
ଭୁବନେଶ୍ୱର: ରାଜ୍ୟରେ ସରକାର ବଦଳି ଥିଲେ ମଧ୍ୟ ମିଶନ ଶକ୍ତି ସଂଗଠନଗୁଡ଼ିକର ବିଜେଡି ମୋହ ଏଯାଏ ତୁ ଟୁ ନାହିଁ। ସରକାରୀ କାର୍ଯ୍ୟରେ ମହିଳା ସ୍ଵଂସହାୟକ ଗୋଷ୍ଠୀ ମହିଳାଙ୍କ ଅସହଯୋଗ ରାଜ୍ୟ ର ଭାଜପା ସରକାରକୁ ଅଡ଼ୁଆରେ ପକାଇଛି।
ମହିଳା ଭୋଟକୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତି ଯୋଗିତା ଚାଲିଛି। ଯେଉଁ ଦଳ ମହିଳାଙ୍କୁ ଆକର୍ଷିତ କରିପାରିଲା ସେ ଦଳ ସହଜରେ ନିର୍ବାଚନ ବୈତରଣୀ ପାର ହୋଇ ଯାଉଛି। ଏହାକୁ ଲକ୍ଷ୍ୟ ରଖି ତତ୍କାଳୀନ ବିଜେଡି ସରକାର ମହିଳା ଭୋଟରଙ୍କ ଉପରେ ଫୋକସ୍ କରିଥିଲା। ମହିଳା ସ୍ଵଂସହାୟକ ଗୋଷ୍ଠୀ ଗଠନ କରି ମହିଳା ଭଟ୍କୁ ନିଜ ସପକ୍ଷରେ ନେବାରେ ସଫଳ ହୋଇଥିଲା। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଥିଲା। ତେବେ ଗତ ନିର୍ବାଚନ ବେଳେ ବିଜେଡି ପ୍ରତେକ ଏସ ଏସ ଜି କୁ ୧୦ ହଜାର ଟଙ୍କା ଲେଖାଏଁ ବ।ଣ୍ଟି ଥିବା ଅଭିଯୋଗ ହୋଇଥିଲା । ତେବେ ସେହି ଟଙ୍କା ସବୁ ମହିଳାଙ୍କ ପାଖରେ ନ ପହଞ୍ଚିବାରୁ ବିଜେଡିକୁ ପରାଜୟ ବରଣ କରିବାକୁ ପଡ଼ିଥିବା କୁହାଯାଉଛି।
ରାଜ୍ୟରେ ୫ ଲକ୍ଷ୍ ୪୦ ହଜାର ୭୮୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି। ସେଥିରେ ପ୍ରାୟ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି। ମହିଳାଙ୍କୁ ସସକ୍ତ କରିବା ଓ ସ୍ୱାବଲମ୍ବୀ କରିବା ଲକ୍ଷରେ ମିଶନ ଶକ୍ତି ଗଠନ ହୋଇଥିଲା। ତେବେ ଏହା ଧୀରେ ଧୀରେ ଭୋଟ ବ୍ୟାଙ୍କରେ ପରିଣତ ହୋଇ ଯାଇଛି। ରାଜ୍ୟରେ ସରକାର ବଦଳି ଯାଇଛି। ବିଜେଡି ବଦଳରେ ଭାଜପା ରାଜ୍ୟ ଶାସନ ମଙ୍ଗ ଧରିଛି। ହେଲେ ବିଜେପି ସହ ମିଶନ ଶକ୍ତି ମହିଳାମାନେ ଖପା ଖୁଆଇ ପାରୁ ନାହାନ୍ତି। ଏକଥା ଖୋଦ୍ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁଭବ କରି ସାରିଲେଣି। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ମହିଳା ସ୍ଵଂସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ରାଜ୍ୟରେ ହୋଇଥିବା ପରିବର୍ତ୍ତନକୁ ସ୍ବୀକାର କରିବା ଅପିଲରୁ ଏହା ସ୍ପଷ୍ଟ ହୋଇଛି। ଦୀର୍ଘ ବର୍ଷ ଧରି ଯେଉଁ ମହିଳା ସଦସ୍ୟମାନେ ବିଜେଡି ସହିତ ଯୋଡି ହୋଇଥିଲେ ଏତେ ସହଜରେ ତାଙ୍କର ମୋ ଭଙ୍ଗ ହେଉ ନାହିଁ। ବିଜେଡି ସରକାର ଅମଳ ରେ ଏସ ଏଚ ଜି ମହିଳାମାନେ ବିନା ସୁଧରେ ଋଣ ପାଇବା ଠା ରୁ ଆରମ୍ଭ କରି ସ୍କୁଟି, ବ୍ଲେଜର, ଡ୍ରେସ୍ ପାଉଥିଲେ। ବିନା ସୁଧରେ ୧୦ ଲକ୍ଷ ଯାଏ ଋଣ ମିଳୁଥିଲା। ମିଶନ ଶକ୍ତି ସ୍କୁଟର ଯୋଜନାରେ ଗାଡ଼ି କିଣିବା ପାଇଁ ୧ ଲକ୍ଷ୍ୟ ଯାଏ ଋଣ ବିନା ସୁଧରେ ମିଳି ପାରୁ ଥିଲା। ମିଶନ ଶକ୍ତି ମହିଳାଙ୍କୁ ମାଗଣା ଶାଢ଼ୀ ସହିତ ବ୍ଲେଜାର ମିଳୁଥିଲା । ସରକାର ବଦଳିବା ପରେ ମିଶନ ଶକ୍ତି ମାନ୍ଦା ଅବସ୍ଥାକୁ ଚାଲି ଯାଇଛି। କମ୍ୟୁନି ଟି ସପୋର୍ଟ ଷ୍ଟାଫ୍ ଙ୍କୁ ଦୀର୍ଘ ଦିନ ଧରି ଦରମା ନ ମିଳିବାରୁ ସେମାନେ ରାଜଧାନୀରେ ଧାରଣ ଦେଇଥିଲେ । ବିଜେଡି ଏହାକୁ ବିଧାନ ସଭାରେ ଜୋର ସୋରରେ ଉଠାଇ ଭାଜପା ସରକାରକୁ ଅକାଳରେ ପକାଇଥିଲା।ମୋଟାମୋଟି ଭାବେ କହିବାକୁ ଗଲେ ମିଶନ ଶକ୍ତିର ଏହି ସଂଗଠନ ସରକ।ରଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି। ସରକାରୀ କାମରେ ସେତେଟା ସହଯୋଗ କରି ନାହାନ୍ତି। ଏହାକୁ ନେଇ ଖୋଦ୍ ମିଶନ ଶକ୍ତି ବିଭାଗ ମଧ୍ୟ ବିଚଳିତ ହୋଇ ପଡ଼ିଛି। ଏସ ଏସ ଏଚ ଜି ସଦସ୍ୟଙ୍କୁ ଖୁସି କରିବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଏସ ଏଚ ଜି ଙ୍କ ପାଇଁ ୧୦ ଲକ୍ଷ୍ୟ ଟଙ୍କା
ଋଣ ର ସୁଧ ଛାଡ ଘୋଷଣା କରିଛନ୍ତି। ମିଶନ ଶକ୍ତିକୁ ପ୍ରତି ଘର ସହିତ ଯୋଡ଼ିବାକୁ ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି ତାହା କେତେଦୂର ସଫଳ ହେବ ତାହା ଆଗାମୀ ଦିନରେ ଜଣ ପଡ଼ିବ।
nice story