ଯେ କର୍ମୀମାନେ କାହାକୁ ବିରୋଧ କରିବେ ଓ କାହା ସହ ରହିବେ, ତାହା ଜାଣିପାରୁନାହାନ୍ତି।
ଗତ ରାଜ୍ୟସଭା ନିର୍ବାଚନ ପରଠାରୁ ରାଜ୍ୟ ରାଜନୀତିରେ ଏଭଳି ଖେଳ ଚାଲିଛି।
ଗତ ୨୪ ବର୍ଷ ଧରି ଏହି ଦୁଇ ବିରୋଧୀ ଦଳ ପରସ୍ପରର କଟର ବିରୋଧୀ ଥିବା ବେଳେ ଏବେ ପରସ୍ପରର ମିତ ବସିଥିବାରୁ କର୍ମୀମାନେ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଭଳି କାର୍ଯ୍ୟରେ
ଅସନ୍ତୋଷ ପ୍ରକଟ କରି ଦଳୀୟ ବିଧାୟକମାନେ କ୍ରସ ଭୋଟିଂ ଜରିଆରେ ଜବାବ ଦେଇଥିବା
ବେଳେ କର୍ମୀମାନେ ଅକଳରେ ପଡ଼ିଛନ୍ତି।
ତେବେ ସ୍ଥିତି ରକ୍ଷା ପାଇଁ ଉଭୟ ଦଳ କିଛି କାମଚଳା ନେତାଙ୍କୁ ନେଇ ଘନ ଘନ ସାମ୍ବାଦିକ ସମ୍ମିଳନୀ କରୁଥିବା ଦେଖିବାକୁ ମିଳୁଛି। ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଚରଣ ଦାସ ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସରେ ଏକ ପ୍ରକାର ନିଆଁ କୁହୁଳୁଛି। ଯେଉଁଥିପାଇଁ
ଦଳର ୩ ଜଣ ବିଧାୟକ ରାଜ୍ୟସଭା
ନିର୍ବାଚକ୍ରସ ଭୋଟିଂ କରି ଏଭଳି ବୁଝାମଣାକୁ ବିରୋଧ
କରିଥିଲେ। କେବଳ ଏହି ତିନି ଜଣ ବିଧାୟକ ନୁହନ୍ତି, ୨୪ ବର୍ଷ ଧରି
ବିଜେଡି ବିରୋଧରେ ଲଢୁଥିବା ଦଳର ତଳ ସ୍ତରର ନେତା ଓ
କର୍ମୀମାନେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରେ
ବିଜେଡିକୁ ବାଟ ଛାଡ଼ିହେବ ନାହିଁ ବୋଲି ଜିଲ୍ଲାର ନେତାମାନେ ଖୋଲାଖୋଲି କହିବା ଆରମ୍ଭ କଲେଣି।
ସେହିଭଳି କଂଗ୍ରେସ ସହ ମେଣ୍ଟକୁ ବିରୋଧ
କରି ବିଜେଡିର ଅସନ୍ତୁଷ୍ଟ ବିଧାୟକମାନେ
କେବଳ କ୍ରସ ଭୋଟିଂ କରିନାହାନ୍ତି, ବିଜେଡିକୁ
ଟକ୍କର ଦେବା ପାଇଁ ନାଗରିକ ମଞ୍ଚରେ
ଏକ ପ୍ରକାର ଯୋଡ଼ିହୋଇ ଯାଇଛନ୍ତି। ତେବେ ସେମାନଙ୍କ ବିରୋଧକୁ ଖାତିର ନ କରି ବିଜେଡିର ରାଜ୍ୟସଭା ନେତା ମାନସ ମଙ୍ଗରାଜ ସିଧାସଳଖ ଇଣ୍ଡି ମେଣ୍ଟ
ନେତାଙ୍କ ବୈଠକରେ ଯୋଗ ଦେଇଛନ୍ତି। ଯଦିଓ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି
କିଛି କହି ପାରୁନାହାନ୍ତି, କିନ୍ତୁ ଏହାକୁ ଅନେକ ସହଜରେ ବି ଗ୍ରହଣ କରିପାରୁନାହାନ୍ତି।
କଂଗ୍ରେସ ସହ କାନ୍ଧରେ କାନ୍ଧ ମିଳାଇ କେତେ ଜଣ ବିଜେଡି ନେତା ଚାଲିବେ ତାହା
ଦେଖିବାକୁ ବାକି ରହିଲା ବୋଲି କର୍ମୀମାନେ କହିଲେଣି। ଦୁଇ ବିରୋଧୀ ଦଳରେ
ଏଭଳି ସ୍ଥିତି କିନ୍ତୁ ଶାସକ ଭାଜପକୁବେଶ୍ ସୁହାଇଛି। ଜାତୀୟ ସ୍ତରରେକଂଗ୍ରେସ ଭାଜପାକୁ
ଜୋରଦାର ବିରୋଧ କରୁଥିବା ବେଳେ ଓଡ଼ିଶାରେ କିନ୍ତୁ ବିରୋଧ ପାଇଁ ଦଳର ବଳ ପାଉ ନାହିଁ। ସେହି ଭଳି ବିଜେଡି ନେତାମାନେ ମଧ୍ୟ କେବଳ ସାମ୍ବାଦିକ
ସମ୍ମିଳନୀରେ ସରକାରଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ଦୁଇ ବିରୋଧୀ ଦଳ ଦୈନିକ ଏକାଧିକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଏଥିପାଇଁ ଏମାନଙ୍କୁ ଆଗଧାଡ଼ିର ନେତା ମିଳୁନ ଥିବା ଲକ୍ଷ୍ୟ କରାଯାଉଛି। ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଯିବା ପାଇଁ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବା ବେଳେ କର୍ମୀମାନେ କିନ୍ତୁ କେହି କାହାର ହାତ ଧରିବାକୁ ରାଜି ନାହାନ୍ତି। ଏଭଳି ସ୍ଥିତିରେ ଦୁଇ ଦଳ କିଭଳି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଲଢ଼ିବେ ଏବଂ ଡବଲ ଇଞ୍ଜିନ ସରକାରକୁ ଟକ୍କର
ଦେବେ, ତାହାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।

]]>
https://odishaswara.com/2026/04/20/8973/feed/ 0
ଆସୁଛନ୍ତି ଶାହା: ଚତୁର୍ଥ ଆସନ ପାଇଁ ହୋଇ ପାରେ ଡିଲ୍‌ https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/ https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/#respond Mon, 23 Feb 2026 10:12:31 +0000 https://odishaswara.com/?p=8939
ଭୁବନେଶ୍ୱର : ମାର୍ଚ୍ଚ ୧୬ ତାରିଖରେ ରାଜ୍ୟ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ କମିଶନ ଏ ନେଇ ଗତ ବୁଧବାର ତାରିଖ ଘୋଷଣା କରି ସାରିଛନ୍ତି । ଏବେ ରାଜ୍ୟର ୩ ପ୍ରମୁଖ ରାଜନୈତି ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ କରିବା ନେଇ କସରତ କରୁଛନ୍ତି । ଓଡିଶାର ୪ଟି ଆସନ ପାଇଁ ଭୋଟ ହେବ । ୨ଟି ଆସନ ଭାଜପା ଖାତାକୁ ଯିବା ବେଳେ ଗୋଟିଏ ଆସନ ବିଜେଡି ଅକ୍ତିଆର କରିବ । ତେବେ ୪ର୍ଥ ଆସନ ପାଇଁ ୩ ଦଳ ମଧ୍ୟରେ ସସପେନ୍ସ ଜାରି ରହିଛି । କଂଗ୍ରେସ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିବା ବେଳେ ବିଜେଡି ଏ ନେଇ ମୁହଁ ଖୋଲୁ ନାହିଁ । ଅନ୍ୟ ପଟେ ଭାଜପା ୩ଟି ଯାକ ଆସନ ନେବ ବୋଲି ଦମ୍ଭ ଦେଖାଉଛି । ଏଭଳି ସ୍ଥିତିରେ ଆସନ୍ତା ୭ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମୀତ ଶାହାଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ଅମିତ ଶାହା ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସୁଛନ୍ତି । କଟକ ମୁଣ୍ଡଳୀସ୍ଥିତ ସିଆରପିଏଫ କ୍ୟାମ୍ପସ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବେ । ଏହାଛଡା ମାଓମୁକ୍ତ ଓଡିଶା ପାଇଁ ସିଆରପିଏଫ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଦଳୀୟ ନେତାମାନଙ୍କ ସହ ରାଜ୍ୟର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଆଗୁଆ ସୂଚନା ଦିଆଯାଇଛି । ତେବେ ଶାହା ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ଗୋଟି ଚଳାଇବାକୁ ଆସୁଛନ୍ତି । ଶୁଣିବାକୁ ମିଳୁଛି ଯେ ଶାହାଙ୍କ ଗସ୍ତ ସମୟରେ ଚତୁର୍ଥ ଆସନ ପାଇଁ ବିଜେଡି ସହ ବୁଝାମଣା ହୋଇ ପାରେ । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ମାର୍ଚ୍ଚ ୯ ତାରିଖ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ଚତୁର୍ଥ ଆସନ ପାଇଁ ବିଜେଡି ସହ ଡିଲ କରିବେ ଶାହା । କୌଣସି ପରିସ୍ଥିତିରେ କଂଗ୍ରେସକୁ ବିଧାନସଭା ଆସନ ପାଇଁ ଗୋଟି ଚଳାଇବାକୁ ସୁଯୋଗ ନ ଦେବାକୁ ଶାହା ଯୋଜନା କରିଥିବା କୁହାଯାଉଛି । ଅନ୍ୟ ପକ୍ଷରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଯେପରି ଚାଲିଛି ନବୀନ ପଟ୍ଟନାୟକ ନିଜର ଦଳର ବିଧାୟକଙ୍କୁ ନିୟମନ୍ତ୍ରଣ କରିବା ସ୍ଥିତିରେ ନାହାନ୍ତି । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ବଜେଡିରୁ ନିଲମ୍ବିତ କରିବା ପରେ ବିଜେଡିରେ ସବୁକିଛି ଠିକ ଅଛି ବୋଲି କୁହା ନ ଯାଇ ପାରେ । ଏପରି ସ୍ଥଳେ ନବୀନ ମଧ୍ୟ ଚତୁର୍ଥ ଆସନ ପାଇଁ ଶାହାଙ୍କ ସହ ଡିଲ କରିବାକୁ ଆଗ୍ରହୀ ଥିବା କୁହାଯାଉଛି । ଡିଲ ହୋଇଗଲେ ବିଜେଡିର ଭୋଟ ବିଭାଜନ ଭଳି ଆଶଙ୍କାରୁ ନବୀନ ମୁକ୍ତି ପାଇଯିବେ । ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ଦେବା ନେଇ ନବୀନଙ୍କ ପାଇଁ ଆଉ ସମସ୍ୟା ରହିବ ନାହିଁ ଏବଂ ଦଳ ଏକ ନିଶ୍ଚିତ ବିଭାଜନରୁ ରକ୍ଷା ପାଇ ଯିବ । ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଯଦି ଭାଜପା ୩ଟି ଆସନ ପାଇଁ ପ୍ରାର୍ଥୀ ଦେବାକୁ ଘୋଷଣା କରେ ଏବଂ ନବୀନ ଚତୁର୍ଥ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିବେ ତେବେ କଂଗ୍ରେସ ପ୍ରାର୍ଥୀ ଦେଉ କି ନ ଦେଉ କିଛି ଫରକ ପଡିବ ନାହିଁ । ଯେଉଁ ବିଜେଡି ବିଧାୟକ ନିଜର ଭିତିରି ସମ୍ପର୍କ ରଖି ଭାଜପା କିମ୍ବା କଂଗ୍ରେସ ସପକ୍ଷରେ ଭୋଟ ଦେବାକୁ ଯୋଜନା କରିଥିବେ ତାହା ମଧ୍ୟ ଫସର ଫାଟିଯିବ । ଏଭଳି ଏକ ବଡ ଧମାକା କରିବାକୁ ନବୀନ ଚାହୁଁଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ଦୁଇ ଦିନ ପୂର୍ବରୁ ଅମୀତ ଶାହାଙ୍କ ଓଡିଶା ଗସ୍ତ ବିଜେଡି ଓ ଭାଜପା ଶିବିରକୁ ଚଳ ଚଞ୍ଚଳ କରିଛି । ଏଠରେ ସୂଚନା ଦିଆଯାଇ ପାରେ ଯେ ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ୨୦୨୩ ଅଗଷ୍ଟ ୫ ତାରିଖରେ ଶାହା ଓଡିଶା ଗସ୍ତରେ ଆସିଥିଲେ । ସେତେବେଳେ ଓଡିଶାରେ କୌଣସି ଦଳୀୟ କାର୍ଯ୍ୟକ୍ରମ ନ ଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ ସମ୍ପର୍କୀତ ଏକ କାର୍ଯ୍ୟକ୍ରମରେ ଶାହା ଲୋକସେବା ଭବନରେ ଯୋଗ ଦେଇଥିଲେ । ଏହା ପରେ ସେ ସିଧା ଏକ ତାରକା ହେଟେଲକୁ ଯାଇ ଭି. କାର୍ତ୍ତୀକେୟନ ପାଣ୍ଡିଆନ ସହ ଚାପେ ଚର୍ଚ୍ଚା କରିଥିଲେ । ସେତେବେଳେ ଆଗୁଆ ବିଧାନସଭା ଭଙ୍ଗ କରିବାକୁ ନବୀନ ଯୋଜନା କରିଥିଲେ । ମାତ୍ର ଦେଶର ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଭାଜପା ପାଇଁ ଅନୁକୂଳ ନ ଥିବାରୁ ସେ ଯୋଜନାକୁ ଶାହା ପଣ୍ଡ କରି ଦେଇଥିଲେ । ବିଜେଡି ସହ ଭାଜପା ମେଣ୍ଟ କରି ୨୦୨୪ ସାଧାରଣ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ଜୋର ଧରିଲା । ସେଥିପାଇଁ ପାଣ୍ଡିଆନ ମଧ୍ୟ ବାରମ୍ବାର ଦିଲ୍ଲୀ ଗସ୍ତ କଲେ । ଅମୀତ ଶାହାଙ୍କୁ ସାକ୍ଷାତ କଲେ । ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଜେଡି- ଭାଜପା ମେଣ୍ଟାକୁ ନେଇ ଚର୍ଚ୍ଚା ଜୋର ଧରିଲା । ବିଜେଡିକୁ ଶାହା ଏମତି ଝୁଲାଇ ରଖିଲେ ନବୀନ କିମ୍ବା ପାଣ୍ଡିଆନ ଏହାର କୌଣସି ଟେର ପାଇ ନ ଥିଲେ । ଶେଷରେ ଭାଜପା ଓଡିଶାରେ ଏକାକୀ ଲଢି ବିଜେଡିକୁ ହଟାଇବାରେ ସଫଳ ହେଲା । ଅମିତ ଶାହାଙ୍କ ଆସନ୍ତା ଗସ୍ତ ଯେ ବିଧାନସଭା ଆସନ ବୁଝାମଣା ନେଇ ତାହା ପୂର୍ବରୁ ଓଡିଶା ପ୍ରଭାରୀ ବିଜୟ ସିଂପାଲ ତୋମାର ପରୋକ୍ଷ ସୂଚନା ଦେଇ ସାରିଛନ୍ତି ଏବଂ ୩ଟି ଆସନ ଭାଜପା ନେବ ବୋଲି ଦମ୍ଭର ସହ କହିଛନ୍ତି । ଏବେ ଶାହାଙ୍କ ଗସ୍ତ ଉପରେ ସଭିଙ୍କ ନଜର ।

]]>
https://odishaswara.com/2026/02/23/%e0%ac%86%e0%ac%b8%e0%ad%81%e0%ac%9b%e0%ac%a8%e0%ad%8d%e0%ac%a4%e0%ac%bf-%e0%ac%b6%e0%ac%be%e0%ac%b9%e0%ac%be-%e0%ac%9a%e0%ac%a4%e0%ad%81%e0%ac%b0%e0%ad%8d%e0%ac%a5-%e0%ac%86%e0%ac%b8%e0%ac%a8/feed/ 0
ପର୍ଯ୍ୟଟନ ଭିତିଭୁମି ପାଇଁ ଗଠନ ହେବ ଲ୍ୟାଣ୍ଡ ବ୍ୟାଙ୍କ https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/ https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/#respond Sat, 21 Feb 2026 07:35:09 +0000 https://odishaswara.com/?p=8937
ଭୁବନେଶ୍ୱର: ବିକଶିତ ଓଡିଶା ଭିଜନ-୨୦୩୬ ଏବଂ ୨୦୪୭କୁ ଦୃଷ୍ଟିରେ ରଖି ପର୍ଯ୍ୟଟନ କ୍ଷେତ୍ରରେ ଭିତିଭୁମିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ନାମରେ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ୨୦୪୭ ସୁଦ୍ଧା ରାଜ୍ୟକୁ ୫କୋଟିରୁ ଅଧିକ ଘରୋଇ ଏବଂ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସହ ୨୫ ହଜାର ହୋଟେଲ ରୁମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୨୦୨୬-୨୭ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟୟ ବାରାଦ କରାଯାଇଛି ।

]]>
https://odishaswara.com/2026/02/21/%e0%ac%aa%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%9f%e0%ac%a8-%e0%ac%ad%e0%ac%bf%e0%ac%a4%e0%ac%bf%e0%ac%ad%e0%ad%81%e0%ac%ae%e0%ac%bf-%e0%ac%aa%e0%ac%be%e0%ac%87%e0%ac%81-%e0%ac%97/feed/ 0
ଧାନ କିଣାରେ ବାଟ ଓଗାଳିଛି ଭିଟାମିନ ଚାଉଳ https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/ https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/#respond Tue, 17 Feb 2026 08:47:48 +0000 https://odishaswara.com/?p=8932
– ଗତ କିଛି ମାସ ହେବ ରାଜ୍ୟରେ ଧାନ କିଣାକୁ ସମଗ୍ର ରାଜ୍ୟରେ ଚଷୀ ଅସନ୍ତୋଷ ଦେଖା ଦେଇଛି । ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି ।  ମିଲରମାନେ ଧାନ ଉଠାଇବାକୁ ରାଜି ହେଉ ନାହାନ୍ତି ।   ଧାନ  ସଂଗ୍ରହ ବିଳମ୍ବ ପାଇଁ  ରାଜ୍ୟ ସରକାରଙ୍କ ତଣ୍ଟିରେ ଭିଟାମିନ ଚାଉଳ କଣ୍ଟା ହୋଇ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ମିଲରମାନଙ୍କ ଖୋଲା ବଜାରରୁ ସିଧା ସଳଖ  ଭିଟାମିନ ଚାଉଳ  କିଣାକୁ ନେଇ ବିବାଦ ଦେଖା ଦେଇଛି ।  ରାଜ୍ୟ ସରକାର ମିଲରମାନଙ୍କୁ ଆଉ ପୂର୍ବଭଳି ଖୋଲା ବଜାରରୁ କିଣିବାକୁ ମନା କରି ଦେଇଛନ୍ତି । ଏହାକୁ ନେଇ ମିଲର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ହୋଇଛି ।   ଭିଟାମିନ ଚାଉଳ ମିଶି ନ ପାରିବାରୁ  ମିଲରମାନେ ସଂଗୃହୀତ  ଚାଉଳକୁ ମିଲ ବାହାରକୁ ପଠାଇ ପାରୁ ନାହାନ୍ତି । ଏଥିଯୋଗ ଧାନ ପେଷା ହୋଇ ପାରୁ ନାହିଁ କି ମିଲରମାନେ ଚାଷୀଙ୍କ ଠାରୁ ଧାନ ଉଠାଉ ନାହାନ୍ତି । ଫଳରେ ସମଗ୍ର ର ।ଜ୍ୟରେ ଧାନ କିଣାକୁ ନେଇ ଏକ ଅଚଳାବସ୍ଥା ଦେଖା ଦେଇଛି । ଏହି ଅଚଳାବସ୍ଥା ଦୂର କରିବାକୁ ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ବୁଝାମଣା ହୋଇ ପାରୁ ନାହିଁ ।
ଜଣେ ମିଲରଙ୍କ କହିବା କଥା ହେଲା ଯେ ବିଜେଡି ସରକାର ଅମଳରେ ମିଲରମାନେ ଧାନରୁ ଚାଉଳ ବାହାର କରିବା ସହ ସେଥିରେ ଭିଟାମିନ ଚାଉଳ ମିଶାଇ ବାହାରକୁ ଛାଡୁଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ନିୟମ ଅନୁଯାୟୀ ଅପପୁଷ୍ଟି ଦୂର କରିବା ପାଇଁ  ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ଦିଆଯାଉଥିବା  ଚାଉଳରେ ଭିଟାମିନ ଚାଉଳ ମିଶାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ସେହି ଆଧାରରେ ଗୋଟିଏ କୁଇଣ୍ଟାଲ ଚାଉଳରେ ୧ କିଲୋ ଭିଟାମିନ ଯୁକ୍ତ ଚାଉଳ ମିଶାଯାଉଛି ।  ଭିଟାମିନ ଚାଉଳକୁ ମିଲରମାନେ ଖୋଲା ବଜାରରୁ ଘରୋଇ କମ୍ପାନୀ ଠାର ୁ କିଣି  ମିଶାଇଥାଆନ୍ତି । ଏବାବଦ ଅର୍ଥ ମିଲରମାନେ ରାଜ୍ୟ ଯୋଗାଣ ନିଗମରୁ ନେଇଥାଆନ୍ତି । ତେବେ ମିଲରମାନଙ୍କ ସିଧାସଳଖ ଭିଟାମିନ ଚାଉଳ କିଣା ଉପରେ ଏବେ ଅଘୋଷିତ କଟକଣା ଜାରି କରାଯାଇଛି । ଫଳରେ ସେମାନେ ଆଉ ଖୋଲାବଜାରରୁ ଭିଟାମିନ ଚାଉଳ କିଣି ପାରୁ ନାହାନ୍ତି କିମ୍ବା ସେମାନଙ୍କ ପାଖରେ ଗଛିତ ଚାଉଳ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ଦେଇ ପାରୁ ନାହାନ୍ତି । ଗତ ରବି ଋତୁରେ ଆଦାୟ ହୋଇଥିବା ଚାଉଳକୁ ମିଲ ବାହାରକୁ ଛାଡି ପାରୁ ନାହାନ୍ତି । ମିଲରୁ ଚାଉଳ ଯାଉ ନ ଥିବାରୁ ଚଳିତ ଖରିଫରେ ଯେଉଁ ଧାନ ସଂଗ୍ରହ ହେଉଛି ତାକୁ ରଖବାକୁ ସ୍ଥାନର ଘୋର ଅଭାବ ଦେଖା ଦେଇଛି । ଫଳରେ ମିଲରମାନେ ଆଉ ଜିଲାଗୁଡିକରୁ ଧାନ ଉଠାଉ ନାହାନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ପ୍ରାଥମିକ ସମବାୟ ସମିତିରେ ଧାନ ଧରି ବସିଥିବା ଚାଷୀ ହାତାଶ ହେଲେଣି । ବହୁ ଚାଷୀଙ୍କର ଟୋକନ ଅବଧି ମଧ୍ୟ ଶେଷ ହେବାକୁ ବସିଲାଣି । ଧାର୍ଯ୍ୟ ସମୟରେ ଧାନ ବିକି ପାରିବେ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଲାଣି । କେବଳ ସେତିକି ନୁହେଁ, ଧାନର କଟନୀ ଛଟନୀ ଯୋଗୁ ମଧ୍ୟ ଚାଷୀ ହଇରାଣ ହେଉଛନ୍ତି । ଧାନ ବିକ୍ରିି ହେଉ ନ ଥିବାରୁ ଚାଷ ପାଇଁ ଧାର କରଜ କରିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରିକି କେତେକ ଚାଷୀ ଅଭାବୀ ଧାନ ବିକ୍ରିିର ସମ୍ମୁଖୀନ ହେଉଛନ୍ତି । ଅଦରଦରରେ ଘରୋଇ ବ୍ୟବସାୟୀଙ୍କୁ ବିକବିବାକୁ ବାଧ୍ୟ ହେଉଛନ୍ତି ।
ଅନ୍ୟ ପକ୍ଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଧାନ କିଣା ଠିକ ଚାଲିଛି । ଭିଟାମିନ ଚାଉଳ କିଣିବା ପାଇଁ ସରକାର ଟେଣ୍ଡର ଡାକିଛନ୍ତି । ଖୁବଶୀଘ୍ର ଚାଉଳ ମିଲରମାନଙ୍କୁ ମିଳିବ । ଧାନ କିଣା ଠିକ ଚାଲିଥିବା ମନ୍ତ୍ରୀ କହୁଥିବା ବେଳେ  ଦୀର୍ଘ ଦିନ ହେବ ଚାଷୀ ମଣ୍ଡିରେ  ଧାନ ଧରି ବସି ରହିଛନ୍ତି ।  ଖରିଫ ଧାନ ସଂଗ୍ରହ ଗତ ନଭେମ୍ବର ମାସରୁ  ଆରମ୍ଭ ହୋଇଥିଲେ ସୁଦ୍ଧା ୩ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଅଧାରୁ ଅଧିକ ମଣ୍ଡିରେ ପଡି ରହିଛି ।  ଭିଟାମିନ  ଚାଉଳ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଚଳିତ ବର୍ଷ ଧାନ କିଣା ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ନାହିଁ । ସରକାରଙ୍କୁ ବାରମ୍ବାର ଚାଷୀଙ୍କୁ ଟୋକନ ଦେବାକୁ ପଡିବ । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଧାନସଭାରେ ସରକାରଙ୍କୁ ହରଡଘଣାରେ ପକାଇବାକୁ ପୂରା ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । 

paddy

]]>
https://odishaswara.com/2026/02/17/%e0%ac%a7%e0%ac%be%e0%ac%a8-%e0%ac%95%e0%ac%bf%e0%ac%a3%e0%ac%be%e0%ac%b0%e0%ad%87-%e0%ac%ac%e0%ac%be%e0%ac%9f-%e0%ac%93%e0%ac%97%e0%ac%be%e0%ac%b3%e0%ac%bf%e0%ac%9b%e0%ac%bf-%e0%ac%ad%e0%ac%bf/feed/ 0
ସହରରେ ଗରିବଙ୍କୁ ମିଳିବ ଭଡ଼ା ଘର https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/ https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/#respond Mon, 09 Feb 2026 06:14:16 +0000 https://odishaswara.com/?p=8930


ଭୁବନେଶ୍ୱର:ସହରାଞ୍ଚଳରେ ଆଉ ଘର ଭଡ଼ା ଟେନସନ୍ ରହିବ ନାହିଁ। ଏଣିକି ସହରୀ ଗରୀବଙ୍କୁ ସୂଲଭ ମୂଲ୍ୟରେ ଭଡ଼ାରେ ଘର ଯୋଗାଇ ଦେବେ ସରକାର। ଏ ନେଇ ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମସ୍ତ ଶକ୍ତି, ସ୍ବାସ୍ଥ୍ୟ, ମହିଳା ଓ ସିଶୁବିକଶ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଅର୍ଥ, କୃଷି ବିଭାଗ ଭଳି ଅନ୍ୟ ବିଭାଗକୁ ଚିଠି ଲେଖିଛି।ବିଭିନ୍ନ ବିଭାଗ ଅଧିନରେ ଥିବା ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ବିଶେଷ କରି ଶିଳ୍ପାଞ୍ଚଳ ଓ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଜୀବୀ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଭଡ଼ାରେ ଘର ଦିଆଯିବ। ଏହା ଛଡ଼ା ଯେଉଁମାନେ ପାଠ ପଢିବାକୁ , ବ୍ୟବସାୟ କରିବାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଘର ଭଡ଼ାରେ ମିଳିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ।କେନ୍ଦ୍ର ଓ ରାଜ୍ୟ ସରକାର ଅଧିନରେ ଥିବା ଅବ୍ୟବହୃତ ଘରକୁ ରହିବା ଉପଯୋଗୀ କରାଯାଇ ଭଡ଼ା ଦିଆଯିବ। ଗାଇଡ୍‌ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ବୋଲି ସୂଚନା ମିଳିଛି। ଏହା ଦ୍ବାରା ସରକାର କିଛି ରାଜସ୍ବ ପାଇବା ସହ ସ୍ୱଳ୍ପ ଆୟକରିମନେ ସୁଲଭ ମୂଲ୍ୟରେ ଘର ଭଡ଼ାରେ ପାଇ ପାରିବେ।

]]>
https://odishaswara.com/2026/02/09/%e0%ac%b8%e0%ac%b9%e0%ac%b0%e0%ac%b0%e0%ad%87-%e0%ac%97%e0%ac%b0%e0%ac%bf%e0%ac%ac%e0%ac%99%e0%ad%8d%e0%ac%95%e0%ad%81-%e0%ac%ae%e0%ac%bf%e0%ac%b3%e0%ac%bf%e0%ac%ac-%e0%ac%ad%e0%ac%a1%e0%ac%bc/feed/ 0
ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ https://odishaswara.com/2026/01/27/%e0%ac%86%e0%ac%9c%e0%ac%bf-%e0%ad%ae-%e0%ac%98%e0%ac%a3%e0%ad%8d%e0%ac%9f%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%ac%e0%ac%a8%e0%ad%8d%e0%ac%a6/ https://odishaswara.com/2026/01/27/%e0%ac%86%e0%ac%9c%e0%ac%bf-%e0%ad%ae-%e0%ac%98%e0%ac%a3%e0%ad%8d%e0%ac%9f%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%ac%e0%ac%a8%e0%ad%8d%e0%ac%a6/#respond Tue, 27 Jan 2026 10:44:37 +0000 https://odishaswara.com/?p=8926

ଧାନ କ୍ରୟ ବ୍ୟବସ୍ଥାରେ ଚରମ ବିଫଳତା, କୃଷକ ଶୋଣେ ଓ ସରକାରୀ ଅନ୍ୟାୟ ବିରୋଧରେ ବୁଧବାର ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣର୍ ଭୁଷୁଡି ପଡିଛି । ଅନେକ ଜିଲାରେ ମଣ୍ଡି ଖୋଲି ନାହିଁ । ଟୋକନ ଦେବାରେ ଅନିୟମିତତା ଯୋଗୁ ଚାଷୀମାନେ ଧାନ ବିକ୍ରିି କରି ପାରୁ ନାହାନ୍ତି । ଧାନ ବିକ୍ରିି ପରେ ଦୀର୍ଘ ସମୟ ଧରି ଟଙ୍କା ନ ମିଳିବାରୁ ଚାଷୀମାନେ ଚନ୍ତାରେ ପଡିଛନ୍ତି । ସରକାର ଇନପୁଟ ସବସିଡ ଏବଂ ଏମଏସପିରେ ବୃଦ୍ଧି କରିଥିଲେ ମଧ୍ୟ ତାହା ଚାଷୀଙ୍କୁ ମିଳି ପାରୁ ନାହିଁ । ଦଲାଲ, ମିଲ ମାଲିକ ଓ ଦୁର୍ନୀତିଗ୍ରସ୍ତ ମଧ୍ୟସ୍ଥଙ୍କ ମଧୁ ଚନ୍ଦ୍ରିକା ଯୋଗୁ କୃଷକମାନେ କମ ମୂଲ୍ୟରେ ଧାନ ବିକ୍ରିି କରିବାକୁ ବାଧ୍ୟ ହେଉଛନ୍ତି । ଏହି ଅରାଜକତା ସତ୍ୱେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣନ୍ତୁ ଓ ଠିକ ସମୟରେ ଚାଷୀଙ୍କ ପଇସା ଦିଅନ୍ତୁ । ଟୋକନ ନିର୍ଦ୍ଦିଷ୍ଟ ସମୟରେ ଦେବା ସହ ମଣ୍ଡି ବବ୍ୟସ୍ଥାକୁ ସୁବ୍ୟବସ୍ଥିତ କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହାଛଡା ପିୟୁସି ନାରେ ଜନସାଧାରଣଙ୍କୁ ଶୋଷଣ ବନ୍ଦ କରିବା ଏବଂ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାରର ଜୁଲମ ବନ୍ଦ କରିବା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ଅକ୍ଷୟ କୁମାର କହିଛନ୍ତି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ସମର୍ଥନ ଜଣାଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୨ଟା ଯାଏ ସମସ୍ତ ଜିଲାରେ ବନ୍ଦ ପାଳନ କରାଯିବ । କେବଳ ଅତ୍ୟାବଶ୍ୟୟ ସାମଗ୍ରୀ ପରିବହନ , ରେଳ ଚଳା ଚଳ ସ୍ୱାଭାବିକ ରହିବ । ସ୍କୁଲ, କଲେଜ, ଯାନବାହନ ବନ୍ଦ ରହିବ ।

]]>
https://odishaswara.com/2026/01/27/%e0%ac%86%e0%ac%9c%e0%ac%bf-%e0%ad%ae-%e0%ac%98%e0%ac%a3%e0%ad%8d%e0%ac%9f%e0%ac%bf%e0%ac%86-%e0%ac%93%e0%ac%a1%e0%ac%bf%e0%ac%b6%e0%ac%be-%e0%ac%ac%e0%ac%a8%e0%ad%8d%e0%ac%a6/feed/ 0
ଏପ୍ରିଲରେ ଖାଲି ହେବ ୪ ରାଜ୍ୟ ସଭା ଆସନମନ ବଳେଇଲେଣି ପ୍ରଣବ https://odishaswara.com/2026/01/08/%e0%ac%8f%e0%ac%aa%e0%ad%8d%e0%ac%b0%e0%ac%bf%e0%ac%b2%e0%ac%b0%e0%ad%87-%e0%ac%96%e0%ac%be%e0%ac%b2%e0%ac%bf-%e0%ac%b9%e0%ad%87%e0%ac%ac-%e0%ad%aa-%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f/ https://odishaswara.com/2026/01/08/%e0%ac%8f%e0%ac%aa%e0%ad%8d%e0%ac%b0%e0%ac%bf%e0%ac%b2%e0%ac%b0%e0%ad%87-%e0%ac%96%e0%ac%be%e0%ac%b2%e0%ac%bf-%e0%ac%b9%e0%ad%87%e0%ac%ac-%e0%ad%aa-%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f/#respond Thu, 08 Jan 2026 13:34:37 +0000 https://odishaswara.com/?p=8919

ଭୁବନେଶ୍ୱର(ବ୍ୟୁରୋ)-ଆସନ୍ତା ଏପ୍ରିିଲରେ ରାଜ୍ୟ ସଭାର ୪ ଟି ଆସନ ଖାଲି ହେବ। ବିଜେଡି ରାଜ୍ୟ ସଭା ଏମ୍ପ ମୁନା ଖାଁ, ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମମତା ମୋହାନ୍ତ ଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖରେ ଶେଷ ହେବ ।
ଖାଲି ହେବାକୁ ଥିବା ଏହି ୪ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଭାଜପା ଖାତାକୁ ୨ ଟି ଯିବାକୁ ଥିବା ବେଳେ ବିଜେଡି ହାତରେ ଗୋଟିଏ ରାଜ୍ୟ ସଭା ଆସନ ରହିବ । ସେହି ପଦକୁ ହାତେଇବା ପାଇଁ ବିଜେଡିରେ ଆରମ୍ଭ ହୋଇ ଯାଇଛି ବଳ କଷା କଷି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଦିଲ୍ଲୀ ଯିବାକୁ ମନ ବଳେଇ ଲେଣି । ୪ଟି ଆସନ ଉପରେ ଭାଜପା, ବିଜେଡି ଓ କଂଗ୍ରେସର ନଜର ରହିଛି । ତେବେ ବିଧାନସଭାର ସଂଖ୍ୟା ଗଣିତ ଅନୁସାରେ ଭାଜପା ୨ ଜଣଙ୍କୁ ବିଜେଡି ଜଣଙ୍କୁ ନିଜ ବଳରେ ରାଜ୍ୟ ସଭାକୁ ପଠାଇ ପାରିବେ । ତେବେ ଚତୁର୍ଥ ପ୍ରାର୍ଥୀଙ୍କୁ ଦିଲ୍ଲୀ ପଠାଇବାକୁ ହେଲେ ଯେ କୌଣସି ଦୁଇ ଦଳ ମଧ୍ୟରେ ସହମତି ନିହାତି ଜରୁରୀ ହୋଇ ପଡିଛି । ଏଭଳି ସ୍ଥିତିରେ ଗତ ନିର୍ବାଚନରେ ହାରି ରାଜ୍ୟ ରାଜନୀତିରେ ଏକ ପ୍ରକାର ବେକାର ହୋଇ ବସିଥିବା ପ୍ରଣବ ପ୍ରକାଶ ଦାସ ରାଜ୍ୟ ସଭାକୁ ଯିବା ପାଇଁ ସଜବାଜ ଆରମ୍ଭ କରି ଦେଇଛନ୍ତି । ବଣଭୋଜି ନାଁରେ ବିଭିନ୍ନ ସ୍ଥାନରେ ବିଜେଡି ନେତାମାନଙ୍କର ବସୁଥିବା ବୈଠକ ଏହାର ପରିଣାମ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି
। ସେହିଭଳି ଏବେ ବବି ନିଜେ ଯାଜପୁର ରାଜନୀତିରେ ସକ୍ରିୟ ହେବା ସହ ନିକଟରେ ଅବସ୍ଥିତ ପ୍ରକୃତିର ନିୟମ ଅନୁସାରେ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଘରେ
ଦଳୀୟ ବୈଠକର ଆୟୋଜନ କରିଛନ୍ତି।
ଏହା ପଛରେ ବବିଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଛିଆଉ ତାହାହେଲା ରାଜ୍ୟସଭାକୁ ଯାଇ ନିଜରରାଜ ନୈତିକ କ୍ୟାରିଅରକୁ ବଞ୍ଚାଇ ରଖିବା।
କାରଣ ଗତ ନିର୍ବାଚନରେ ଦଳର ମଙ୍ଗ ଧରିଥିବାପ୍ରଣବ ନିଜେ ସମ୍ବଲପୁର ଲୋକସଭା ଆସନରୁ ହାରିଯିବା ସହ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବାତାଙ୍କ ମା’ ସନ୍ଧ୍ୟାରାଣୀଙ୍କୁ
ମଧ୍ୟ ଜିତାଇ ପାରିନାହାନ୍ତି।ଏଭଳି ସ୍ଥିତିରେ ରାଜ୍ୟସଭାକୁ ଯିବା ଛଡ଼ା ତାଙ୍କ ପାଇଁ ନିକଟ ଭବିଷ୍ୟତରେ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ଏହି
ଉଦ୍ଦେଶ୍ୟରେ ସଫଳ ହେବା ସକାଶେ ସେ ହାଇ କମାଣ୍ଡଙ୍କ
ଉପରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି।ଅନ୍ୟ ପଟେ ରାଜ୍ୟସଭା ନିର୍ବାଚନରେ ପୂର୍ବତନ
ପ୍ରଶାସିକା ସୁଜାତା କାର୍ତ୍ତିକେୟନ ପ୍ରାର୍ଥୀ ହେବେ ବୋଲିଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେଥିରେ କିଛି ପରିମାଣରେ ବିରାମ ଲାଗିଛି
। ବିଶ୍ୱସ୍ତ ସୂତ୍ରରୁ ମିଳିଥିବାସୂଚନା ଆନୁଯାୟୀ, ସୁଜାତା ଏତେ ଶୀଘ୍ର ରାଜନୀତିମଇଦାନକୁ ଆସିବାକୁ ଚାହୁଁ ନାହାନ୍ତି। ଏଭଳି ଖବର ଏବେ ବବିଙ୍କ ଶିବିରକୁ ଅହୁରି ଉତ୍ସାହିତ କରିଛି। ରାଜ୍ୟସଭାକୁ ଗଲେ ଦିଲ୍ଲୀରେ ବିଜେଡି ରାଜନୀତିକୁ ମଝବୁତ କରିବେ ବୋଲି କହି ହାଇକମାଣ୍ଡଙ୍କୁ ବବି
ପ୍ରଭାବିତ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ଅନ୍ୟ ପଟେ ରାଜ୍ୟସଭା ପାଇଁ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ବିଜେଡି
ଏବେ ଠାରୁ ପ୍ରାର୍ଥୀ ସନ୍ଧାନରେ ଥିବା ସୂଚନା ମିଳୁଛି। ଜଣେ ଓଜନିଆ ନେତାଙ୍କୁ ପ୍ରାର୍ଥୀ କରି ଉଭୟ କଂଗ୍ରେସ ଓ ଭାଜପା ସମର୍ଥନରେ ରାଜ୍ୟସଭା ପଠାଇବାକୁ ବିଜେଡି ଅଣ୍ଟା ଭିଡ଼ିଛି।ତେବେ ହେଉଥିବା ଆଲୋଚନା ଅନୁଯାୟୀ, ବିଜେଡି ନଜରରେ ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବରିଷ୍ଠ ପୁଲିସ୍ ଅଧିକାରୀ ଅରୂପ ପଟ୍ଟନାୟକ, ନବୀନଙ୍କ ରାଜ ନୈତିକ ପରାମର୍ଶଦାତା
ସନ୍ତ୍ରୁପ୍ତ ମିଶ୍ର, ପୂର୍ବତନ ପ୍ରଶାସକ ମନୋଜ ମିଶ୍ରଙ୍କ ସମେତ ଆଉ କିଛି ନିର୍ବିବାଦୀୟ ବ୍ୟକ୍ତି ବିଶେଷ ବି ରହିଛନ୍ତି। ଏମାନଙ୍କୁ ପ୍ରାର୍ଥୀ କଲେ ଭାଜପା ଓ କଂଗ୍ରେସନିଶ୍ଚିତ ସମର୍ଥନ ଦେବେବୋଲି ବିଜେଡି ହାଇ କମାଣ୍ଡ ବିଚାର କରୁ ଛନ୍ତି। ଏହା ହେଲେ ଦୁଇ ସାଂସଦଙ୍କ ଦଳ ବଦଳ ପରେ ବିଜେଡିର ଯେଉଁ କ୍ଷତି ହୋଇଛି, ତାହାକୁ କିଛି ପରିମାଣରେ ଦଳ ଭରଣା କରିପାରିବ ବୋଲି କୁହାଯାଉଛି।

]]>
https://odishaswara.com/2026/01/08/%e0%ac%8f%e0%ac%aa%e0%ad%8d%e0%ac%b0%e0%ac%bf%e0%ac%b2%e0%ac%b0%e0%ad%87-%e0%ac%96%e0%ac%be%e0%ac%b2%e0%ac%bf-%e0%ac%b9%e0%ad%87%e0%ac%ac-%e0%ad%aa-%e0%ac%b0%e0%ac%be%e0%ac%9c%e0%ad%8d%e0%ad%9f/feed/ 0
https://odishaswara.com/2025/12/24/8907/ https://odishaswara.com/2025/12/24/8907/#respond Wed, 24 Dec 2025 13:48:37 +0000 https://odishaswara.com/?p=8907 ଅନୁଗର୍ଗ ହେବେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ
ଉନୟନ କମିଶନର ଅନୁଗର୍ଗ ହେବେ ରାଜ୍ୟର ପ୍ରଥମ ମହିଳା ଅଣ ଓଡିଆ ମୁଖ୍ୟ ଶାସନ ସଚିବ । ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୨୦୨୫ ଡିସେମ୍ବର ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଶେଷ ହେବ । ୨୦୨୬ ଜାନୁୟାରୀ ପହିଲାରୁ ଅନୁ ଗର୍ଗ ରାଜ୍ୟ ଅମଲାମାନଙ୍କର ମୁଖ୍ୟ ପଦବୀ ସମ୍ଭାଳିବେ । ଉନ୍ନୟନ କମିଶନର ଦାୟିତ୍ୱକୁ ସୂଚାରୁ ରୁପେ ସମ୍ପାଦନ କରିବାରୁ ରାଜ୍ୟ ସରକାର ଅନୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
୧୯୯୧ ବ୍ୟାଚ ଓଡିଶା କ୍ୟାର୍ଡର ଏହି ଆଇଏଏସ ଅଫିସର ୧୯୯୩ରେ ଝାରସୁଗୁଡା ଉପଜିଲାପାଳ ଭାବେ ନିଜର କ୍ୟାୟିୟର ଆରମ୍ଭ କରିଥିଲେ ।ସେ ସମ୍ବଲପୁର ଓ ବରଗଡ ଜିଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହା ପରେ ସେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଳ ସମ୍ପଦ ବିଭାଗ ଭଳି ଅନେକ ବିଭାଗର ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଜର ଦାୟିତ୍ୱ ସୂଚାରୁ ରୁପେ ନିର୍ବାହ କରିଛନ୍ତି । ୨୦୦୦ରୁ ୨୦୦୩ ଯାଏ ସେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି । କେନ୍ଦ୍ରୀୟ ଡେପୁଟେଶନ ସମୟରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି । ସେ ୨୦୨୯ରେ ଅବସର ଗ୍ରହଣ କରିବେ । ମୋଟାମୋଟି ଭାବେ ଯଦି ତାଙ୍କର କାର୍ଯ୍ୟଶୈଳୀରେ ରାଜ୍ୟ ସରକାର ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆସନ୍ତା ଆସନ୍ତା ୩ ବର୍ଷ ପାଇଁ ଏହି ପଦବୀରେ ରହି ପାରିବେ ।

]]>
https://odishaswara.com/2025/12/24/8907/feed/ 0
କଂଗ୍ରେସରୁ ବିଦା ହେଲେ ମୋକିମ୍ https://odishaswara.com/2025/12/15/%e0%ac%95%e0%ac%82%e0%ac%97%e0%ad%8d%e0%ac%b0%e0%ad%87%e0%ac%b8%e0%ac%b0%e0%ad%81-%e0%ac%ac%e0%ac%bf%e0%ac%a6%e0%ac%be-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ae%e0%ad%8b%e0%ac%95%e0%ac%bf/ https://odishaswara.com/2025/12/15/%e0%ac%95%e0%ac%82%e0%ac%97%e0%ad%8d%e0%ac%b0%e0%ad%87%e0%ac%b8%e0%ac%b0%e0%ad%81-%e0%ac%ac%e0%ac%bf%e0%ac%a6%e0%ac%be-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ae%e0%ad%8b%e0%ac%95%e0%ac%bf/#respond Mon, 15 Dec 2025 13:05:33 +0000 https://odishaswara.com/?p=8899


ଭୁବନେଶ୍ୱର(ବ୍ୟୁରୋ)- ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ ଅଖିଳ ଭାରତ କଂଗ୍ରେସ କମିଟି (ଏ ଆଇ ସି ସି) ଅନୁମୋଦନ କରିଛି।
କିଛିଦିନ ତଳେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧୀଙ୍କୁ ଚିଠି ସେ ଲେଖିଥିଲେ। ଭକ୍ତଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ।କଂଗ୍ରେସରୁ ବହିଷ୍କାର ପରେ ହେବ ପରେ ମୋକିମ୍ ଗଣ ମାଧ୍ୟମକୁ କହି ଛନ୍ତି ଯେ କଂଗ୍ରେସ ମୋତେ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି।
କିନ୍ତୁ ମୋ ବିଚାର ଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି। ଭାବିଥିଲି କଂଗ୍ରେସ ସୁଧାର ଆଣିବ, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଦଳକୁ ଆଇନ୍ ଦେଖାଇବାରୁ ଯଦି କାର୍ଯ୍ୟାନୁଷ୍ଠାନ ହୋଇଛି, ଏହାକୁ ସେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ସେ ୨୪ ଘଣ୍ଟା ସମାଜ ପାଇଁ କାମ କରିବେ। ରାଜନୀତି ଗୋଟିଏ ପ୍ଲାଟଫର୍ମ। ଆଗକୁ ରାଜନୀତି ଜାରି ରହିବ। ଏଥିରେ ବିରାମ ନାହିଁ।
ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି। ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କାହାକୁ ଡରିବନି । ତେଣୁ ମୁଁ କାହାକୁ ନ ଡରି ଚିଠି ଲେଖିଲି, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ। ଶେଷ ନିଶ୍ବାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବି ବୋଲି ମୋକିମ୍ କହିଛନ୍ତି।ଇତିହାସ ସାକ୍ଷୀ ଅଛି ଯେଉଁମାନେ ସତ୍ୟ ପଥରେ ଚାଲନ୍ତି, ତାଙ୍କୁ ବହୁତ୍‌ କଷ୍ଟ ସହି ଆଗକୁ ଯିବାକୁ ପଡ଼ିଛି ଏବଂ ତାଙ୍କ ବଳିଦାନରେ ପରବର୍ତ୍ତୀ ଅବସ୍ଥାରେ ସୁଫଳ ମିଳିଛି ପୂରା ଭାରତବର୍ଷକୁ। ତେଣୁ ମୁଁ କୌଣସି ମତରେ ଚିନ୍ତାଗ୍ରସ୍ତ ନୁହେଁ ବୋଲି ମୋକିମ କହିଛନ୍ତି।

କଟକ ବାରବାଟି କଂଗ୍ରେସ ବିଧାୟୀକା ସୋଫିଆ ଫିର୍ଡୋଷ ଟଙ୍କା ଝିଅ। ଏହା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ । ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟପନ୍ଥା ନିଜେ ସ୍ଥିର କରିବେ।
କଂଗ୍ରେସରୁ ମୋକିମଙ୍କ ବହିଷ୍କାରକୁ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି ଯେ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏ ବାବଦରେ ସେ ଅଧିକ କିଛି କହିବେନି। କିନ୍ତୁ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ୍। ‘କଟକର ସେ ଜଣେ ମଜବୁତ୍ ନେତା ଥିଲେ, କଟକରେ ପ୍ରଭାବ ପଡ଼ିବ ବୋଲି ନରସିଂହ କହିଛନ୍ତି।

]]>
https://odishaswara.com/2025/12/15/%e0%ac%95%e0%ac%82%e0%ac%97%e0%ad%8d%e0%ac%b0%e0%ad%87%e0%ac%b8%e0%ac%b0%e0%ad%81-%e0%ac%ac%e0%ac%bf%e0%ac%a6%e0%ac%be-%e0%ac%b9%e0%ad%87%e0%ac%b2%e0%ad%87-%e0%ac%ae%e0%ad%8b%e0%ac%95%e0%ac%bf/feed/ 0