
Pushkar, India - November 15, 2010:
ଭୁବନେଶ୍ୱର: କଥାରେ ଅଛି ଜଳ ବହୁଳେ ସର୍ବନାଶ, ଜଳ ବିହୁନେ ସର୍ବନାଶ। ଆଗାମୀ ଦିନରେ ଜଳ ପାଇଁ ମହାଯୁଦ୍ଧ ହେବ ବୋଲି ପରିବେଶ ବିତ ଆଶଙ୍କା କଲେଣି। ଓଡ଼ିଶାରେ ଆଉ କିଛି ବର୍ଷ ପରେ ପିଇବା ପାଣି ପାଣି ହାହା କାର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ରାଜ୍ୟର ୩୦ ଜିଲ୍ଲାରୁ ସମୁଦ୍ର ଉପକୂଳବର୍ତ୍ତୀ ୬ ଟି ଜିଲ୍ଲାକୁ ଛାଡ଼ି ଦେଲେ ୨୪ ଜିଲ୍ଲାରେ ଭୂତଳ ଚିନ୍ତାଜନକ ଭାବେ ହ୍ରାସ ପାଉଛି। ଭୂତଳ ଜଳ ନିର୍ଦ୍ଦେଶାଳୟ ରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା କଟକ, କେନ୍ଦ୍ରାପଡ଼ା, ବାଲେଶ୍ଵର , ଭଦ୍ରକ ସମେତ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଦେଲେ ଅବଶିଷ୍ଟ ୨୪ ଜିଲ୍ଲାରେ ଭୂତଳ ଜଳ ତଳକୁ ଖାଇବାରେ ଲାଗିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩.୮୯ ମିଟର ଟ ନୟାଗଡ଼ରେ ୨.୦୫ ମିଟର ଭୂତଳ ଜଳ ସ୍ତର ହ୍ରାସ ପାଇଛି। ସେହିପରି ୧ ମିଟରରୁ ଅଧିକ ୧୦ ଜିଲ୍ଲାରେ ଜଳ ସ୍ତର କମିଥିବା ବେଳେ ୧ ମିଟର ରୁ ୧୨ ଜିଲ୍ଲାରେ ଭୂତଳ ଜଳ ସ୍ତର ହ୍ରାସ ପାଇଛି। ରାଜ୍ୟରେ ହାରାହାରି ଭୂତଳ ଜଳସ୍ତର ୨୦୨୦ରେ ୪.୯୪ ମିଟର ଥିବାବେଳେ ୨୦୨୧ରେ ୪,୯୧, ୨୦୨୨ରେ ୫.୨୨ 2023ରେ ୫.୫୧ ଓ ୨୦୨୪ରେ ୫.୫୧ ମିଟର ପହଞ୍ଚିଛି। ଅର୍ଥାତ୍ ରାଜ୍ୟରେ ହାରାହାରି ୦.୫୩ ମିଟର ଜଳ ସ୍ତର ହ୍ରାସ ପାଇଛି। ଏଥି ଯୋଗୁ ଭୂପୃଷ୍ଠ ଜଳ ଉତ୍ସାଗୁଡ଼ିକ ଉଭାନ ହେବ ରେ ଲାଗିଛି। ଖରା ଦିନେ କୂଅ, ପୋଖରୀ, ଝରଣା, ନଦୀରେ ପାଣି ଦେଖିବାକୁ ମିଳୁ ନାହିଁ। ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାର ଗଛ କଟା ଯିବା ସହ ପାହାଡିଆ ଅଞ୍ଚଳରେ ଜନ ଜାତି ଲୋକମାନେ ପୋଡୁ ଚାଷ କରୁଥିବାରୁ ସବୁଜିମା ନଷ୍ଟ ହେବାରେ ଲାଗିଛି। ଏଥିଯୋଗୁଁ ଗ୍ରୀଷ୍ମ ରେ ରାଜ୍ୟର ଦୁଇତୃତିୟ୍ୟାଂଶ ଲୋକ ଭୟଙ୍କର ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ୨୦୫୦ ବେଳକୁ ଜଳ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଗଲାଣି।
ଅନ୍ୟ ପକ୍ଷରେ ଭୂତଳ ଜଳ ସଂରକ୍ଷଣ ପାଇଁ ସରକାରୀ ଯୋଜନା ମଧ୍ୟ ବାଟବଣା ହେଉଛି।
ରାଜ୍ୟରେ ଭୂତଳ ଜଳସ୍ତର ବଢାଇବା ପାଇଁ ରାଜ୍ୟ ସରକାର ‘ଛାତ ‘ ଓ ଅରୁଆ ଯୋଜନା କରିଥିଲେ ଅଧ୍ୟ ତାହା କାମ ଦେଉନି। ଜଳ ସମ୍ପଦ ବିଭାଗ ସୂଚନା ଅନୁଯାୟୀ ଭୂତଳ ଜଳସ୍ତର ହ୍ରାସକୁ ରୋକିବା ପାଇଁ ୨୦୨୨- ୨୩ ରେ ୨ ଟି ଯୋଜନା ଛାତ ଓ ଅରୁଆ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ୨୦୨୬-୨୭ ଯାଏ ଚାଲିବ । ଛାତ ଯୋଜନାରେ ୨୭ ସହରାଞ୍ଚଳରେ ଓ ୫୨ ଟି ବ୍ଲକରେ ୫୦୦ ବେସରକାରୀ କୋଠା ଓ ୧୯୨୫ ସରକାରୀ କୋଠାରେ ବର୍ଷାଜଳ ସଂରକ୍ଷଣ ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି।ସେହିପରି ଅରୁଆ ଯୋଜନାରେ ୨୪୦୦ ରିଚ।ର୍ଜ ସାଫ୍ଟ ମାଧ୍ୟମରେ ବର୍ଷ ଜଳ ସଂରକ୍ଷଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ଅନ୍ତଃନଦୀ ଆଡ଼ିବନ୍ଧ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ଏହା ସତ୍ତ୍ୱେ ରାଜ୍ୟରେ ଭୁଗର୍ଭ ଜଳସ୍ତର ହ୍ରାସ ପାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ବର୍ଷା ପରିମାଣ ହ୍ରାସ ପାଉଛି। ଜ ନ ସଂଖ୍ୟା ବଢିବ ଯୋଗୁ ଭୁଗର୍ଭ୍ ଜଳ ଉପରେ ଚାପ ବଢ଼ିବଢ଼ି ଚାଲିଛି।
ଏକ ଆକଳନରୁ ଜଣା ପଡିଛି ଯେ ଜଣେ ବ୍ୟକ୍ତି ପାଇଁ ଦୈନିକ ୪୦ ଲିଟର ପାଣିର ଆବଶ୍ୟକ ତା ରହିଛି। ଏହା ଛଡ଼ା ଚାଷ କାର୍ଯ୍ୟ , ଶିଳ୍ପ ପାଇଁ ଜଳର ଜଳର ପ୍ରବଳ ଆବଶ୍ୟକତା ରହିଛି। ଭୂପୃଷ୍ଠ ଜଳ ନିଅଣ୍ଟିଆ ହେଉ ଥିବାରୁ ଭୁ ଗର୍ଭ ଜଳ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି। ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ଆଖିବୁଜା ଭୂତଳ ଜଳ ସୋଷା ଯାଉଛି। ଏବେଠାରୁ ଯଦି ଜଳ ସଂରକ୍ଷଣ ପାଇଁ ସରକାର ଏବଂ ଜନସାଧାରଣ ସଚେତନ ନ ହେବେ ତେବେ ଆଗାମୀ ଦିନରେ ଜଳ ଟୋପେ ପାଇଁ ମହାଯୁଦ୍ଧ ହେବ ତାହା ଆଉ ଅଛପା ହୋଇ ନାହିଁ।