ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ସ୍କୁଲଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ଯୋଗାଇ ଦେବା ଲକ୍ଷ୍ୟରେ ତତ୍କାଳୀନ ବିଜେଡି ସରକାର ୫- ଟି ନାମରେ ଏକ ସତନ୍ତ୍ର ବିଭାଗ ଗଠନ କରିଥିଲେ। ଯାହାର ସେକ୍ରେଟାରୀ ଥିଲେ ଭିକେ ପଣ୍ଡିଆନ। ୫- ଟି ଅଧିନରେ ପ୍ରାୟ ସବୁ ବିଭାଗ ରହିଲା। ୫- ଟି ସଚିବ ଭାବେ ପାଣ୍ଡିଆନ ସବୁଠାରୁ କ୍ଷମତାଶାଳୀ ସଚିବ ଥିଲେ। ୫- ଟି ମାଧ୍ୟମରେ ସୁଲ ରୂପାନ୍ତରିତ କାର୍ଯ୍ୟ ଜୋର୍ ସୋରରେ ଚାଲିଲା ବୋଲି ତତ୍କାଳୀନ ସରକାର ମଧ୍ୟ ପ୍ରଚାର କଲେ । ୫- ଟି ର କାର୍ଯ୍ୟ ଦକ୍ଷତା କୁ ନେଇ କଣ୍ଟ୍ରୋଲର ଆଣ୍ଡ ଅଡିଟ ର ଜେନେରାଲ( ସି ଏ ଜି) ପ୍ରଶ୍ନ ଉଠାଇଛନ୍ତି।
ସମଗ୍ର ରାଜ୍ୟରେ ୫- ଟି ସ୍କୁଲର ଦୂରବସ୍ଥା ନେଇ ବିରୋଧୀ ଦଳ ବିଜେଡିକୁ ଘେରୁ ଥିବା ବେଳେ କ୍ଷମତାରୁ ଗଲା ପରେ ମଧ୍ୟ ବିଧାନ ସଭାରେ ବିଜେଡି ବିଧାୟକ ଙ୍କୁ କଟୁ ସମାଲୋଚନାର ଶିକାର ହେଉଛନ୍ତି। ତେବେ ଏହି ଅନିୟମିତ। ପାଇଁ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଭାଜପା ସରକାର କିଛି ପଦକ୍ଷେପ ନେଉ ନ ଥିବାରୁ ସି ଏ ଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
୫- ଟି ଯୋଜନାର ମୂଳ ଲକ୍ଷ୍ୟ ଥିଲା ସ୍କୁଲ ରୂପାନ୍ତର ସହ ସ୍କୁଲ ପରିଚାଳନା କମିଟି (ଏସ ଏମ ସି) ଏବଂ ଆଲୁ ମୁନିଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବା। ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ସହିତ ଏକ ସୁଖଦ ସୈଖିକ ବାତାବରଣ ସୃଷ୍ଟି କରିବା। ଏଥି ସହିତ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରିବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି କରିବା। ଦୀର୍ଘ ବର୍ଷ ଧରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓଏସ ଇ ପି ଏ) ଅପାରଗତା ଯୋଗୁଁ ୫- ଟି ବାଟବଣା ହୋଇଗଲା। ଓ ଏସ ଇ ପି ଏ ରୁ ମିଳିଥିବା ତଥ୍ୟରୁ ଜନ ପଡ଼ିଛି ଯେ ୧୧୪୬ ହାଇସ୍କୁଲ ରୂପାନ୍ତର ପାଇଁ ୬୦ ଲକ୍ଷ୍ୟ ହିସାବରେ ୬୮୭.୬୦ କୋଟି ଟଙ୍କା ଓଡ଼ିଶା ଖଣିଜ ଧାରକ ବିକାଶ ଅଞ୍ଚଳ ନିଗମ (ଓ ଏମ ବି ଏ ଡି ସି) ଦ୍ଵାରା ୨୦୨୧ ସେପ୍ଟେମ୍ବର ସୁଦ୍ଧା ଅନୁ ମୋଡ଼ିତ ହୋଇଥିଲା। ଏହି ଅର୍ଥ ଓ ଏସ ଇ ପି ଏ ୭ ଜିଲ୍ଲା ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲା କୁ ଦିଆ ଯାଇଥିଲା। ଡି ପି ଆର ପ୍ରଦାନରେ ବିଳମ୍ବ ଯୋଗୁଁ ବିଦ୍ୟାଳୟଗୁଡ଼ିକ ସର୍ବ ନିମ୍ନ ସୁବିଧା ପାଇବାରୁ ବଞ୍ଚିତ ହେଲେ। ଓକାକ ସିଇଓ ଙ୍କ ଅଧ୍ୟକ୍ଷତାରେ ବୈସୟିକ କମିଟି ଗଠନ ବିଳମ୍ବ ହେବାରୁ ଆଇ ସି ଟି ଲ୍ୟାବ, ସ୍ମାର୍ଟ କ୍ଲାସ ଓ ଇ ଲାଇବ୍ରେରି ଛାତ୍ର ଛାତ୍ରୀଙ୍କ ବ୍ୟବହାରରେ ଲାଗି ପାରିଲା ନାହିଁ। ୫- ଟି ଏକ ପ୍ରକାର ପ୍ରହସନ ରେ ପରିଣତ ହୋଇଛି। ଏହାକୁ ନେଇ ସି ଏ ଜି ଗଭୀର ଉଦବେଗ ପ୍ରକାଶ କରିବା ସହ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।