ଭୁବନେଶ୍ୱର:ବେଆଇନ ଅନୁ ପ୍ରବେଶ୍ ରାଜ୍ୟର ସୁରକ୍ଷା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସରକାରୀ କଳର ନିଷ୍କ୍ରିୟତା ଏବଂ ରାଜନେତାଙ୍କ ଭୋଟ ବ୍ୟାଙ୍କ ଅନୁପ୍ରବେଶ କୁ ପ୍ରୋତ୍ସାହନ ଦେଉଛି । ଘରୁ ବାହାରିଲେ ସୁରକ୍ଷିତ ଭାବେ ଫେରିବେ ତାହା ଏବେ ପ୍ରତି ପରିବାର ମନରେ ଏକ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ରାଜ୍ୟର ସୀମା ସୁରକ୍ଷିତ ନ ଥିବାରୁ ଓଡ଼ିଶା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଭୁ ସ୍ବର୍ଗ ପାଲଟି ଗଲାଣି । ବିନା ବାଧାରେ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ଓଡ଼ିଶାରେ କେବଳ ପ୍ରବେଶ କରୁ ନାହାନ୍ତି ଦୀର୍ଘବର୍ଷ ଧରି ଘର ଦ୍ଵାର କରି ଏହି ଯାଉଛନ୍ତି। ଏମାନେ ସ୍ଥାନୀୟ ବାସିନ୍ଦା ଏବଂ ରାଜ୍ୟ ପାଇଁ ବଡ଼ ବିପଦ ହୋଇଛନ୍ତି । କିଛି ବାଂଲାଦେଶୀ ରହିବା ପରେ ସେମାନଙ୍କର ପରିବାର ସଦସ୍ୟ ଓ ପଡୋଷୀଙ୍କୁ ଆଣି ସରକାରୀ ଜାଗା ମାଡିବସି ଆରାମରେ ରହୁଛନ୍ତି। କେବଳ ସେତିକି ନୁହେଁ ରାସନ୍ କାର୍ଡ, ଆଧାର କାର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ମଧ୍ୟ ଯୋଗାଡ଼ କରିଦେଉଛନ୍ତି। ଯାହା ଫଳରେ ସେମାନଙ୍କୁ ତଦିବା ସମ୍ଭବ ହେଉ ନାହିଁ। ଅନ୍ୟ ପକ୍ଷରେ ଭୋଟ ହାତଇବା ପାଇଁ ରାଜନେତାମାନେ ଏହି ସବୁ ବେଆଇନ କାର୍ଯ୍ୟକୁ ପୁରା ସମର୍ଥନ ଦେଉଛନ୍ତି। ରାଜ୍ୟର ବିଭିନ୍ନ ସହର ଓ ଏହାର ଆଖପାଖ ଅଞ୍ଚଳ ରେ ବେଆଇନ ବାଂଲାଦେଶୀ ଆଡ୍ଡା ଜମାଇଥିବା ଜଣା ପଡିଛି। ବିଭିନ୍ନ ଅପରଧିକ କାର୍ଯ୍ୟ କଳାପରେ ମଧ୍ୟ ସେମାନଙ୍କ ସଂପୃକ୍ତି ରହୁଥିବା ସୂଚନା ମିଳୁଛି। ନିକଟରେ ପେହେଲଗମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ଚିହ୍ନଟ କରି ନିଜ ଦେଶକୁ ପଠାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନୀ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଦେଶକୁ ପଠାଇବା ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ଅନ୍ୟ ପକ୍ଷରେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ଯେ ରାଜ୍ୟ ପାଇଁ ବଡ଼ ବିପଦ ହୋଇଛନ୍ତି ସେ କଥାକୁ ସରକାର ପାସୋରି ଯାଉଛନ୍ତି।
ବାଂଲାଦେଶ ରେ ଅଶାନ୍ତୀ ଦେଖାଦେବ ପରେ ଓଡ଼ିଶା ପାଇଁ ବିପଦକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବେଆଇନ ବାଂଲାଦେଶୀଙ୍କ ତଡିବା ସହ ଉପକୂଳ ସୁରକ୍ଷାକୁ ନିଶ୍ଚିତ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା ଶୀତଳ ଭଣ୍ଡାରରେ ପଡ଼ିଛି। ରାଜ୍ୟ ଭିତରକୁ ବେଆଇନ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀ ଜାରି ରହୁଥିଲେ ମଧ୍ୟ ସରକାର ଆଖି ବୁଝି ବସି ଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ତଡିବା ପାଇଁ ରାଜ୍ୟସରକାର ଘୋଷଣା କରିଥିଲେ ମଧ୍ୟ ତାହା କେବଳ ଧୂଆଁ ବାଣ ହୋଇ ରହିଛି।
ବିଧାନ ସଭା ତଥ୍ୟ ଅନୁଯାୟୀ ୧,୫୮
୭,୪୩୨ ବାଂଲାଦେଶୀ ରାଜ୍ୟର ୧୧ ଟି ଜିଲ୍ଲାରେ ରହୁଛନ୍ତି। ଏଥି ସହିତ ୩୭୪୦ ଅପ୍ରବେଶକାରି ୭ ଜିଲ୍ଲାରେ ରହୁଛନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୦୪୨୩୩ ବାଂଲାଦେଶୀ ଶରଣାର୍ଥୀ ରହୁଥିବା ବେଳେ ନବରଙ୍ଗପୁର ରେ ୪୬,୮୪୮, ଖୋର୍ଦ୍ଧା ୪୬୫୩, କେନ୍ଦ୍ରାପଡ଼ା ୪୪୧, ଯାଜପୁର ୩୦୪, ରାୟଗଡ଼ା ୩୭୯, ଭଦ୍ରକ ୨୦୦, କୋରାପୁଟ ୧୯୪, ବାଲେଶ୍ଵର ୭୫ ଏବଂ ଅନୁଗୁଳରେ ୧୫ ରହୁଛନ୍ତି । ଗୃହ ବିଭାଗ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୩୯ ବେଆଇନ ବାଂଲାଦେଶୀ ରହୁଥିବାବେଳେ ଜଗତସିଂପୁର ରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯ ଏବଂ ନବରଙ୍ଗପୁର ୧୦୬ ଜଣ ରହୁଛନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ। ବେଆଇନ ବାଂଲାଦେଶୀଙ୍କ ମଧ୍ୟରୁ ମାତ୍ର ୧୫୫୧ ଜଣଙ୍କୁ ଦେଶ ଛାଡ଼ିବାକୁ ନୋଟିସ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଅନ୍ୟ ପକ୍ଷରେ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନାହିଁ। ସରକାରୀ ଉଦାସୀନତା ଯେ ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଉଛି ତାହା ଆଉ ବୁଝିବାକୁ ବାକି ନାହିଁ। ସୁରକ୍ଷା ବିଶେଷଜ୍ଞଙ୍କ ମତରେ ସରକାର ଓ ଜନ ସାଧାରଣ ସଚେତନ ନ ହେଲେ ଆଗାମୀ ଦିନରେ କେବଳ ଜମ୍ମୁକାଶ୍ମୀର ନୁହେଁ ଦେଶର ବିଭିନ୍ନ ଭାଗରେ ଆତଙ୍କ ବଡି କାର୍ଯ୍ୟକଳାପ ବଢିବ ତାହା ନିସନ୍ଦେହ।