ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ*
*କିଛି ଲୋକ ଇତିହାସ ବଦଲେଇ ବାକୁ ଉଦ୍ୟମ କରୁଛନ୍ତି*
ଭୁବନେଶ୍ୱର:କିଛି ଲୋକ ଇତିହାସ ବଦଳାଇ ବାକୁ ଉଦ୍ୟମ କରୁଛନ୍ତି। ସେଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସ ରେ ନୂଆ ଅଧ୍ୟାୟ ଯୋଡ଼ିଲେ ଓଡିଶା ର ମଙ୍ଗଳ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟନାୟକ କହିଛନ୍ତି।
ଗୁରୁବାର ଶଙ୍ଖ ଭବନ ଠାରେ ଜନନାୟକ ବିଜୁ ପଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ.ଓଡିଶା କୁ ଶ୍ରେଷ୍ଠ ରାଜ୍ୟ ରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା। ବିଜୁ ବାବୁଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା.ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା ,ଯେଉଁଥିପାଇଁ ଓଡିଶା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା.
ବିଜୁ ବାବୁଙ୍କ ସ୍ମୃତି
ଚାରଣ କରି ନବୀନ କହିଛନ୍ତି ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତି କୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ। ବିଜୁ ବାବୁ ଙ୍କ ଅବଦାନ କୁ କେହି ଭୁଲି ପାରିବେ ନାହିଁ।
ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନ କୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ କ୍ଷୋଭ ପ୍ରକାଶ କରି ନବୀନ କହିଛନ୍ତି ଯେ ଇତିହାସ ହେଉଛି ଗୋଟିଏ ନିର୍ଦିଷ୍ଟ କାଳଖଣ୍ଡ ରେ ଗୋଟିଏ ଜାତିର ସାମୁହିକ ଅନୁଭବ ର ପରିପ୍ରକାଶ ।
ଏହାକୁ କେହି ବଦଳେଇ ପାରିବେ ନାହିଁ ।
ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସ ରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟ ର ମଙ୍ଗଳ ହେବ ବୋଲି ନବୀନ କହିଛନ୍ତି।